କାଳବୈଶାଖୀ ପ୍ରଭାବ: ଘର ଉପରେ ପଡ଼ିଲା ଖଜୁରି ଗଛ, ବର୍ତ୍ତିଲେ ବୃଦ୍ଧ

ଥୁଆମୂଳ ରାମପୁର,୧୪ା୫ (ଦୁର୍ଗା କୀର୍ତ୍ତି)- କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବାଗଡିଆଣି ଗ୍ରାମର ଜଣଙ୍କ ଘର ଉପରେ ଏକ ଖଜୁରୀଗଛ ଭାଙ୍ଗିପଡିଥିଲା। ସୌଭାଗ୍ୟବଶତଃ ଘର ଭିତରେ ଥିବା ବୃଦ୍ଧ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ହଠାତ୍‌ ବର୍ଷା ସହ ପବନ ହୋଇଥିଲା। ବାଗଡିଆଣି ଗ୍ରାମର ବୃଦ୍ଧ ଯଦୁମଣି ନାଏକ (୭୦) ଘରେ ଶୋଇଥିବା ସମୟରେ କାଳବୈଶାଖୀ ପ୍ରଭାବରେ ଖଜୁରୀଗଛ ଭାଙ୍ଗି ଘର ଉପରେ ପଡିଥିଲା। […] The post କାଳବୈଶାଖୀ ପ୍ରଭାବ: ଘର ଉପରେ ପଡ଼ିଲା ଖଜୁରି ଗଛ, ବର୍ତ୍ତିଲେ ବୃଦ୍ଧ appeared first on Dharitri Odia News.

କାଳବୈଶାଖୀ ପ୍ରଭାବ: ଘର ଉପରେ ପଡ଼ିଲା ଖଜୁରି ଗଛ, ବର୍ତ୍ତିଲେ ବୃଦ୍ଧ

ଥୁଆମୂଳ ରାମପୁର,୧୪ା୫ (ଦୁର୍ଗା କୀର୍ତ୍ତି)- କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବାଗଡିଆଣି ଗ୍ରାମର ଜଣଙ୍କ ଘର ଉପରେ ଏକ ଖଜୁରୀଗଛ ଭାଙ୍ଗିପଡିଥିଲା। ସୌଭାଗ୍ୟବଶତଃ ଘର ଭିତରେ ଥିବା ବୃଦ୍ଧ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ ସୋମବାର ରାତି ପ୍ରାୟ ୧୦ଟା ସମୟରେ ହଠାତ୍‌ ବର୍ଷା ସହ ପବନ ହୋଇଥିଲା। ବାଗଡିଆଣି ଗ୍ରାମର ବୃଦ୍ଧ ଯଦୁମଣି ନାଏକ (୭୦) ଘରେ ଶୋଇଥିବା ସମୟରେ କାଳବୈଶାଖୀ ପ୍ରଭାବରେ ଖଜୁରୀଗଛ ଭାଙ୍ଗି ଘର ଉପରେ ପଡିଥିଲା। ଫଳରେ ଆଜବେଷ୍ଟସ୍‌ ଭାଙ୍ଗିଥିଲେ ମଧ୍ୟ ଯଦୁମଣି ବର୍ତ୍ତିଯାଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗର ହାବିଲଦାର ବନମାଳୀ ପୂଜାରି ତାଙ୍କ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ଉଦ୍ଧାର କରି ତାଙ୍କ ଗାଡିରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ରାଜସ୍ବ ନିରୀକ୍ଷକ ଆସି ସ୍ଥିତି ଅନୁଧ୍ୟାନ କଲା ପରେ ଭାଙ୍ଗିପଡିଥିବା ଗଛକୁ ହଟାଯାଇପାରିବ ବୋଲି ହାବିଲଦାର ପୂଜାରୀ ସୂଚନା ଦେଇଛନ୍ତି।

The post କାଳବୈଶାଖୀ ପ୍ରଭାବ: ଘର ଉପରେ ପଡ଼ିଲା ଖଜୁରି ଗଛ, ବର୍ତ୍ତିଲେ ବୃଦ୍ଧ appeared first on Dharitri Odia News.