କାଳବୈଶାଖୀରେ ସୂର୍ଯ୍ୟମୁଖୀ ଚାଷ ପ୍ରଭାବିତ
ବାସୁଦେବପୁର: ଚାଷୀ ମୁଣ୍ଡରେ ଚଡକ। କାଳବୈଶାଖୀରେ ସୂର୍ଯ୍ୟମୁଖୀ ଚାଷ ପ୍ରଭାବିତ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଜମିରେ ସୁନାର ଫସଲ... The post କାଳବୈଶାଖୀରେ ସୂର୍ଯ୍ୟମୁଖୀ ଚାଷ ପ୍ରଭାବିତ appeared first on .
ବାସୁଦେବପୁର: ଚାଷୀ ମୁଣ୍ଡରେ ଚଡକ। କାଳବୈଶାଖୀରେ ସୂର୍ଯ୍ୟମୁଖୀ ଚାଷ ପ୍ରଭାବିତ। ମୁଣ୍ଡ ଝାଳ ତୁଣ୍ଡରେ ମାରି ଜମିରେ ସୁନାର ଫସଲ ଖେଳାଇଥିଲେ ବାସୁଦେବପୁର ବ୍ଲକ ନୂଆଗାଁ ଚାଷୀ। ବର୍ଷା ପାଇଁ ସୂର୍ଯ୍ୟମୁଖୀ ଗଛ ନଇଁ ଯାଇଥିବା ବେଳେ ବିଲରେ ପାଣି ଜମିଛି। ଶହ ଶହ ହେକ୍ଟର ଜମିରେ ହୋଇଛି ସୂର୍ଯ୍ୟମୁଖୀ ଚାଷ । କ୍ଷେତରେ ଲହରୀ ଭାଙ୍ଗୁଛି ସବୁଜିମା। ହଳଦୀ ଗୁରୁ ଗୁରୁ ସୂର୍ଯ୍ୟମୁଖୀ ଚାଷ ଉପରେ କାଳବୈଶାଖୀ ବର୍ଷାର ପ୍ରଭାବ। ବାସୁଦେବପୁର ବ୍ଲକ ନୂଆଗାଁରେ ଅଦିନିଆ ବର୍ଷାରେ ଶୋଇପଡିଛି ସୂର୍ଯ୍ୟମୁଖୀ ଫୁଲ। ମାଳ ମାଳ ପକ୍ଷୀ ସୂର୍ଯ୍ୟମୁଖୀ ଫୁଲକୁ ଖଣ୍ଡିଆ କରିଦେଇଛନ୍ତି। ଜମିରେ ଠିଆ ହୋଇଛି ବର୍ଷା ଜଳ। ଧାର କରଜ କରି ଚାଷ କରିଥିବା ଚାଷୀକୂଳ ଚିନ୍ତାରେ।
ବାସୁଦେବପୁର ବ୍ଲକ ନୂଆଗାଁ, ଇରମ, ଅଢୁଆଁ ପଞ୍ଚାୟତର ଦୁଇ ଶହ ହେକ୍ଟର ଜମିରେ ହୋଇଛି ସୂର୍ଯ୍ୟମୁଖୀ ଚାଷ । ୩ ଶହରୁ ଊର୍ଦ୍ଧ୍ବ ଚାଷୀ ସୂର୍ଯ୍ୟମୁଖୀ ଚାଷ କରିଛନ୍ତି। କୃଷି ବିଭାଗ ପକ୍ଷରୁ ଉନ୍ନତ ମାନର ମଞ୍ଜି ଯୋଗାଇ ଦେବା ସହିତ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯାଉଛି । ଅଦିନିଆ ବର୍ଷାରେ କ୍ଷୟକ୍ଷତି ଆକଳନ କରିବା ପରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି କହିଛନ୍ତି ସହକାରୀ କୃଷି ଅଧିକାରୀ ।
The post କାଳବୈଶାଖୀରେ ସୂର୍ଯ୍ୟମୁଖୀ ଚାଷ ପ୍ରଭାବିତ appeared first on .