ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ; ପାକିସ୍ତାନୀ ପକ୍ଷରୁ ସେ ଗୁପ୍ତଚର ଥିଲା
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନରୁ ଜଣେ ISI ଏଜେଣ୍ଟକୁ ଗିରଫ କରାଯାଇଛି। ପାକିସ୍ତାନୀ ପକ୍ଷରୁ ସେ ଗୁପ୍ତଚର ଥିଲା। ଜୈସଲମେରରୁ ତାକୁ... The post ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ; ପାକିସ୍ତାନୀ ପକ୍ଷରୁ ସେ ଗୁପ୍ତଚର ଥିଲା appeared first on .
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନରୁ ଜଣେ ISI ଏଜେଣ୍ଟକୁ ଗିରଫ କରାଯାଇଛି। ପାକିସ୍ତାନୀ ପକ୍ଷରୁ ସେ ଗୁପ୍ତଚର ଥିଲା। ଜୈସଲମେରରୁ ତାକୁ ଗିରଫ କରିଛି ପୋଲିସ। ଅଭିଯୁକ୍ତର ନାଁ ପଠାନ ଖାନ ବୋଲି ଜଣାପଡିଛି। କୁହାଯାଉଛି ଯେ ଅଭିଯୁକ୍ତ ପଠାଣ ଖାନଙ୍କୁ ଗୋଟିଏ ମାସ ପୂର୍ବରୁ ଅଟକ ରଖାଯାଇଥିଲା। ତାଙ୍କ ବିରୁଦ୍ଧରେ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ, ୧୯୨୩ର ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା। ଆଜି ତାଙ୍କୁ ଆନୁଷ୍ଠାନିକ ଭାବରେ ଗିରଫ କରାଯାଇଛି। ପାକିସ୍ତାନକୁ ସାମରିକ ଗୁପ୍ତ ତଥ୍ୟ ଯୋଗାଉଥିଲା ପଠାନ।
ସୂଚନା ଅନୁଯାୟୀ, ୨୦୧୩ରେ ସେ ପାକିସ୍ତାନ ଯାଇଥିଲା। ସେଠାରେ ISI ର ଜାଲରେ ପଡ଼ିଥିଲା। ଟଙ୍କା ଲୋଭରେ ଅନେକ ଗୁପ୍ତତଥ୍ୟ ସେ ପାକିସ୍ତାନକୁ ଦେଇଥିବା ଜଣାପଡ଼ିଛି।
ଅଭିଯୁକ୍ତ ପଠାଣ ଖାନ ଜୈସଲମେରର ବାସିନ୍ଦା। ପାକିସ୍ତାନର ଗୁଇନ୍ଦା ସଂସ୍ଥାଗୁଡ଼ିକ ଦ୍ୱାରା ରାଜ୍ୟରେ ହେଉଥିବା ଯେକୌଣସି କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଜୟପୁରର ରାଜ୍ୟ ସ୍ୱତନ୍ତ୍ର ଶାଖା ପଠାଣ ଖାନଙ୍କ ଉପରେ ସନ୍ଦେହ କରିଥିଲା। ପଠାନ ଖାନଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ହେବାରୁ ତାଙ୍କୁ ଗିରଫ କରାଯାଇଥିଲା।
ପଠାନ ଖାନଙ୍କ ଉପରେ ପାକିସ୍ତାନକୁ ସୂଚନା ପଠାଉଥିବା ଅଭିଯୋଗ ଥିବା ସ୍ଥାନଗୁଡ଼ିକୁ ଭାରତୀୟ ସେନା ପ୍ରାୟତଃ ପରିଦର୍ଶନ କରିଥାଏ। ସୀମାନ୍ତ ଅଞ୍ଚଳ ହୋଇଥିବାରୁ, ସେଠାରେ ଭାରତୀୟ ସେନାର ସୈନିକମାନେ ନିୟୋଜିତ ହୁଅନ୍ତି ଏବଂ ସାମରିକ ଅଭ୍ୟାସ କରିବା ପାଇଁ ନିରନ୍ତର ଅପରେସନ୍ କରାଯାଏ।
ଆଉ ଏକ ଘଟଣାରେ ଝାଡ଼ଖଣ୍ଡରୁ ଏକ ଆତଙ୍କବାଦୀକୁ ଗିରଫ କରଯାଇଛି। ସେ ହେଉଛି ହିଜ୍ ଉତ୍ ତାହିର୍ ର ସଦସ୍ୟ। ଆଗରୁ ସେ ଇଣ୍ଡିଆନ ମୁଜହିଦ୍ଦିନରେ କାମ କରୁଥିଲା। ଝାଡ଼ଖଣ୍ଡ ଏଟିଏସ୍ ତାକୁ ଗିରଫ କରିଛି। ଅଭିଯୁକ୍ତର ନାଁ ହେଲା ଅମର ୟଶର୍ । ଝାଡ଼ଖଣ୍ଡର ଧାନବାଦରୁ ତାକୁ ଗିରଫ କରାଯାଇଛି। ଆତଙ୍କବାଦୀଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ତାକୁ ୧୦ ବର୍ଷ ଜେଲ୍ ହୋଇଥିଲା।
The post ରାଜସ୍ଥାନରୁ ISI ଏଜେଣ୍ଟ ଗିରଫ; ପାକିସ୍ତାନୀ ପକ୍ଷରୁ ସେ ଗୁପ୍ତଚର ଥିଲା appeared first on .