କାଶୀପୁର ଥାନା ଉପରେ ସଂଘବଦ୍ଧ ଆକ୍ରମଣ ଓ ଭଙ୍ଗାରୁଜା
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଉପରେ ଚାରି ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ ଓ ଭଙ୍ଗାରୁଜା। ଶତାଧିକ ଲୋକ ଥାନା ପରିସରରେ ପଶି ତୁମୁଳ କାଣ୍ଡ ଭିଆଇଛନ୍ତି। ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ ରହିଛି। ସୁଙ୍ଗେର ପଞ୍ଚାୟତ ବନ୍ତେଜ ଗ୍ରାମର କାର୍ତ୍ତିକ ନାୟକ ନାମକ ବ୍ୟକ୍ତିଙ୍କୁ ଆଜି କାଶୀପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଖଣି ଖନନକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିଲେ କାର୍ତ୍ତିକ। ତାଙ୍କ ଗିରଫଦାରୀ ବିରୋଧରେ ଏହି କାଣ୍ଡ ଭିଆଇଛନ୍ତି ଗ୍ରାମବାସୀ। କାର୍ତ୍ତିକଙ୍କୁ ପୁଲିସ ବେଆଇନ ଭାବେ ଗିରଫ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାର ପ୍ରତିବାଦରେ ଆଜି ସନ୍ଧ୍ୟାରେ ବନ୍ତେଜ, ସରମ୍ବାଇ, କଣ୍ଟାମାଳ ଓ ବଣ୍ଡେଲ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଏହାପରେ ମିଳିତଭାବେ ଆସି କାଶୀପୁର ଥାନା ଘେରାଉ କରିଥିଲେ। ଧିରେ ଧିରେ ପରିସ୍ଥିତି ଉତ୍ତେନାପୂର୍ଣ୍ଣ ହୋଇଥିଲା। ଶତାଧିକ ପୁରୁଷ ଓ ମହିଳା ମିଳିତ ଭାବେ ଥାନା ଉପରେ ଆକ୍ରମଣ କରିଥିଲେ। ଥାନାର କବାଟ ଓ ଝରକା ସମେତ ଚୌକି ଭାଙ୍ଗି ସେଠାରେ ହିଁ ନିଆଁ ଲଗାଇଥିଲେ। ଏହାପରେ ପୋଲିସ ବୁଝାସୁଝା କରିଥିଲେ। ଏଥିସହ ଘଉଡାଇଥିଲେ। ତଥାପି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
ରାୟଗଡ଼ା: ରାୟଗଡ଼ା ଜିଲ୍ଲା କାଶୀପୁର ଥାନା ଉପରେ ଚାରି ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣ ଓ ଭଙ୍ଗାରୁଜା। ଶତାଧିକ ଲୋକ ଥାନା ପରିସରରେ ପଶି ତୁମୁଳ କାଣ୍ଡ ଭିଆଇଛନ୍ତି। ଫଳରେ ପରିସ୍ଥିତି ଉତ୍ତେଜନାପୂର୍ଣ ରହିଛି। ସୁଙ୍ଗେର ପଞ୍ଚାୟତ ବନ୍ତେଜ ଗ୍ରାମର କାର୍ତ୍ତିକ ନାୟକ ନାମକ ବ୍ୟକ୍ତିଙ୍କୁ ଆଜି କାଶୀପୁର ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଖଣି ଖନନକୁ ବିରୋଧ କରି ଆନ୍ଦୋଳନରେ ସାମିଲ ହୋଇଥିଲେ କାର୍ତ୍ତିକ। ତାଙ୍କ ଗିରଫଦାରୀ ବିରୋଧରେ ଏହି କାଣ୍ଡ ଭିଆଇଛନ୍ତି ଗ୍ରାମବାସୀ।
କାର୍ତ୍ତିକଙ୍କୁ ପୁଲିସ ବେଆଇନ ଭାବେ ଗିରଫ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାର ପ୍ରତିବାଦରେ ଆଜି ସନ୍ଧ୍ୟାରେ ବନ୍ତେଜ, ସରମ୍ବାଇ, କଣ୍ଟାମାଳ ଓ ବଣ୍ଡେଲ ଗ୍ରାମବାସୀ ଏକତ୍ରିତ ହୋଇଥିଲେ। ଏହାପରେ ମିଳିତଭାବେ ଆସି କାଶୀପୁର ଥାନା ଘେରାଉ କରିଥିଲେ। ଧିରେ ଧିରେ ପରିସ୍ଥିତି ଉତ୍ତେନାପୂର୍ଣ୍ଣ ହୋଇଥିଲା। ଶତାଧିକ ପୁରୁଷ ଓ ମହିଳା ମିଳିତ ଭାବେ ଥାନା ଉପରେ ଆକ୍ରମଣ କରିଥିଲେ। ଥାନାର କବାଟ ଓ ଝରକା ସମେତ ଚୌକି ଭାଙ୍ଗି ସେଠାରେ ହିଁ ନିଆଁ ଲଗାଇଥିଲେ। ଏହାପରେ ପୋଲିସ ବୁଝାସୁଝା କରିଥିଲେ। ଏଥିସହ ଘଉଡାଇଥିଲେ। ତଥାପି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।