କାଶ୍ମୀରରେ ବଡ଼ ଏନକାଉଣ୍ଟର : ଯବାନଙ୍କ ସହିତ ଚାଲିଛି ଗୁଳି ବିନିମୟ
ନନ୍ଦିଘୋଷ ବ୍ୟୁରୋ : ଜାମ୍ମୁ କାଶ୍ମୀରର କାଠୁଆରେ ବଡ଼ ଧରଣର ଏନକାଉଣ୍ଟର। କିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବା... The post କାଶ୍ମୀରରେ ବଡ଼ ଏନକାଉଣ୍ଟର : ଯବାନଙ୍କ ସହିତ ଚାଲିଛି ଗୁଳି ବିନିମୟ appeared first on .
ନନ୍ଦିଘୋଷ ବ୍ୟୁରୋ : ଜାମ୍ମୁ କାଶ୍ମୀରର କାଠୁଆରେ ବଡ଼ ଧରଣର ଏନକାଉଣ୍ଟର। କିଛି ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ଯବାନଙ୍କ ସହିତ ମୁହାଁମୁହିଁ ହୋଇଛନ୍ତି। ଘମାଘୋଟ ଗୁଳି ବିନିମୟ ଚାଲିଛି। ଅନ୍ତର୍ଜାତୀୟ ସୀମା ରେଖାରେ ହିରାନଗର ସେକ୍ଟରର ସାନ୍ୟାଲ ଗାଁ ନିକଟରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ କରୁଥିଲେ। କିଛି ଆତଙ୍କବାଦୀ ଲୁଚିଥିବାର ସୂଚନା ପରେ ଏହି ଅପରେସନ ଆରମ୍ଭ ହୋଇଥିଲା।
ଏହି ସମୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ସେହି ସ୍ଥାନକୁ ଅଧିକ ସୁରକ୍ଷାକର୍ମୀ ପଠା ଯାଇଛି। କିଛି ଦିନ ହେଲା ବିଶେଷ କରି ଶୀତ କମିବା ପରେ ଜାମ୍ମୁ କାଶ୍ମୀରରେ ବଢ଼ିଛି ଆତଙ୍କବାଦୀଙ୍କ ଅନୁପ୍ରବେଶ। ସେନାର ତଥ୍ୟ ଅନୁସାରେ ୨୦୨୪ରେ ୭୫ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନୀ। ସୀମା ସେପଟରୁ ଭାରତରେ ଅନୁପ୍ରବେଶ ବେଳେ ସେମାନେ ନିହତ ହୋଇଛନ୍ତି।
The post କାଶ୍ମୀରରେ ବଡ଼ ଏନକାଉଣ୍ଟର : ଯବାନଙ୍କ ସହିତ ଚାଲିଛି ଗୁଳି ବିନିମୟ appeared first on .