କାହା ନାଁରେ ବାଜିବ ମୋହର? କିଏ ହେବେ ପିସିସି ସଭାପତି: କଂଗ୍ରେସର ବରିଷ୍ଠ ନେତା କହିଲେ …

ଭୁବନେଶ୍ୱର,୪।୧୧:  ରାଜ୍ୟ କଂଗ୍ରେସର ପିସିସି ସଭାପତିକୁ ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ମହମ୍ମଦ୍‌ ମୋକିମ, ଶ୍ରୀକାନ୍ତ କିମ୍ବା ଜୟଦେବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଶୁକ୍ରବାର ପିସିସି କାର୍ଯ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି। ଏହି ବୈଠକ ସମସ୍ତ ବିଧାୟକ ଏଂ ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ହୋଇଥିଲା। କଂଗ୍ରେସର ମଙ୍ଗ, କିଏ ଧରିବେ ତାକୁ ନେଇ ଜୋରଦାର ଆଲୋଚନା ହୋଇଥିଲା। କଂଗ୍ରେସ ନେତା ଚରଣ ଦାସ ମହନ୍ତ ଏବଂ ମିନାକ୍ଷୀ ନଟରାଜନଙ୍କ […] The post କାହା ନାଁରେ ବାଜିବ ମୋହର? କିଏ ହେବେ ପିସିସି ସଭାପତି: କଂଗ୍ରେସର ବରିଷ୍ଠ ନେତା କହିଲେ … appeared first on Dharitri Odia News.

କାହା ନାଁରେ ବାଜିବ ମୋହର? କିଏ ହେବେ ପିସିସି ସଭାପତି: କଂଗ୍ରେସର ବରିଷ୍ଠ ନେତା କହିଲେ …
ଭୁବନେଶ୍ୱର,୪।୧୧:  ରାଜ୍ୟ କଂଗ୍ରେସର ପିସିସି ସଭାପତିକୁ ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ମହମ୍ମଦ୍‌ ମୋକିମ, ଶ୍ରୀକାନ୍ତ କିମ୍ବା ଜୟଦେବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଅନ୍ୟପକ୍ଷେ ଶୁକ୍ରବାର ପିସିସି କାର୍ଯ୍ୟାଳୟରେ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ହୋଇଛି। ଏହି ବୈଠକ ସମସ୍ତ ବିଧାୟକ ଏଂ ଷ୍ଟିୟରିଂ କମିଟି ସଦସ୍ୟଙ୍କୁ ନେଇ ହୋଇଥିଲା। କଂଗ୍ରେସର ମଙ୍ଗ, କିଏ ଧରିବେ ତାକୁ ନେଇ ଜୋରଦାର ଆଲୋଚନା ହୋଇଥିଲା। କଂଗ୍ରେସ ନେତା ଚରଣ ଦାସ ମହନ୍ତ ଏବଂ ମିନାକ୍ଷୀ ନଟରାଜନଙ୍କ ଉପସ୍ଥିତିରେ ଏହି  ବୈଠକ ବସିଥିଲା ।
ତେବେ ମୋକିମ, ଶ୍ରୀକାନ୍ତ କିମ୍ବା ଜୟଦେବଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଜୟଦେବ, ଶ୍ରୀକାନ୍ତ, ନିରଞ୍ଜନ ଓ ଭକ୍ତ ଚରଣ ଦାସ କହିଛନ୍ତି ଆମେ ଜଣେ ଯୋଗ୍ୟ ଏଂ ଦକ୍ଷ ଲୋକଙ୍କୁ ପିସିସି ସଭାପତି ପାଇଁ ସୁପାରିସ କରିଛୁ। ଲବି ଫବି କିଛି କାମ ଦେବନି। ସେମାନେ ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ପିସିସି ସଭାପତି ପାଇଁ ସୁପାରିସ କରିବେ ବୋଲି ଆମେ ଭାବୁଛୁ। ଯିଏ ବି ହେବେ ଆମେ ସମସ୍ତେ ତାଙ୍କୁ ମାନି କାମ କରିବୁ। କଂଗ୍ରେସକୁ ଶକ୍ତିଶାଳୀ କରିବା ଆମର ଲକ୍ଷ୍ୟ।

The post କାହା ନାଁରେ ବାଜିବ ମୋହର? କିଏ ହେବେ ପିସିସି ସଭାପତି: କଂଗ୍ରେସର ବରିଷ୍ଠ ନେତା କହିଲେ … appeared first on Dharitri Odia News.