କାହା ଭୁଲରୁ ଚାରମାଳ ଉପରେ ହାମୁଡ଼ି ପଡିଲେ ବଡ଼ଠାକୁର ବଲଭଦ୍ର ?
ବଳଭଦ୍ର ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ସମୟର ଅଭାବନୀୟ ଘଟଣାକୁ ନେଇ ମାଳ ମାଳ ଅସମାହିତ ପ୍ରଶ୍ନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି।
କାହା ଭୁଲରୁ ଚାରମାଳ ଉପରେ ହାମୁଡ଼ି ପଡିଲେ ବଡ଼ଠାକୁର ବଲଭଦ୍ର ? ଆଡ଼ପ ପହଣ୍ଡି ଅଘଟଣ ବେଳେ ବାଡ଼ଗ୍ରାହୀ, ଜେଟିପି ଓ ପ୍ରଶାସନିକ ଅଧିକାରୀମାନେ କଣ କରୁଥିଲେ ? ୧୦ ଦିନ ଭିତରେ ଘଟଣାର ତଦନ୍ତ କରି ରିପୋର୍ଟ ମଗାଯାଇଥିଲା ? ହେଲେ କାହିଁକି ସେଥିରେ ଏତେ ବିଳମ୍ବ ? ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସରିବାର ୟା ଭିତରେ ମାସେ ବିତିବାକୁ ବସିଲାଣି, ହେଲେ ଏବେ ବି ବଳଭଦ୍ର ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ସମୟର ଅଭାବନୀୟ ଘଟଣାକୁ ନେଇ ମାଳ ମାଳ ଅସମାହିତ ପ୍ରଶ୍ନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି।