କାହା ସ୍ୱାର୍ଥରେ ଚାଲିଛି ଲକ୍ଷ୍ମୀ ବସ? ଯାତ୍ରୀ ହେଉନାହାନ୍ତି, ଖର୍ଚ୍ଚ ଉଠିବ କେମିତି?

କନକ ବ୍ୟୁରୋ: ବାଲେଶ୍ୱର ସହରରେ ଲକ୍ଷ୍ମୀ ବସ ଚାଲିଛି । ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବ ସରକାର ଏହି ବସ୍ ଚଳାଚଳ ଯୋଜନା ଆରମ୍ଭ କରିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ବସ୍ ବସ୍ ଭିତରେ ଗୋଟିଏ ବି ଯାତ୍ରୀ ନାହାନ୍ତି । ସବୁ ସିଟ୍ ଖାଲି ପଡ଼ିଛି । ବସ କେବଳ ଡ୍ରାଇଭର ଓ କଣ୍ଟକ୍ଟରକୁ ନେଇ ଆଗକୁ ବଢୁଛି । ଯାତ୍ରୀ ହେଉନଥିବା ବେଳେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ବସ ଚଳାଚଳ ଖର୍ଚ୍ଚ ଉଠିବ […] The post କାହା ସ୍ୱାର୍ଥରେ ଚାଲିଛି ଲକ୍ଷ୍ମୀ ବସ? ଯାତ୍ରୀ ହେଉନାହାନ୍ତି, ଖର୍ଚ୍ଚ ଉଠିବ କେମିତି? first appeared on Kanak News.

କାହା ସ୍ୱାର୍ଥରେ ଚାଲିଛି ଲକ୍ଷ୍ମୀ ବସ? ଯାତ୍ରୀ ହେଉନାହାନ୍ତି, ଖର୍ଚ୍ଚ ଉଠିବ କେମିତି?

କନକ ବ୍ୟୁରୋ: ବାଲେଶ୍ୱର ସହରରେ ଲକ୍ଷ୍ମୀ ବସ ଚାଲିଛି । ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବ ସରକାର ଏହି ବସ୍ ଚଳାଚଳ ଯୋଜନା ଆରମ୍ଭ କରିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ବସ୍ ବସ୍ ଭିତରେ ଗୋଟିଏ ବି ଯାତ୍ରୀ ନାହାନ୍ତି । ସବୁ ସିଟ୍ ଖାଲି ପଡ଼ିଛି ।

ବସ କେବଳ ଡ୍ରାଇଭର ଓ କଣ୍ଟକ୍ଟରକୁ ନେଇ ଆଗକୁ ବଢୁଛି । ଯାତ୍ରୀ ହେଉନଥିବା ବେଳେ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ବସ ଚଳାଚଳ ଖର୍ଚ୍ଚ ଉଠିବ କେମିତି ? ବ୍ୟାଟେରି ଚାଳିତ ଏହି ବସର ଚାର୍ଜ କରିବା ମଧ୍ୟ ସମସ୍ୟା ପାଲଟିଛି । ଅନ୍ୟପଟେ ଗାନ୍ଧୀସ୍ମୃତି ଭବନ ପରିସରରେ ଚାର୍ଜ ପଏଣ୍ଟ ସାମଗ୍ରୀ ପଡି ରହିଛି । ଯାତ୍ରୀ ହେଉ ନାହାନ୍ତି, ବସକୁ ଚାର୍ଜ କରିବା ସୁବିଧା ନାହିଁ। ତେଣୁ ପ୍ରଶ୍ନ ଉଠୁଛି କାହା ସ୍ୱାର୍ଥରେ ଚାଲିଛି ଏହି ବସ୍ ସେବା।

ପୂର୍ବ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାରେ ହେଉଥିବା ଆର୍ଥିକ କ୍ଷତି ନୂଆ ସରକାରଙ୍କ ପାଇଁ ସମସ୍ୟାକୁ ଡାକି ଆଣିଛି । ପୁରୀ ଜିଲ୍ଲା କାକଟପୁର ବ୍ଲକରେ ତିନିଟି ଲକ୍ଷ୍ମୀ ବସ ଚାଲିଛି । ଦୈନିକ ତେଲ ଆଉ ଷ୍ଟାଫ ଦରମାକୁ ମିଶାଇ ମୋଟ ଦଶ ହଜାର ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ପାସେଞ୍ଜରଙ୍କ ଠାରୁ ମୋଟ ଦୁଇରୁ ଅଢେଇ ହଜାର ଟଙ୍କା ଆଦାୟ ହେଉଥିବା ସୂଚନା ମିଳିଛି । ଫଳରେ ଦିନକୁ କ୍ଷତି ହେଉଛି ସାଢେ ସାତ ହଜାର ଟଙ୍କା ।

ସାରା ରାଜ୍ୟରେ ଚାଲୁଥିବା ଲକ୍ଷ୍ମୀ ବସର କ୍ଷତି ହିସାବକୁ ନେଲେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହୁଛନ୍ତି ରାଜ୍ୟ ସରକାର । ତେଣୁ ପୂର୍ବ ସରକାର କୌଣସି ଯୋଜନା ନକରି, ଲୋକଙ୍କୁ ସଚେତନ ନକରି, ଲକ୍ଷ୍ମୀ ବସ ଚଳାଚଳର ସୁବ୍ୟବସ୍ଥା ନକରି ତରବରିଆ ଭାବେ ଲକ୍ଷ୍ମୀ ବସ ସେବା ଆରମ୍ଭ କରିଥିଲେ । ଯାହାର କ୍ଷତି ଭାର ବର୍ତ୍ତମାନର ସରକାରଙ୍କୁ ଉଠାଇବାକୁ ପଡୁଛି ।

The post କାହା ସ୍ୱାର୍ଥରେ ଚାଲିଛି ଲକ୍ଷ୍ମୀ ବସ? ଯାତ୍ରୀ ହେଉନାହାନ୍ତି, ଖର୍ଚ୍ଚ ଉଠିବ କେମିତି? first appeared on Kanak News.