କାହାର ହେବ ଦିଲ୍ଲୀ ସିଂହାସନ ? କିଛି ସମୟ ପରେ ଭୋଟ୍ ଗଣତି, ପ୍ରାର୍ଥୀଙ୍କ ଛାତି ଧଡ଼ ଧଡ଼
ନୂଆଦିଲ୍ଲୀ: କାହାର ହେବ ଦିଲ୍ଲୀ ସିଂହାସନ ? କିଏ ପିନ୍ଧିବ ଦିଲ୍ଲୀ ମୁକୁଟ ? ବିଜେପିର ଅପେକ୍ଷା ଅନ୍ତ ହେବ, ନା ପୁଣି କ୍ଷମତାକୁ ଫେରିବ ଆମ୍ ଆଦମୀ ପାର୍ଟି । ଏଥର କଂଗ୍ରେସ ଖାତା ଖୋଲି ପାରିବ ତ ? ତେବେ ଶୁକ୍ରବାର ଅର୍ଥାତ୍ ଆଜି ଦିଲ୍ଲୀ ବିଧାନସଭା ଭୋଟ୍ ଗଣିତ । ଏନେଇ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି । ସକାଳ ୮ଟାରେ ଭୋଟ୍ କାଉଣ୍ଟିଂ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣନା କରାଯିବ । ଏହାପରେ ଇଭିଏମ୍ ଭୋଟ୍ ଗଣତି ଆରମ୍ଭ ହେବ । ସକାଳ ୯ଟା ପରେ ମତଗଣନାର ପ୍ରାରମ୍ଭିକ ଟ୍ରେଣ୍ଡ୍ ସାମ୍ନାକୁ ଆସିବ । ଏନେଇ ଦିଲ୍ଲୀର ୧୧ଟି ଜିଲ୍ଲାର ୧୯ଟି ଗଣତି କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଗଣତି ପୂର୍ବରୁ ୭୦ ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଛାତି ଧଡ଼ ଧଡ଼ ହେଲାଣି । ଫେବ୍ରୁଆରୀ ୫ ତାରିଖରେ ଗୋଟିଏ ପର୍ଯ୍ୟାୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହୋଇଥିଲା । ମୁଖ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ରାଜଧାନୀରେ ମୋଟ୍ ୬୦.୫୪ ପ୍ରତିଶତ ଭୋଟିଂ ହୋଇଥିଲା ।