କାହାରିକୁ ମିଳିଲାନି ଟିକେଟ୍, ନିରାଶ ହେଲେ ଗମାଙ୍ଗ ପରିବାର

ଭୁବନେଶ୍ବର ୩।୪: ରାଜ୍ୟରେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଏହାରି ଭିତରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଓଡିଶା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କଂଗ୍ରେସର ଟିକେଟ୍ ଘୋଷଣା ବିଳମ୍ବକୁ ନେଇ ବହୁ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ବିଜେପି ଓ ବିଜେଡି କିଛି ପର୍ଯ୍ୟାୟରେ ଆଗରୁ ଟିକେଟ୍ ଘୋଷଣା କରିସାରିଥିଲେ । ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ପାଇଁ କଂଗ୍ରେସ ଟିକେଟ୍ ଘୋଷଣା କରିଛି । ଏହି ପ୍ରାର୍ଥୀ ତାଲିକା ଆସିବା ପରେ କେହି ଟିକେଟ୍ ପାଇ ଖୁସି ଥିବାବେଳେ କାହାର ଟିକେଟ୍ କଟିବା ନିରାଶ କରିଛି । ଏହି ପରିପ୍ରେକ୍ଷୀରେ ନିରାଶ ହୋଇଛନ୍ତି ଗମାଙ୍ଗ ପରିବାର । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାରକୁ ନିରାଶ ହେବାକୁ ପଡିଛି । ଗିରିଧର ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ କାହାରିକୁ ବି ଟିକେଟ୍ ମିଳିନି। ନବରଙ୍ଗପୁର ଲୋକସଭା ଆସନ ପାଇଁ ଶିଶିର ଗମାଙ୍ଗ ଆଶାୟୀ ଥିଲେ । ସେହିଭଳି ଗୁଣୁପୁର ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ ହେମା ଗମାଙ୍ଗ । ହେଲେ କଂଗ୍ରେସ ପକ୍ଷରୁ ଉଭୟ ସ୍ଥାନରେ ପ୍ରାର୍ଥୀ ଘୋଷଣା ହେବା ପରେ ସେମାନଙ୍କର ଆଶା ମଉଳି ଯାଇଛି। ବର୍ତ୍ତମାନ ସେମାନେ କ’ଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ । ଉଭୟଙ୍କୁ ଟିକେଟ୍ ମିଳିବା ନେଇ ଆଗକୁ କୌଣସି ସମ୍ଭାବନା ମଧ୍ୟ ନାହିଁ । କାହିଁକିନା କୋରାପୁଟ ଏବଂ ନବରଙ୍ଗପୁର ଲୋକସ

କାହାରିକୁ ମିଳିଲାନି ଟିକେଟ୍, ନିରାଶ ହେଲେ ଗମାଙ୍ଗ ପରିବାର

ଭୁବନେଶ୍ବର ୩।୪: ରାଜ୍ୟରେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଏହାରି ଭିତରେ ମଙ୍ଗଳବାର କଂଗ୍ରେସ ପକ୍ଷରୁ ଓଡିଶା ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । କଂଗ୍ରେସର ଟିକେଟ୍ ଘୋଷଣା ବିଳମ୍ବକୁ ନେଇ ବହୁ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ବିଜେପି ଓ ବିଜେଡି କିଛି ପର୍ଯ୍ୟାୟରେ ଆଗରୁ ଟିକେଟ୍ ଘୋଷଣା କରିସାରିଥିଲେ । ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ପାଇଁ କଂଗ୍ରେସ ଟିକେଟ୍ ଘୋଷଣା କରିଛି । ଏହି ପ୍ରାର୍ଥୀ ତାଲିକା ଆସିବା ପରେ କେହି ଟିକେଟ୍ ପାଇ ଖୁସି ଥିବାବେଳେ କାହାର ଟିକେଟ୍ କଟିବା ନିରାଶ କରିଛି । 

ଏହି ପରିପ୍ରେକ୍ଷୀରେ ନିରାଶ ହୋଇଛନ୍ତି ଗମାଙ୍ଗ ପରିବାର । ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପରିବାରକୁ ନିରାଶ ହେବାକୁ ପଡିଛି । ଗିରିଧର ଗମାଙ୍ଗ, ପୁଅ ଶିଶିର ଗମାଙ୍ଗ, ପତ୍ନୀ ହେମା ଗମାଙ୍ଗ କାହାରିକୁ ବି ଟିକେଟ୍ ମିଳିନି। ନବରଙ୍ଗପୁର ଲୋକସଭା ଆସନ ପାଇଁ ଶିଶିର ଗମାଙ୍ଗ ଆଶାୟୀ ଥିଲେ । ସେହିଭଳି ଗୁଣୁପୁର ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ ହେମା ଗମାଙ୍ଗ । ହେଲେ କଂଗ୍ରେସ ପକ୍ଷରୁ ଉଭୟ ସ୍ଥାନରେ ପ୍ରାର୍ଥୀ ଘୋଷଣା ହେବା ପରେ ସେମାନଙ୍କର ଆଶା ମଉଳି ଯାଇଛି। ବର୍ତ୍ତମାନ ସେମାନେ କ’ଣ କରିବେ ତାକୁ ନେଇ ଉଠିଛି ପ୍ରଶ୍ନ । ଉଭୟଙ୍କୁ ଟିକେଟ୍ ମିଳିବା ନେଇ ଆଗକୁ କୌଣସି ସମ୍ଭାବନା ମଧ୍ୟ ନାହିଁ । କାହିଁକିନା କୋରାପୁଟ ଏବଂ ନବରଙ୍ଗପୁର ଲୋକସଭା ଓ ବିଧାନସଭାର ସମସ୍ତ ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଛି । ପ୍ରଥମ ଥର ପାଇଁ ଗମାଙ୍ଗ ପରିବାରରୁ ରାଜନୀତିରେ ଦେଖିବାକୁ ମିଳିବନାହିଁ । ଦୀର୍ଘ ଦଶନ୍ଧିର ଅନ୍ତ ଘଟିଛି ବୋଲି କୁହାଯାଉଛି ।


୨୦୧୫ ମସିହାରେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ୨୦୨୩ ମସିହାରେ ବାପ-ପୁଅ ବିଜେପି ଛାଡି ଭାରତ ରାଷ୍ଟ୍ର ସମିତି (ବିଆରଏସ)ରେ ସାମିଲ ହୋଇଥିଲେ । ଚଳିତ ନିର୍ବାଚନରେ ବିଆର୍‌ଏସ୍‌ରୁ ଲଢ଼ିବେ ବୋଲି ଶୁଣିବାକୁ ମିଳିଥିଲା । କିନ୍ତୁ ଶେଷରେ ଗମାଙ୍ଗ ପରିବାର ଘର ବାହୁଡିଥିଲେ । ଗତ କିଛି ମାସ ପୂର୍ବରୁ କଂଗ୍ରେସକୁ ଫେରିଥିଲେ ଗମାଙ୍ଗ ପରିବାର । 

କଂଗ୍ରେସରେ ଯୋଗଦେବା ପରେ ଗମାଙ୍ଗ ପରିବାର ପକ୍ଷରୁ ଟିକେଟ୍ ପାଇଁ ଜୋରଦାର ଲବି କରାଯାଇଥିଲା । ଫଳରେ ହେମା ଏବଂ ଶିଶିର ପ୍ରାର୍ଥୀ ହେବା ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଥିଲା । ହେଲେ ସେମାନଙ୍କର କୌଣସି ରଣକୌଶଳ କାମ ଦେଇନଥିଲା । କଂଗ୍ରେସ ଦଳରୁ ଟିକେଟ୍ ନପାଇଁ ଶେଷରେ ନିରାଶ ହୋଇଛନ୍ତି ପୁରା ପରିବାର । ଏବେ ଗିରିଧର ଗମାଙ୍ଗଙ୍କ ପରିବାରର ରାଜନୈତିକ ଭବିଷ୍ୟତ ନେଇ ପ୍ରଶ୍ନ ଉଠଛି । 

You Can Read :

ନବରଙ୍ଗପୁର ରାଜନୀତିରେ ବିରଳ, ବାପା-ଝିଅ ସାଂସଦ ଓ ବିଧାୟକ, ଖୁଡି-ପୁତୁରା ମୁହାଁମୁହିଁ