କାହିଁକି ଅନନ୍ତ ଅମ୍ଵାନୀଙ୍କ ବିବାହରେ ସାମିଲ ହୋଇନଥିଲେ କଙ୍ଗନା ? ଏବେ କଲେ ଖୁଲାସା...

ମୁମ୍ଵାଇ ୨୬।୦୮: ବଲିଉଡ ଅଭିନେତ୍ରୀ ତଥା ମଣ୍ଡି ସାଂସଦ କଙ୍ଗନା ରଣାୱତ । ସେ ଏବେ ତାଙ୍କ ଅପକମିଂ ଚଳଚ୍ଚିତ୍ର 'ଏର୍ମଜେନ୍ସି' ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ପାଇଁ କଙ୍ଗନା ଏବେ କ୍ରମାଗତ ଭାବରେ ବିଭିନ୍ନ ସାକ୍ଷାତକାରରେ ନଜର ଆସୁଛନ୍ତି। ସାକ୍ଷାତକାରରେ ଫିଲ୍ମ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ-ବୃତ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କହୁଥିବା ଦେଖିବାକୁ ମିଳିଛି । ସାକ୍ଷାତକାରରେ ଅନନ୍ତ ଅମ୍ବାନୀ ଫୋନ କରି ଡାକିବା ପରେ କଙ୍ଗନା ତାଙ୍କ ବିବାହକୁ କାହିଁକି ଯାଇପାରିଲେ ନାହିଁ ତାହା ଜଣାଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସାକ୍ଷାତକାର କଙ୍ଗନାଙ୍କୁ ଅନନ୍ତ ଅମ୍ବାନୀଙ୍କ ବିବାହ ନିମନ୍ତ୍ରଣ ବିଷୟରେ ପଚରାଯାଇଥିଲା । ସେ କହିଥିଲେ, "ମୋତେ ଅନନ୍ତ ଅମ୍ବାନୀ ଫୋନ କରି ବିବାହକୁ ଯିବା ପାଇଁ ନିମନ୍ତ୍ରଣ କରିଥିଲେ । ସେ ବହୁତ ଭଲ ପିଲା। ସେ ମୋତେ ତାଙ୍କ ବିବାହକୁ ଆସିବାକୁ କହିଥିଲେ ବି ମୁଁ ତାଙ୍କୁ ବିନମ୍ର ଭାବେ ମନା କରିଦେଇଥିଲି। କାରଣ ସେତେବେଳେ ଆମ ଘରେ ମଧ୍ୟ ବିବାହ ଥିଲା । ମୋର ସାନ ଭାଇର ବିବାହ ଥିବାରୁ ମୁଁ ଯାଇପାରିଲି ନାହିଁ । ସେମିତିରେ ବି ମୁଁ ଫିଲ୍ମି ବିବାହକୁ ଯିବା ପାଇଁ ପସନ୍ଦ କରେନି। କହିବାକୁ ଗଲେ କଙ୍ଗନା ଫିଲ୍ମ ଏର୍ମଜେନ୍ସିର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତାଙ୍କ ଚଳଚ୍ଚିତ୍ର ସେପ୍ଟେମ

କାହିଁକି ଅନନ୍ତ ଅମ୍ଵାନୀଙ୍କ ବିବାହରେ ସାମିଲ ହୋଇନଥିଲେ କଙ୍ଗନା ? ଏବେ କଲେ ଖୁଲାସା...

ମୁମ୍ଵାଇ ୨୬।୦୮: ବଲିଉଡ ଅଭିନେତ୍ରୀ ତଥା ମଣ୍ଡି ସାଂସଦ କଙ୍ଗନା ରଣାୱତ । ସେ ଏବେ ତାଙ୍କ ଅପକମିଂ ଚଳଚ୍ଚିତ୍ର 'ଏର୍ମଜେନ୍ସି' ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ପାଇଁ କଙ୍ଗନା ଏବେ କ୍ରମାଗତ ଭାବରେ ବିଭିନ୍ନ ସାକ୍ଷାତକାରରେ ନଜର ଆସୁଛନ୍ତି। ସାକ୍ଷାତକାରରେ ଫିଲ୍ମ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ-ବୃତ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କହୁଥିବା ଦେଖିବାକୁ ମିଳିଛି । ସାକ୍ଷାତକାରରେ ଅନନ୍ତ ଅମ୍ବାନୀ ଫୋନ କରି ଡାକିବା ପରେ କଙ୍ଗନା ତାଙ୍କ ବିବାହକୁ କାହିଁକି ଯାଇପାରିଲେ ନାହିଁ ତାହା ଜଣାଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ସାକ୍ଷାତକାର କଙ୍ଗନାଙ୍କୁ ଅନନ୍ତ ଅମ୍ବାନୀଙ୍କ ବିବାହ ନିମନ୍ତ୍ରଣ ବିଷୟରେ ପଚରାଯାଇଥିଲା । ସେ କହିଥିଲେ, "ମୋତେ ଅନନ୍ତ ଅମ୍ବାନୀ ଫୋନ କରି ବିବାହକୁ ଯିବା ପାଇଁ ନିମନ୍ତ୍ରଣ କରିଥିଲେ । ସେ ବହୁତ ଭଲ ପିଲା। ସେ ମୋତେ ତାଙ୍କ ବିବାହକୁ ଆସିବାକୁ କହିଥିଲେ ବି ମୁଁ ତାଙ୍କୁ ବିନମ୍ର ଭାବେ ମନା କରିଦେଇଥିଲି। କାରଣ ସେତେବେଳେ ଆମ ଘରେ ମଧ୍ୟ ବିବାହ ଥିଲା । ମୋର ସାନ ଭାଇର ବିବାହ ଥିବାରୁ ମୁଁ ଯାଇପାରିଲି ନାହିଁ । ସେମିତିରେ ବି ମୁଁ ଫିଲ୍ମି ବିବାହକୁ ଯିବା ପାଇଁ ପସନ୍ଦ କରେନି। 

କହିବାକୁ ଗଲେ କଙ୍ଗନା ଫିଲ୍ମ ଏର୍ମଜେନ୍ସିର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତାଙ୍କ ଚଳଚ୍ଚିତ୍ର ସେପ୍ଟେମ୍ବର ୬ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଦେଖିବାକୁ ବାକି ରହିଲା ଫିଲ୍ମରେ କେତେ କଲେକସନ୍‌ କରୁଛି।