କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍ ଜିତିବା କି ନାହିଁ’ ?
ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିବା ପରେ ଓଡ଼ିଶାରେ ୨୦ ଲୋକସଭା ସିଟ୍ ଜିତିବା କି ନାହିଁ ଶାହା ଲୋକଙ୍କୁ ପଚାରିଥିଲେ। ଏପରିକି ଓଡ଼ିଶାରେ ପ୍ରଥମ ଥର ଭାଜପା ସରକାର ଗଠନ କରିବ କି ନାହିଁ ବୋଲି ମଧ୍ୟ ସେ ଜନତାଙ୍କୁ ପଚାରିଥିଲେ। ଏହି ସମୟରେ ଶାହା କହିଥିଲେ ସାରା […] The post କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍ ଜିତିବା କି ନାହିଁ’ ? appeared first on Dharitri Odia News.
ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରିବା ପରେ ଓଡ଼ିଶାରେ ୨୦ ଲୋକସଭା ସିଟ୍ ଜିତିବା କି ନାହିଁ ଶାହା ଲୋକଙ୍କୁ ପଚାରିଥିଲେ। ଏପରିକି ଓଡ଼ିଶାରେ ପ୍ରଥମ ଥର ଭାଜପା ସରକାର ଗଠନ କରିବ କି ନାହିଁ ବୋଲି ମଧ୍ୟ ସେ ଜନତାଙ୍କୁ ପଚାରିଥିଲେ।
ଏହି ସମୟରେ ଶାହା କହିଥିଲେ ସାରା ଦେଶରେ ଯୁଆଡ଼େ ଯାଇଛି ସବୁଠି ଆଜି ମୋଦି ମୋଦି ..ନାରା। ଓଡ଼ିଶାରେ ମଧ୍ୟ ମୋଦି ମୟ ହୋଇଛି। ଓଡ଼ିଶା ଲୋକ ବି ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବେ। ଓଡ଼ିଶାର ଭାଷା, ସଂସ୍କୃତି ଗୌରବ ପାଇଁ ଭାଜପା ସରକାର ବନିବା ଦରକାର। ଏଠାକାର ସରକାର ଓଡ଼ିଶାକୁ ବିକାଶରୁ ଦୂରରେ ରଖିଛନ୍ତି। ଅଫିସରଙ୍କ ମାଧ୍ୟମରେ ଭୟଙ୍କର ଭ୍ରଷ୍ଟାଚାର କରିଛନ୍ତି ଏଠାର ସରକାର। ସବୁଠାରୁ ଅଧିକ ପ୍ରାକୃତିକ ସଂପଦ ଓଡ଼ିଶାରେ ରହିଛି। ସବୁଥାଇ ବି ଓଡ଼ିଶା ସମୃଦ୍ଧିଠାରୁ ଦୂରରେ ରହିଛି।
ପ୍ରଥମ ଥର ସ୍ବରାଷ୍ଟ୍ର ମନ୍ତ୍ରୀ ଓଡ଼ିଶା ଆସିଥିଲା ବେଳେ ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। କିନ୍ତୁ ତାଙ୍କର ଭାଷଣରେ ସେ ଓଡ଼ିଶାରେ ୨୦ ଲୋକ ସଭା ସିଟ୍ ଜିତିବା କି ନାହିଁ ଜନତାଙ୍କୁ ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଓଡ଼ିଶାରେ ରାଜ୍ୟ ନେତା ସରକାର ଗଠନ କରିବା ନେଇ ଦାବି କରୁଥିଲା ବେଳେ ଦଳ ଲୋକ ସଭାରେ ମଧ୍ୟ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ତେବେ କେତେ ଆସନରେ ଭାଜପା ଓଡ଼ିଶାରୁ ବିଜୟୀ ହେବ ସେ ନେଇ ଏବେ ମଧ୍ୟ ଆକଳନ କରି ନଥିବା ଚର୍ଚ୍ଚା ହେଉଛି। ଯାହାକୁ ବଳ ଯୋଗାଇଛି ଶାହାଙ୍କ ୨୦ ଲୋକ ସଭା ଆସନ ବିଜୟ ଲକ୍ଷ୍ୟ।
The post କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍ ଜିତିବା କି ନାହିଁ’ ? appeared first on Dharitri Odia News.