କାହିଁକି ଇରାନକୁ ସହାୟତା କରୁନି ରୁଷ? ଜବାବ ଦେଲେ ପୁଟିନ

ଇସ୍ରାଏଲ ସମର୍ଥନରେ ଆମେରିକା ସେନା ତେହରାନ ଉପରେ ହମଲା କରିବା ପରେ ସ୍ଥିତି ଆହୁରି ଭୟଙ୍କର ହୋଇଛି। ଏପରି ସ୍ଥିତିରେ ରୁଷ କାହିଁକି ତା’ର ସହଯୋଗୀ ଇରାନକୁ ସିଧାସଳଖ ସହାୟତା କରୁ ନାହିଁ ବୋଲି ପ୍ରଶ୍ନ ଉଠିଛି।

କାହିଁକି ଇରାନକୁ ସହାୟତା କରୁନି ରୁଷ? ଜବାବ ଦେଲେ ପୁଟିନ

ଇରାନ ଓ ଇସ୍ରାଏଲ ଯୁଦ୍ଧ ତୀବ୍ର ହୋଇଥିବା ବେଳେ ଏବେ ଆମେରିକା ଏଥରେ ହସ୍ତକ୍ଷେପ କରିଛି। ଇସ୍ରାଏଲ ସମର୍ଥନରେ ଆମେରିକା ସେନା ତେହରାନ ଉପରେ ହମଲା କରିବା ପରେ ସ୍ଥିତି ଆହୁରି ଭୟଙ୍କର ହୋଇଛି। ଏପରି ସ୍ଥିତିରେ ରୁଷ କାହିଁକି ତା’ର ସହଯୋଗୀ ଇରାନକୁ ସିଧାସଳଖ ସହାୟତା କରୁ ନାହିଁ ବୋଲି ପ୍ରଶ୍ନ ଉଠିଛି।

ରୁଷ ପକ୍ଷରୁ ଆମେରିକା ଆକ୍ରମଣକୁ ନିନ୍ଦା କରାଯାଇଛି। ଏଥିସହ ଇରାନ ଲୋକଙ୍କୁ ରୁଷ ସହାୟତା ଯୋଗାଇ ଦେବ ବୋଲି ମଧ୍ୟ କହିଛି। କିନ୍ତୁ ଆମେରିକା ଭଳି ରୁଷ ସିଧାସଳଖ ଇରାନକୁ ସହାୟତା ଯୋଗାଇ ଦିଆଯାଇ ନାହିଁ। ରୁଷ ଓ ଇରାନର ସମ୍ପର୍କ ବେଶ ପୁରୁଣା। କିନ୍ତୁ ରୁଷ ବ୍ୟାକଫୁଟରେ ରହିବା ଆଲୋଚନାର ବିଷୟବସ୍ତୁ ପାଲଟିଛି। 

ରୁଷର ଏପରି ଆଭିମୁଖ୍ୟ ଉପରେ ଜବାବ ରଖିଛନ୍ତି ନିଜେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ତାଙ୍କ କହିବା କଥା ଯେ ଇସ୍ରାଏଲରେ ବିପୁଳ ସଂଖ୍ୟାରେ ରୁଷୀୟ ଲୋକ ରହୁଥିବାରୁ ସେ ଜାଣିଶୁଣି ପୂରା ବିବାଦରେ ନିରପେକ୍ଷ ରହିଛନ୍ତି। ସେଣ୍ଟ ପିଟର୍ସବଗ ଅନ୍ତର୍ଜାତୀୟ ଇକୋନୋମିକ ଫୋର୍ମରେ ପୁଟିନ କହିଛନ୍ତି, “ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି ଯେ ରୁଷ ଓ ସୋଭିଏତ ୟୁନିୟନର ପ୍ରାୟ ୨ ମିଲିୟନ ଲୋକ ଇସ୍ରାଏଲରେ ରହୁଛନ୍ତି। ଆଜିକା ଦିନରେ ଇସ୍ରାଏଲ ଗୋଟିଏ ରୁଷୀୟ ଭାଷା କହୁଥିବା ଦେଶରେ ପରିଣତ ହୋଇଛି। ରୁଷର ପାରମ୍ପରିକ ଇତିହାସ ଅନୁସାରେ ଆମେ ଏସବୁ ବିଷୟକୁ ନିଃସନ୍ଦେହ ଭାବେ ସବୁବେଳେ ବିଚାରକୁ ନେଇଥାଉ।”

ନିଜର ସହଯୋଗୀଙ୍କ ପ୍ରତି ରୁଷ ବିଶ୍ୱସ୍ତ ନୁହେଁ ବୋଲି ହେଉଥିବା ଆଲୋଚନାକୁ ମଧ୍ୟ ପୁଟିନ କାଉଣ୍ଟର କରିଛନ୍ତି। ଉଭୟ ଆରବ ଦେଶ ଓ ଇସଲାମିକ ଦେଶଗୁଡ଼ିକ ସହ ରୁଷର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବେଶ ପୁରୁଣା ଓ ରୁଷର ମୋଟ ଜନସଂଖ୍ୟାର ୧୫% ଲୋକ ମୁସଲିମ ବୋଲି ମଧ୍ୟ ପୁଟିନ କହିଛନ୍ତି। ସେ ଆହୁରି କହିଛି ଯେ ରୁଷ ଏକଦା ଅର୍ଗାନାଇଜେସନ ଅଫ ଇସଲାମିକ କର୍ପୋରେସନ ବା ଓଆଇସିର ପର୍ଯ୍ୟବେକ୍ଷକ ମଧ୍ୟ ରହିଥିଲା। ତେଣୁ ରୁଷ ନିଜର ସହଯୋଗୀଙ୍କ ପାଇଁ କ’ଣ କରିବ, ସେକଥା ଭଲ ଭାବେ ଜାଣିଥିବା ସେ ସମସ୍ତଙ୍କୁ ଜଣାଇ ଦେଇଛନ୍ତି।

ଏହାପୂର୍ବରୁ ପୁଟିନ ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବିରତି ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ସେ ନିଜେ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରିବାକୁ ରାଜି ଥିବା ମଧ୍ୟ ପ୍ରସ୍ତାବ ରଖିଥିଲେ। ହେଲେ ଇସ୍ରାଏଲର ସହଯୋଗୀ ଆମେରିକା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା। ସେହିପରି ଶନିବାର ଆମେରିକା ପକ୍ଷରୁ ଇରାନର ୩ଟି ଆଣବିକ କାର୍ଯ୍ୟକ୍ରମ ଠିକଣା ଉପରେ ଭୟଙ୍କର ବୋମା ବର୍ଷଣ ମଧ୍ୟ କରାଯାଇଥିଲା।