ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ କମ୍ପନ: ମୁହଁ ଖୋଲିଲେ ଅରୁଣ ସାହୁ
ଭୁବନେଶ୍ୱର,୨୩।୧୨: ବଙ୍ଗାଳୀ ଲେଖକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ-ଦ ଅଥରେଟିଭ୍ ବାୟୋଗ୍ରାଫି ରିଭାଇଜ୍ଡ୍ ଆଫ୍ଟର ୨୦୨୪ ଇଲେକ୍ସନ’କୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ବହିରେ ଥିବା ତଥ୍ୟ ନେଇ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦୀର୍ଘବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ରୁବେନ ବାନାର୍ଜୀ ଭେଟି ନାହାନ୍ତି। ଚା’ ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ବହିରେ ଉଲ୍ଲେଖ କରିଛନ୍ତି। ନିର୍ବାଚନ ବେଳେ ନବୀନଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ […] The post ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ କମ୍ପନ: ମୁହଁ ଖୋଲିଲେ ଅରୁଣ ସାହୁ appeared first on Dharitri Odia News.
ଭୁବନେଶ୍ୱର,୨୩।୧୨: ବଙ୍ଗାଳୀ ଲେଖକ ରୁବେନ ବାନାର୍ଜୀଙ୍କ ପୁସ୍ତକ ‘ନବୀନ ପଟ୍ଟନାୟକ-ଦ ଅଥରେଟିଭ୍ ବାୟୋଗ୍ରାଫି ରିଭାଇଜ୍ଡ୍ ଆଫ୍ଟର ୨୦୨୪ ଇଲେକ୍ସନ’କୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ବହିରେ ଥିବା ତଥ୍ୟ ନେଇ ବିଜେଡି ବିଧାୟକ ଅରୁଣ ସାହୁଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଦୀର୍ଘବର୍ଷ ହେବ ନବୀନ ପଟ୍ଟନାୟକଙ୍କୁ ରୁବେନ ବାନାର୍ଜୀ ଭେଟି ନାହାନ୍ତି। ଚା’ ଖଟି ଓ ବିରୋଧୀ ଚର୍ଚ୍ଚା କରୁଥିବା ତଥ୍ୟ ବହିରେ ଉଲ୍ଲେଖ କରିଛନ୍ତି।
ନିର୍ବାଚନ ବେଳେ ନବୀନଙ୍କ ବିରୋଧରେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଥିଲା। ଆଣ୍ଟି ବିଜେଡି ଓ ନବୀନ ବିରୋଧୀଙ୍କ ସହ ଆଲୋଚନା ପରେ ବହି ଲେଖିଛନ୍ତି। ଆମେ ବହିକୁ ପ୍ରତ୍ୟାଖାନ କରୁଛୁ, ଓଡ଼ିଶାବାସୀ ମଧ୍ୟ କରିବେ।
‘ନବୀନ ପଟ୍ଟନାୟକ- ଦ ଅଥରିଟେଟିଭ ବାୟୋଗ୍ରାଫି ରିଭାଇଜ୍ଡ ଆଫ୍ଟର ୨୦୨୪ ଇଲେକ୍ସନ’ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ସେ ଏହି ପୁସ୍ତକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପ୍ରଶାସକରୁ ରାଜନେତା ପାଲଟିଥିବା ତାମିଲ ଅମଲାତନ୍ତ୍ରୀ ଭି.କେ. ପାଣ୍ଡିଆନଙ୍କ ସମ୍ପର୍କରେ ଅନେକ କଥା ଉଲ୍ଲେଖ କରିଛନ୍ତି। ବିଶେଷ କରି, ୨୦୨୪ ନିର୍ବାଚନ ସମୟରେ ନବୀନ ଘରେ ରହିବା ଓ ୧୪୭ ନିର୍ବାଚନମଣ୍ଡଳୀରେ ସ୍ଥାନୀୟ ନେତାଙ୍କୁ ଅଣଦେଖା କରି ପାଣ୍ଡିଆନଙ୍କ ଏକାକୀ ପ୍ରଚାର ବିଜେଡି ହାରିବାର ପ୍ରମୁଖ କାରଣ ବୋଲି ସେ ଉଲ୍ଲେଖ କରିଛନ୍ତି। ରୁବେନ ଲେଖିଥିବା ବିଭିନ୍ନ ବିଷୟକୁ ନେଇ ଏବେ ରାଜନୀତି ଜୋର୍ ଧରିଛି। କେତେକ ପୂର୍ବତନ ଏବଂ ବର୍ତ୍ତମାନର ବିଜେଡି ନେତା ଏହାକୁ ନେଇ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି।
ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ସମୀର ଦାସ କହିଛନ୍ତି, ପାଣ୍ଡିଆନଙ୍କ କୋଟେରୀ ବାବଦରେ ରୁବେନ ଯାହା ଲେଖିଛନ୍ତି ସେଥିରେ ଦ୍ୱିମତ ନାହିଁ। ତାଙ୍କର ଭୁଲ୍ ନ ଥିବା ସତ୍ତ୍ୱେ କୋଟେରୀ ଗ୍ରୁପ ପାଇଁ ମନ୍ତ୍ରୀପଦ ଓ ଟିକେଟ କଟାଗଲା। ଅଫିସରଙ୍କ ଦ୍ୱାରା ଗ୍ରୁପ୍ ଚାଲିଥିଲା। ରାଜନେତାଙ୍କ ସମ୍ପୃକ୍ତି ସେଥିରେ ନ ଥିଲା। ନବୀନବାବୁଙ୍କ ସମର୍ଥନ ବି ପାଣ୍ଡିଆନଙ୍କ ପ୍ରତି ଥିଲା। କୋଟେରୀ ଗ୍ରୁପ ହିଁ ବିଜେଡି ବିପର୍ଯ୍ୟୟର ବଡ଼ କାରଣ ବୋଲି ସେ କହିଛନ୍ତି।
ବରିଷ୍ଠ ବିଜେଡି ନେତା ତଥା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ରୁବେନ ବାନାର୍ଜୀ ଜଣେ ପ୍ରତିଷ୍ଠିତ, ଅଭିଜ୍ଞ ଖବରଦାତା ଓ ସମାଲୋଚକ। ସେ ତାଙ୍କ ବହିରେ ଯେଉଁ ତଥ୍ୟ ଦେଇଛନ୍ତି ଅନେକ ସୂତ୍ରରୁ ତଥ୍ୟ ସଂଗ୍ରହ କରିଥିବେ। ଆରମ୍ଭରୁ ଦଳକୁ ଏବଂ ସଙ୍ଗଠନକୁ ଅତି ପାଖରୁ ନିରୀକ୍ଷଣ କରିଆସିଛନ୍ତି। ସେ ସୁଚିନ୍ତିତ ମତ ଦେଇଥିବେ। ସେ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବୋଲି ପ୍ରସନ୍ନ କହିଛନ୍ତି।
ତେବେ ସମୀକ୍ଷକଙ୍କ ମତରେ କୌଣସି ଜୀବିତ ବ୍ୟକ୍ତିର ଜୀବନୀ (ବାୟୋଗ୍ରାଫି) ସେହି ବ୍ୟକ୍ତିଙ୍କ ଅନୁମୋଦନ କ୍ରମେ ହେବା କଥା। ନବୀନ ଏଭଳି ପୁସ୍ତକର ପ୍ରକାଶକଙ୍କୁ କାହିଁକି ବହି ଛାପିବାକୁ ମନାକଲେ ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ବଞ୍ଚତ୍ଥିବା ବ୍ୟକ୍ତିଙ୍କର ନିଜ ଜୀବନ ବିଷୟରେ ବହି ଛପାଇବାକୁ ହେଲେ ଅନୁମତି ଲୋଡ଼ାଯିବା କଥା। ପ୍ରକାଶକ ତାହା କରିଛନ୍ତି କି ନାହିଁ ସାଧାରଣରେ ଜଣାପଡ଼ିନାହିଁ।
The post ରୁବେନ ବାନାର୍ଜୀଙ୍କ ବହିକୁ ନେଇ ବିଜେଡିରେ କମ୍ପନ: ମୁହଁ ଖୋଲିଲେ ଅରୁଣ ସାହୁ appeared first on Dharitri Odia News.