OSRTC ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ଭୁବନେଶ୍ୱର,୨୩ା୮: ଓଏସ୍ଆର୍ଟିସି ଚିଫ୍ ଆକାଉଣ୍ଟ ଅଫିସର(ସିଏଓ)ଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ସିଏଓ ବିଜୟ ମଙ୍ଗରାଜଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣୀରେ ମଧ୍ୟ ଚଢ଼ାଉ ଜାରିରହିଛି। ୧) ଫ୍ଲାଟ୍ ନଂ ୩୦୧, ଟାଓ୍ବାର-୬, ଜେଡ-୧ ଇଷ୍ଟେଟ୍, ନନ୍ଦନକାନନ ରୋଡ୍, ନନ୍ଦନବିହାର, ଭୁବନେଶ୍ୱର। ୨) ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍ ନଂ-୯୧୮ରେ […] The post OSRTC ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ appeared first on Dharitri Odia News.
ଭୁବନେଶ୍ୱର,୨୩ା୮: ଓଏସ୍ଆର୍ଟିସି ଚିଫ୍ ଆକାଉଣ୍ଟ ଅଫିସର(ସିଏଓ)ଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ସିଏଓ ବିଜୟ ମଙ୍ଗରାଜଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ ଚାଲିଛି। ଭୁବନେଶ୍ବର ଅଫିସ ସମେତ ନନ୍ଦନ ବିହାର, ପଳାଶୁଣୀରେ ମଧ୍ୟ ଚଢ଼ାଉ ଜାରିରହିଛି।
୧) ଫ୍ଲାଟ୍ ନଂ ୩୦୧, ଟାଓ୍ବାର-୬, ଜେଡ-୧ ଇଷ୍ଟେଟ୍, ନନ୍ଦନକାନନ ରୋଡ୍, ନନ୍ଦନବିହାର, ଭୁବନେଶ୍ୱର।
୨) ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍ ନଂ-୯୧୮ରେ ଏକ ଦୁଇ ମହଲା କୋଠା।
୩) ଭୁବନେଶ୍ୱରର ପଳାଶୁଣିସ୍ଥିତ ପ୍ଲଟ୍ ନଂ-୮୯୨ରେ ଦୁଇ ମହଲା କୋଠା।
୪) ମୟୂରଭଞ୍ଜର ଢିପସାହିସ୍ଥିତ ଭୂୟାଁ ନିବାସ।
୫) ଭୁବନେଶ୍ୱରର ଓଏସ୍ଆର୍ଟିସିର ମୁଖ୍ୟ ଆକାଉଣ୍ଟ ଅଫିସ।
୬) ଭୁବନେଶ୍ୱରର ଖାରବେଳ ଭବନସ୍ଥିତ ଆର୍ଥିକ ପରାମର୍ଶଦାତା କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ, ବାଣିଜ୍ୟ ଏବଂ ପରିବହନ, ୫ମ ମହଲା କୋଠା।
୭) କାର୍ଯ୍ୟାଳୟର ନିର୍ଦ୍ଦେଶକ, ବ୍ୟବସାୟ ବିକାଶ ଏବଂ ଅର୍ଥ, ଓଆର୍ଆଇଡିଏଲ୍, ୬ ମହଲା, ଇଡ୍କୋ ଟାଓ୍ବାର, ଜନପଥ, ଭୁବନେଶ୍ୱର।
ଏବେ ଚଢ଼ାଉ ଚାଲିଛି। ଚଢ଼ାଉ ପରେ ମୋଟ୍ର ସମ୍ପତ୍ତିର ଆକଳନ କରାଯିବ ବୋଲି ଜନୈକ ଅଧିକାରୀ କହିଛନ୍ତି।
The post OSRTC ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ appeared first on Dharitri Odia News.