ସେବାୟତଙ୍କ ଘର ମାଟିତଳୁ ମିଳିଲା ସୁନା ମୂର୍ତ୍ତି, ଅଳଙ୍କାର

ଅସୁରାଳି,୧ା୧୦(ସନ୍ତୋଷ ପ୍ରଧାନ): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିର ନିକଟ ଜଣେ ସେବାୟତଙ୍କ ଘର ଭିତର ମାଟି ତଳୁ ବିରଳ ସୁନା ମୂର୍ତ୍ତି ସହ ଅଳଙ୍କାର ଉଦ୍ଧାର ହୋଇଛି। ଘଟଣାକୁ ଲୋକଲୋଚନକୁ ନ ଆଣି ଚପାଇ ଦେବାକୁ ଉଦ୍ୟମ ଚାଲୁଥିବା ବେଳେ ଉଦ୍ଧାର କରିଥିବା ବେଦଚାର୍ଯ୍ୟ ଭୂତତ୍ତ୍ୱ ପଣ୍ଡିତ ନରୋତ୍ତମ ମିଶ୍ର ମୁହଁ ଖୋଲିଛନ୍ତି। ମିଳିଥିବା ମୂର୍ତ୍ତି ଓ ଅଳଙ୍କାରର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ସେ ପ୍ରକାଶ କରିଛନ୍ତି। ପଣ୍ଡିତ ନରୋତ୍ତମଙ୍କ କହିବା […] The post ସେବାୟତଙ୍କ ଘର ମାଟିତଳୁ ମିଳିଲା ସୁନା ମୂର୍ତ୍ତି, ଅଳଙ୍କାର appeared first on Dharitri Odia News.

ସେବାୟତଙ୍କ ଘର ମାଟିତଳୁ ମିଳିଲା ସୁନା ମୂର୍ତ୍ତି, ଅଳଙ୍କାର

ଅସୁରାଳି,୧ା୧୦(ସନ୍ତୋଷ ପ୍ରଧାନ): ଭଦ୍ରକ ଜିଲା ଆରଡ଼ି ଆଖଣ୍ଡଳମଣି ମନ୍ଦିର ନିକଟ ଜଣେ ସେବାୟତଙ୍କ ଘର ଭିତର ମାଟି ତଳୁ ବିରଳ ସୁନା ମୂର୍ତ୍ତି ସହ ଅଳଙ୍କାର ଉଦ୍ଧାର ହୋଇଛି। ଘଟଣାକୁ ଲୋକଲୋଚନକୁ ନ ଆଣି ଚପାଇ ଦେବାକୁ ଉଦ୍ୟମ ଚାଲୁଥିବା ବେଳେ ଉଦ୍ଧାର କରିଥିବା ବେଦଚାର୍ଯ୍ୟ ଭୂତତ୍ତ୍ୱ ପଣ୍ଡିତ ନରୋତ୍ତମ ମିଶ୍ର ମୁହଁ ଖୋଲିଛନ୍ତି। ମିଳିଥିବା ମୂର୍ତ୍ତି ଓ ଅଳଙ୍କାରର ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ସେ ପ୍ରକାଶ କରିଛନ୍ତି।
ପଣ୍ଡିତ ନରୋତ୍ତମଙ୍କ କହିବା ଅନୁଯାୟୀ, ଆଖଣ୍ଡଳମଣି ମନ୍ଦିର ନିକଟ ଜଣେ ସେବାୟତଙ୍କ ଘରେ କିଛିଦିନ ପୂର୍ବରୁ କିଛି ଅଲୌକିକ ଘଟଣା ଘଟିବାରୁ ସେ ତାଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ପରାମର୍ଶକ୍ରମେ ଉକ୍ତ ସେବାୟତଙ୍କ ଘରେ ପୂଜାପାଠ ଓ ହୋମଯଜ୍ଞ କରାଯାଇଥିଲା। ଘର ଭିତରେ ୬ ଫୁଟ୍‌ ଲମ୍ବ ଓ ୬ ଫୁଟ୍‌ ଓସାର ବିଶିଷ୍ଟ ୧୫ ଫୁଟ୍‌ ଗଭୀରର ଏକ ଗାତ ଖୋଳା ଯାଇଥିଲା। ଗାତ ଭିତରୁ ଏକ ପିତ୍ତଳ ହଣ୍ଡା ଭିତରୁ ବିଭିନ୍ନ ପ୍ରକାର ସ୍ବର୍ଣ୍ଣ ଅଳଙ୍କାର ସହ ଶିବ, ପାର୍ବତୀ, ଗଣେଶ, କାର୍ତ୍ତିକ, ବୃଷଭଙ୍କ ବିରଳ ମୂର୍ତ୍ତି ଉଦ୍ଧାର କରାଯାଇଛି। ପଣ୍ଡିତ ନରୋତ୍ତମ ଉଦ୍ଧାର ହୋଇଥିବା ସମସ୍ତ ଅଳଙ୍କାର ଓ ମୂର୍ତ୍ତି ସୁନା ବୋଲି ଦାବି କରିବା ସହ ଏହା ବାବା ଆଖଣ୍ଡଳମଣିଙ୍କ ସମ୍ପତ୍ତି ହୋଇପାରେ ବୋଲି ଅନୁମାନ କରିଛନ୍ତି। ଅନ୍ୟପକ୍ଷେ ସେବାୟତ ଜଣକ ଅଳଙ୍କାର କଥା ଅସ୍ବୀକାର କରିବା ସହ ମୂର୍ତ୍ତିଗୁଡ଼ିକ ପିତ୍ତଳ ବୋଲି କହିଛନ୍ତି। ପ୍ରଶାସନ ଏଥିରେ ହସ୍ତକ୍ଷେପ କଲେ ପ୍ରକୃତ ସତ ପଦାକୁ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

The post ସେବାୟତଙ୍କ ଘର ମାଟିତଳୁ ମିଳିଲା ସୁନା ମୂର୍ତ୍ତି, ଅଳଙ୍କାର appeared first on Dharitri Odia News.