କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ ସମୀର ଦାଶ ନିଜ ସମର୍ଥକଙ୍କୁ ଧରି ଟିକେଟ ଉପରେ ପୁନଃବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି। ତେବେ ସମୀରଙ୍କୁ କାହିଁକି ଟିକେଟ୍‌ ମିଳିଲାନି ଏନେଇ ଆଜି ବଡ଼ ଖୁଲାସା କରିଛନ୍ତି ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା ସ୍ବାଇଁ)। ଗତ ୨୦ ତାରିଖରେ […] The post କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ appeared first on Dharitri Odia News.

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ ସମୀର ଦାଶ ନିଜ ସମର୍ଥକଙ୍କୁ ଧରି ଟିକେଟ ଉପରେ ପୁନଃବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛନ୍ତି।

ତେବେ ସମୀରଙ୍କୁ କାହିଁକି ଟିକେଟ୍‌ ମିଳିଲାନି ଏନେଇ ଆଜି ବଡ଼ ଖୁଲାସା କରିଛନ୍ତି ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା ସ୍ବାଇଁ)। ଗତ ୨୦ ତାରିଖରେ ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସବୁ ନିର୍ବାଚିତ ପ୍ରତିନିଧିଙ୍କୁ ଶଙ୍ଖ ଭବନ ଡକାଯାଇଥିଲା । ସେଠାରେ ଏସମ୍ପର୍କରେ ରାଜା ସ୍ବାଇଁ ସ୍ପଷ୍ଟ କରିଛନ୍ତି।

ଭର୍ଚୁଆଲ ବାର୍ତ୍ତାରେ ରାଜା କହିଛନ୍ତି, ସମୀରଙ୍କୁ ଦଳ ଟିକେଟ ଦେଇ ଥା’ନ୍ତା । କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ମିଳିଲା ନାହିଁ । ତାଙ୍କ ନାଁରେ ଆସିଥିବା ଅଭିଯୋଗ ଟିକେଟ ମିଳିବା ପରେ ସାମନାକୁ ଆସିଥିଲେ ଦଳର ସମ୍ମାନହାନୀ ହୋଇ ଥାଆନ୍ତା । ଏବେ ଦିଲ୍ଲୀପଙ୍କୁ ସହଯୋଗ କରିବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ରହିଛି ।

ତେବେ ତାଙ୍କ ଭିଡିଓବାର୍ତ୍ତା ଉପରେ ସମୀରଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ସେଦିନ ଶଙ୍ଖ ଭବନ ବୈଠକରେ ସମୀରଙ୍କ ସମର୍ଥକ ତିନି ଜଣ ଜିଲା ପରିଷଦ ସଭ୍ୟ, କିଛି ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ଥିଲେ । ସେହିପରି ଟିକେଟ କଟିବା ପରେ ନିମାପଡାରେ ଶକ୍ତି ପ୍ରଦର୍ଶନ କରିଥିଲେ ସମୀର ।

ସୂଚନାଯୋଗ୍ୟ, ବିଜେଡିର ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ସମୀର ଦାଶଙ୍କ ଟିକେଟ କଟିଥିଲା । ସମୀରଙ୍କ ବଦଳରେ ଦଳ ନିକଟରେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିବା ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଥିଲା ।

 

The post କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ appeared first on Dharitri Odia News.