କାହିଁକି କର୍ମଚାରୀଙ୍କୁ ମାଗଣା ଖାଦ୍ୟ ଦିଏ ଗୁଗଲ ? ଏମିତି କହିଲେ ସୁନ୍ଦର ପିଚାଇ

ନୂଆଦିଲ୍ଲୀ : ଗୁଗଲ ବିଶ୍ବର ଏକ ଜଣାଶୁଣା ଟେକ୍ କମ୍ପାନୀ । ଏଠାରେ ଚାକିରି କରିବା ପାଇଁ ଲୋକେ ସ୍ବପ୍ନ ଦେଖନ୍ତି । କମ୍ପାନୀ ନିଜ କର୍ମଚାରୀଙ୍କୁ ଉତ୍ତମ ଦରମା ଦେବା ସହ ଅନେକ ଖାସ୍ ସୁବିଧା ପ୍ରଦାନ କରେ ଯାହା ଲୋକଙ୍କୁ ଆକର୍ଷିତ କରିଥାଏ । ଗୁଗଲ ନିଜ କର୍ମଚାରୀଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ କରିଥାଏ । କିନ୍ତୁ କମ୍ପାନୀ ଏମିତି କାହିଁକି କରେ ? ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଙ୍କି ମାରୁଥିବ […]

କାହିଁକି କର୍ମଚାରୀଙ୍କୁ ମାଗଣା ଖାଦ୍ୟ ଦିଏ ଗୁଗଲ ? ଏମିତି କହିଲେ ସୁନ୍ଦର ପିଚାଇ

ନୂଆଦିଲ୍ଲୀ : ଗୁଗଲ ବିଶ୍ବର ଏକ ଜଣାଶୁଣା ଟେକ୍ କମ୍ପାନୀ । ଏଠାରେ ଚାକିରି କରିବା ପାଇଁ ଲୋକେ ସ୍ବପ୍ନ ଦେଖନ୍ତି । କମ୍ପାନୀ ନିଜ କର୍ମଚାରୀଙ୍କୁ ଉତ୍ତମ ଦରମା ଦେବା ସହ ଅନେକ ଖାସ୍ ସୁବିଧା ପ୍ରଦାନ କରେ ଯାହା ଲୋକଙ୍କୁ ଆକର୍ଷିତ କରିଥାଏ । ଗୁଗଲ ନିଜ କର୍ମଚାରୀଙ୍କୁ ମାଗଣାରେ ଖାଦ୍ୟ ପ୍ରଦାନ କରିଥାଏ । କିନ୍ତୁ କମ୍ପାନୀ ଏମିତି କାହିଁକି କରେ ? ଆପଣଙ୍କ ମନରେ ମଧ୍ୟ ଏହି ପ୍ରଶ୍ନ ଉଙ୍କି ମାରୁଥିବ ନିଶ୍ଚିତ । ତେବେ ଏହାର ଜବାବ ଦେଇଛନ୍ତି କମ୍ପାନୀର ସିଇଓ ସୁନ୍ଦର ପିଚାଇ । ଜାଣନ୍ତୁ ସେ କ’ଣ କହିଛନ୍ତି…

ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏମିତି ପ୍ରଶ୍ନ କରାଯାଇଥିଲା । ସେ କହିଥିଲେ କି ‘କର୍ମଚାରୀଙ୍କୁ ମାଗଣା ଖାଦ୍ୟ ଦେବା କେବଳ ଏକ ସୁବିଧା ନୁହେଁ, ବରଂ ଏହା ଦ୍ବାରା କମ୍ପାନୀର ମଧ୍ୟ ଅନେକ ଲାଭ ହୁଏ । ଏଥିରେ କର୍ମଚାରୀଙ୍କ ମଧ୍ୟରେ କ୍ରିଏଟିଭିଟି ବଢିଥାଏ ଏବଂ ସେମାନେ ପରସ୍ପର ସହ ଏକାଠି ହେବାର ସୁଯୋଗ ପାଇଥାନ୍ତି । କାଫେରେ ସାଙ୍ଗମାନଙ୍କ ସହ ଆଲୋଚନା ସମୟରେ ନୂଆ ବିଚାର ଆସିଥାଏ । ଏଥିରେ କମ୍ପାନୀକୁ ଯାହା ଫାଇଦା ହୁଏ ତାହା ମାଗଣା ଖାଦ୍ୟ ପାଇଁ ଖର୍ଚ୍ଚ ହେଉଥିବା ଟଙ୍କାଠୁ ବହୁତ ବଡ ।’