ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ସଚେତନତା କାର୍ଯ୍ୟକ୍ରମ

ଫୁଲବାଣୀ: ବିଶ୍ୱ ଏଡସ ଦିବସ ଅବସରରେ  ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ରେଡ୍ ରିବନ୍ କ୍ଲବ୍ ଏବଂ ଯୁବ ରେଡ୍ କ୍ରସ ଆନୁକୁଲ୍ୟରେ ଏକ ଏଡସ/ଏଚଆଇଭି ସଚେତନତା କାର୍ଯ୍ୟକ୍ରମ ଏବଂ ପଦଯାତ୍ରା ଆୟୋଜନ କରାଯାଇଥିଲା।  ଲୋକମାନଙ୍କ ମଧ୍ୟରେ ଏଚଆଇଭି ଏବଂ ଏଡ଼ସ ବିଷୟରେ  ସଚେତନତା ସୃଷ୍ଟି କରିବା ସହ ଏହାର ନିରାକାରଣ ପାଇଁ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା। ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ରେଡ୍ କ୍ରସ୍ ସଭାପତି ଡ଼ଃ ସୁବାଶ ଚନ୍ଦ୍ର […]

ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବିଶ୍ୱ ଏଡ଼ସ ଦିବସ ସଚେତନତା କାର୍ଯ୍ୟକ୍ରମ
ଫୁଲବାଣୀ: ବିଶ୍ୱ ଏଡସ ଦିବସ ଅବସରରେ  ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ରେଡ୍ ରିବନ୍ କ୍ଲବ୍ ଏବଂ ଯୁବ ରେଡ୍ କ୍ରସ ଆନୁକୁଲ୍ୟରେ ଏକ ଏଡସ/ଏଚଆଇଭି ସଚେତନତା କାର୍ଯ୍ୟକ୍ରମ ଏବଂ ପଦଯାତ୍ରା ଆୟୋଜନ କରାଯାଇଥିଲା।  ଲୋକମାନଙ୍କ ମଧ୍ୟରେ ଏଚଆଇଭି ଏବଂ ଏଡ଼ସ ବିଷୟରେ  ସଚେତନତା ସୃଷ୍ଟି କରିବା ସହ ଏହାର ନିରାକାରଣ ପାଇଁ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା।
ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଜିଲ୍ଲା ଯୁବ ରେଡ୍ କ୍ରସ୍ ସଭାପତି ଡ଼ଃ ସୁବାଶ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ର-ଛାତ୍ରୀ, ପ୍ରାଧ୍ୟାପକ ଏବଂ କର୍ମଚାରୀ ମାନଙ୍କୁ ଏଡ଼ସର ନିରାକାରଣ ପାଇଁ ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ ଏବଂ ବିଶ୍ୱ ଏଡ଼ସ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ କଲେଜରେ ନବ ନିର୍ମିତ ରେଡ୍ ରିବନ୍ କ୍ଲବ୍ ଦ୍ୱାରା ପ୍ରଥମଥର ଏଭଳି ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ।ନୂତନ ଭାବେ ପ୍ରତିଷ୍ଠିତ ରେଡ୍ ରିବନ୍ କ୍ଲବ୍ ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ୫୦ ମିଟର ଲମ୍ବା ରେଡ ରିବନ ପତାକା ପଦଯାତ୍ରା କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ  ପ୍ରଧାନ , ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ମହାବିଦ୍ୟାଳୟର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଅଧିକାରୀ ଡ଼ଃ ସଞ୍ଜୀବ ବଳିଆରସିଂହ ଏବଂ ପୁର୍ବତନ ଜିଲା ସମ୍ପାଦକ ସୁକାନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ, ଏନସିସି କ୍ୟାଡେଟ, ଜାତୀୟ ସେବା ଯୋଜନା ଓ ଯୁବ ରେଡ୍ କ୍ରସର ସ୍ୱେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ ରେଡ୍ ରିବନ ପତାକା ଓ ବିଭିନ୍ନ ସଚେତନତା ବାର୍ତ୍ତା ବହନ କରୁଥିବା ପ୍ଲାକାର୍ଡ ନେଇ ଏକ ବିଶାଳ ପଦଯାତ୍ରା ସହର ପରିକ୍ରମା କରିଥିଲା। ଜିଲ୍ଲା ରେଡ୍ କ୍ରସ୍ ର ସମ୍ପାଦିକା ତଥା ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ ଅଭିପ୍ସା ବଳ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।