କାହିଁକି ଟ୍ରାକ୍‌ରୁ ଖସେନି ବୁଲେଟ୍ ଟ୍ରେନ୍‌ ? ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ...

ନୂଆଦିଲ୍ଲୀ ୧୧।୧୨:   ବୁଲେଟ୍ ଟ୍ରେନ୍ । ନିଜର ସ୍ପିଡ୍ ପାଇଁ ଜଣାଶୁଣା । ସମସ୍ତେ ପ୍ରାୟ ବୁଲେଟ୍ ଟ୍ରେନ୍ ବିଷୟରେ ଶୁଣିଥିବେ । ଏହି ଟ୍ରେନ୍ ଟ୍ରାକ୍‌ରେ ପବନ ସହ ଲଗାଏ ରେସ୍ । କିନ୍ତୁ କେବେ ଚିନ୍ତା କରିଛନ୍ତି ଏତେ ସ୍ପିଡ୍‌ରେ ରହିବା ପରେ ଟ୍ରାକ୍ରୁ କାହିଁକି ଖସି ନଥାଏ ବୁଲେଟ୍ ଟ୍ରେନ୍ । ବାସ୍ତବରେ ଏହା ପଛରେ କାମ କରିଥାଏ ଫିଜିକ୍ସ । ବୁଲେଟ ଟ୍ରେନ୍ ଟ୍ରାକ୍ରୁ ନଖସିବା ପାଇଁ ଏଥିରେ ଲଗାଯାଇଥାଏ ଅଟୋମେଟିକ୍ ବ୍ରେକିଙ୍ଗ୍ ସିଷ୍ଟମ । ଯାହା ସେନ୍ସର ପରି କାମ କରିଥାଏ । ଏହା ସ୍ଫଷ୍ଟ ଭାବେ ଦେଖାଇଥାଏ କି ଟ୍ରେନ୍ ଟ୍ରାକ୍ରୁ ଖସିପାରେ । ଯଦି କେତେବେଳେ ଏପରି ସ୍ଥିତି ଉପୁଜେ ତେବେ ଅଟୋମେଟିକ୍ ବ୍ରେକ୍ ଲାଗିଯାଏ । ଏଥିପାଇଁ ବୁଲେଟ ଟ୍ରେନ୍ ସ୍ପିଡ୍ରେ ଥିଲେ ମଧ୍ୟ ଟ୍ରାକ୍ରୁ ଖସିନଥାଏ । ଏହାର ଅନ୍ୟ ଏକ କାରଣ ହେଉଛି ଟ୍ରେନର ଓଜନ ବହୁତ ଅଧିକ ରହିଥାଏ । ଏଥିପାଇଁ ଟ୍ରାକରେ ଏହା ଚାଲିବା ବହୁତ ସୁରକ୍ଷିତ ହୋଇଥାଏ ।  ବୁଲେଟ୍ ଟ୍ରେନ୍କୁ ବହୁତ ସୁରକ୍ଷିତ ବିବେଚନା କରାଯାଏ ।   ବୁଲେଟ ଟ୍ରେନ୍‌ରେ ଦିଆଯାଇଥିବା ଫିଚର ଯାତ୍ରୀଙ୍କର ସୁରକ୍ଷା ଏବଂ ଦୁର୍ଘଟଣାକୁ ରୋକିବାରେ ସାହାଯ୍ୟ କରିଥାଏ । ବୁଲେଟ ଟ୍ରେନକୁ ଅନେକ ସିକ୍ୟୁରିଟି ଫିଚର୍ସ ସହିତ ଡିଜାଇନ୍ କରାଯାଇଥାଏ । ବୁଲେଟ ଟ୍ରେନ୍‌ରେ ସାଧାରଣତଃ ଏପରି ଟ୍ରାକ୍‌ରେ ଚାଲିଥାଏ ଯେଉଁଥିରେ ଷ୍ଟାଣ୍ଡାର୍ଡ ଗେଜ୍ ଟ୍ରାକ୍ ଠାରୁ ଅଧିକ ଚଉଡା ହୋଇଥାଏ । ଏହି ଚଉଡା ଗେଜ୍ ଟ୍ରେନ୍ ମ

କାହିଁକି ଟ୍ରାକ୍‌ରୁ ଖସେନି ବୁଲେଟ୍ ଟ୍ରେନ୍‌ ? ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ...

ନୂଆଦିଲ୍ଲୀ ୧୧।୧୨:   ବୁଲେଟ୍ ଟ୍ରେନ୍ । ନିଜର ସ୍ପିଡ୍ ପାଇଁ ଜଣାଶୁଣା । ସମସ୍ତେ ପ୍ରାୟ ବୁଲେଟ୍ ଟ୍ରେନ୍ ବିଷୟରେ ଶୁଣିଥିବେ । ଏହି ଟ୍ରେନ୍ ଟ୍ରାକ୍‌ରେ ପବନ ସହ ଲଗାଏ ରେସ୍ । କିନ୍ତୁ କେବେ ଚିନ୍ତା କରିଛନ୍ତି ଏତେ ସ୍ପିଡ୍‌ରେ ରହିବା ପରେ ଟ୍ରାକ୍ରୁ କାହିଁକି ଖସି ନଥାଏ ବୁଲେଟ୍ ଟ୍ରେନ୍ । 

ବାସ୍ତବରେ ଏହା ପଛରେ କାମ କରିଥାଏ ଫିଜିକ୍ସ । ବୁଲେଟ ଟ୍ରେନ୍ ଟ୍ରାକ୍ରୁ ନଖସିବା ପାଇଁ ଏଥିରେ ଲଗାଯାଇଥାଏ ଅଟୋମେଟିକ୍ ବ୍ରେକିଙ୍ଗ୍ ସିଷ୍ଟମ । ଯାହା ସେନ୍ସର ପରି କାମ କରିଥାଏ । ଏହା ସ୍ଫଷ୍ଟ ଭାବେ ଦେଖାଇଥାଏ କି ଟ୍ରେନ୍ ଟ୍ରାକ୍ରୁ ଖସିପାରେ । ଯଦି କେତେବେଳେ ଏପରି ସ୍ଥିତି ଉପୁଜେ ତେବେ ଅଟୋମେଟିକ୍ ବ୍ରେକ୍ ଲାଗିଯାଏ । ଏଥିପାଇଁ ବୁଲେଟ ଟ୍ରେନ୍ ସ୍ପିଡ୍ରେ ଥିଲେ ମଧ୍ୟ ଟ୍ରାକ୍ରୁ ଖସିନଥାଏ । 

ଏହାର ଅନ୍ୟ ଏକ କାରଣ ହେଉଛି ଟ୍ରେନର ଓଜନ ବହୁତ ଅଧିକ ରହିଥାଏ । ଏଥିପାଇଁ ଟ୍ରାକରେ ଏହା ଚାଲିବା ବହୁତ ସୁରକ୍ଷିତ ହୋଇଥାଏ ।  ବୁଲେଟ୍ ଟ୍ରେନ୍କୁ ବହୁତ ସୁରକ୍ଷିତ ବିବେଚନା କରାଯାଏ ।   ବୁଲେଟ ଟ୍ରେନ୍‌ରେ ଦିଆଯାଇଥିବା ଫିଚର ଯାତ୍ରୀଙ୍କର ସୁରକ୍ଷା ଏବଂ ଦୁର୍ଘଟଣାକୁ ରୋକିବାରେ ସାହାଯ୍ୟ କରିଥାଏ । ବୁଲେଟ ଟ୍ରେନକୁ ଅନେକ ସିକ୍ୟୁରିଟି ଫିଚର୍ସ ସହିତ ଡିଜାଇନ୍ କରାଯାଇଥାଏ । 

ବୁଲେଟ ଟ୍ରେନ୍‌ରେ ସାଧାରଣତଃ ଏପରି ଟ୍ରାକ୍‌ରେ ଚାଲିଥାଏ ଯେଉଁଥିରେ ଷ୍ଟାଣ୍ଡାର୍ଡ ଗେଜ୍ ଟ୍ରାକ୍ ଠାରୁ ଅଧିକ ଚଉଡା ହୋଇଥାଏ । ଏହି ଚଉଡା ଗେଜ୍ ଟ୍ରେନ୍ ମାଡ ହୋଇଗଲେ ମଧ୍ୟ ଟ୍ରାକରୁ ଖସିବାକୁ ଦେଇନଥାଏ । ବୁଲେଟ୍ ଟ୍ରେନ୍ ପାଇଁ ବ୍ୟବହୃତ ଗାଡିଗୁଡିକ ନିୟମିତ ଟ୍ରେନ୍ ଅପେକ୍ଷା ଶକ୍ତିଶାଳୀ ସାମଗ୍ରୀରୁ ନିର୍ମିତ ।  ଏହାବ୍ୟତୀତ ବୁଲେଟ୍ ଟ୍ରେନ୍ ସ୍ୱୟଂଚାଳିତ ବ୍ରେକିଂ ସିଷ୍ଟମ୍ ସହିତ ସଜାଯାଇଛି । ଯାହା ଟ୍ରେନକୁ ଟ୍ରାକରୁ ଖସିବାରୁ ରକ୍ଷା କରିଥାଏ । 

ବୁଲେଟ୍ ଟ୍ରେନ୍ ଚଳାଉଥିବା ଡ୍ରାଇଭର ଉଚ୍ଚ ପ୍ରଶିକ୍ଷିତ ଏବଂ ଅଭିଜ୍ଞ ହୋଇଥାଆନ୍ତି । ସମ୍ଭାବ୍ୟ ବିପଦଗୁଡିକ ଚିହ୍ନଟ କରିବାକୁ ଏବଂ ସେଗୁଡିକୁ ଏଡାଇବା ପାଇଁ ପଦକ୍ଷେପ ନେବାର ସେମାନଙ୍କୁ ଦିଆଯାଇଥାଏ ଟ୍ରେନିଂ । ଏଥିସହ ବୁଲେଟ୍ ଟ୍ରେନ୍ରେ କ୍ରାସ୍ ଆଭଏଡାନ୍ସ ସିଷ୍ଟମ୍ ଲାଗିଛି । ଯଦି କୌଣସି ବସ୍ତୁ ସହିତ ଟ୍ରେନ୍‌ ଧକ୍କା ହେଲେ ଏହି ସିଷ୍ଟମ ତୁରନ୍ତ ଟ୍ରେନକୁ ଅଟକାଇଥାଏ ।