କାହିଁକି ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ବୁମ୍ରା: ବିସିସିଆଇ କହିଲା କାରଣ
ଓ୍ବାଙ୍ଖଡେ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଏକ ବଡ ପରିବର୍ତ୍ତନ କରିଛି। ଜସପ୍ରୀତ ବୁମରା ପ୍ଲେଇଙ୍ଗ-୧୧ରେ ସାମିଲ ହୋଇନାହାନ୍ତି। ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଗୋଟିଏ ପଟେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୦ରେ ପଛୁଆ ରହିଛି ଏବଂ ଏଭଳି ପରିସ୍ଥିତିରେ ବୁମରା ନ ଖେଳିବା ନିଶ୍ଚିତ ଆଶ୍ଚର୍ଯ୍ୟଜନକ କଥା। ଟସ ପରେ ରୋହିତ ଶର୍ମା ଜସପ୍ରୀତ ବୁମ୍ରା ନ ଖେଳିବାର କାରଣ ବର୍ଣ୍ଣନା କରି କହିଛନ୍ତି, ଆମେ ଜାଣୁ […] The post କାହିଁକି ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ବୁମ୍ରା: ବିସିସିଆଇ କହିଲା କାରଣ appeared first on Dharitri Odia News.
ଓ୍ବାଙ୍ଖଡେ,୧।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ଟିମ ଇଣ୍ଡିଆ ଏକ ବଡ ପରିବର୍ତ୍ତନ କରିଛି। ଜସପ୍ରୀତ ବୁମରା ପ୍ଲେଇଙ୍ଗ-୧୧ରେ ସାମିଲ ହୋଇନାହାନ୍ତି। ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଗୋଟିଏ ପଟେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ୨-୦ରେ ପଛୁଆ ରହିଛି ଏବଂ ଏଭଳି ପରିସ୍ଥିତିରେ ବୁମରା ନ ଖେଳିବା ନିଶ୍ଚିତ ଆଶ୍ଚର୍ଯ୍ୟଜନକ କଥା।
ଟସ ପରେ ରୋହିତ ଶର୍ମା ଜସପ୍ରୀତ ବୁମ୍ରା ନ ଖେଳିବାର କାରଣ ବର୍ଣ୍ଣନା କରି କହିଛନ୍ତି, ଆମେ ଜାଣୁ ଯେ ସିରିଜରେ ଆମେ ଭଲ ଖେଳ ପ୍ରଦର୍ଶନ କରିନାହୁଁ। ୱାଙ୍ଖେଡେ ପିଚ ଭଲ ଅବସ୍ଥାରେ ଦେଖାଯାଉଛି, ଆଶା କରୁଛୁ ଆମେ ଶୀଘ୍ର ବାହାରକୁ ଯାଇପାରିବା। ବୁମରା ଏପର୍ଯ୍ୟନ୍ତ ସୁସ୍ଥ ନାହାନ୍ତି, ତାଙ୍କ ସ୍ଥାନରେ ମହମ୍ମଦ ସିରାଜ ଦଳରେ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ, ବୁମ୍ରାଙ୍କ ସ୍ବାସ୍ଥ୍ୟ ଉପରେ ବିସିସିଆଇ ମଧ୍ୟ ଏକ ବଡ ଅପ୍ଡେଟ୍ ଦେଇଛି। ବିସିସିଆଇ କହିଛି ଯେ, ବୁମରା ଭାଇରାଲ ସଂକ୍ରମଣରେ ପୀଡିତ, ଏହି କାରଣରୁ ସେ ତୃତୀୟ ଟେଷ୍ଟ ପାଇଁ ଉପଲବ୍ଧ ନାହାନ୍ତି।
ଚଳିତ ସିରିଜରେ ୨ଟି ମ୍ୟାଚରେ ବୁମ୍ରା ମାତ୍ର ୩ ଉଇକେଟ ନେଇପାରିଛନ୍ତି। ଟିମ ଇଣ୍ଡିଆ ପାଇଁ ବୁମ୍ରାାଙ୍କ ଫିଟନେସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଭାରତ ବନାମ ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି ୨୨ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏହି ଆଗାମୀ ସିରିଜ ପାଇଁ ମହମ୍ମଦ ଶାମି ଟିମ ଇଣ୍ଡିଆ ଦଳରେ ସ୍ଥାନ ପାଇନାହାଁନ୍ତି, ଏପରି ପରିସ୍ଥିତିରେ ବୁମରା ବୋଲର ଆକ୍ରମଣର ନେତୃତ୍ୱ ନେବେ।
The post କାହିଁକି ତୃତୀୟ ଟେଷ୍ଟରୁ ବାଦ୍ ପଡ଼ିଲେ ବୁମ୍ରା: ବିସିସିଆଇ କହିଲା କାରଣ appeared first on Dharitri Odia News.