କାହିଁକି ନିଜକୁ ନିଜେ ଗୁଳି କଲେ ସଚିନଙ୍କ ସୁରକ୍ଷାରେ ନିୟୋଜିତ ଯବାନ ? କାରଣ ଖୋଜୁଛି ପୋଲିସ
ମହାରାଷ୍ଟ୍ର ୧୫/୫: ନିଜ ବନ୍ଧୁକରେ ନିଜକୁ ଗୁଳି କରି ନିହତ ହୋଇଛନ୍ତି ଭାରତୀୟ କ୍ରିକେଟର ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଯବାନ । ମୃତ ଯବାନ ୩୯ ବର୍ଷୀୟ ପ୍ରକାଶ କାପଡେ । ସେ ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାର ଜାମନେର ସହରର ବାସିନ୍ଦା । ପ୍ରକାଶ ଛୁଟିରେ ଘରକୁ ଯାଇଥିଲେ । ସେଠାରେ ନିଜକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘରେ ବାପା,ମାଆ,ପତ୍ନୀ, ୨ଜଣ ପିଲା ଓ ଜଣେ ଭାଇ ସହ ରହୁଥିଲେ ପ୍ରକାଶ । ମଙ୍ଗଳବାର ବିଳମ୍ବିତ ରାତି ସାଢେ୧୧ଟା ସମୟରେ ପ୍ରକାଶ ନିଜ ବନ୍ଧୁକ ବେକରେ ରଖି ଗୁଳି ଫୁଟାଇ ଦେଇଥିଲେ । ପ୍ରକାଶଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଲିସ ତାଙ୍କ ପରିବାର ଲୋକ,ସାଙ୍ଗସାଥୀଙ୍କୁ ପଚରାଉଚରା କରୁଛି । ଜାମନେର ଥାନାର ଇନ୍ସପେକ୍ଟର କିରଣ ସିନ୍ଦେ କହିଛନ୍ତି ବ୍ୟକ୍ତିଗତ କାରଣରୁ ପ୍ରକାଶ ଏମିତି ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତଦନ୍ତ ସରିବା ପରେ ପ୍ରକାଶଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ଅନ୍ୟପଟେ ଏସ୍ଆରପିଏଫ୍ ନିଜ ଆଡୁ ଘଟଣାର ତଦନ୍ତ କରୁଛି । କାରଣ ପ୍ରକାଶ VVIPଙ୍କ ସୁରକ୍ଷାରେ ନିୟୋଜିତ ହେଉଥିଲେ ।
ମହାରାଷ୍ଟ୍ର ୧୫/୫: ନିଜ ବନ୍ଧୁକରେ ନିଜକୁ ଗୁଳି କରି ନିହତ ହୋଇଛନ୍ତି ଭାରତୀୟ କ୍ରିକେଟର ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଯବାନ । ମୃତ ଯବାନ ୩୯ ବର୍ଷୀୟ ପ୍ରକାଶ କାପଡେ । ସେ ମହାରାଷ୍ଟ୍ର ଜଲଗାଁଓ ଜିଲ୍ଲାର ଜାମନେର ସହରର ବାସିନ୍ଦା । ପ୍ରକାଶ ଛୁଟିରେ ଘରକୁ ଯାଇଥିଲେ । ସେଠାରେ ନିଜକୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘରେ ବାପା,ମାଆ,ପତ୍ନୀ, ୨ଜଣ ପିଲା ଓ ଜଣେ ଭାଇ ସହ ରହୁଥିଲେ ପ୍ରକାଶ । ମଙ୍ଗଳବାର ବିଳମ୍ବିତ ରାତି ସାଢେ୧୧ଟା ସମୟରେ ପ୍ରକାଶ ନିଜ ବନ୍ଧୁକ ବେକରେ ରଖି ଗୁଳି ଫୁଟାଇ ଦେଇଥିଲେ ।
ପ୍ରକାଶଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୋଲିସ ତାଙ୍କ ପରିବାର ଲୋକ,ସାଙ୍ଗସାଥୀଙ୍କୁ ପଚରାଉଚରା କରୁଛି । ଜାମନେର ଥାନାର ଇନ୍ସପେକ୍ଟର କିରଣ ସିନ୍ଦେ କହିଛନ୍ତି ବ୍ୟକ୍ତିଗତ କାରଣରୁ ପ୍ରକାଶ ଏମିତି ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତଦନ୍ତ ସରିବା ପରେ ପ୍ରକାଶଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ଅନ୍ୟପଟେ ଏସ୍ଆରପିଏଫ୍ ନିଜ ଆଡୁ ଘଟଣାର ତଦନ୍ତ କରୁଛି । କାରଣ ପ୍ରକାଶ VVIPଙ୍କ ସୁରକ୍ଷାରେ ନିୟୋଜିତ ହେଉଥିଲେ ।