ବରଗଡ଼ରେ ହେବ ରାଜ୍ୟସ୍ତରୀୟ ପିଏମ୍ କିଶାନ ଉତ୍ସବ, ବିଭିନ୍ନ ସ୍ଥାନରେ ସାମିଲ ହେବେ ମନ୍ତ୍ରୀ

ଭୁବନେଶ୍ୱର ୧୭।୦୬ : ମଙ୍ଗଳବାର ବରଗଡ଼ରେ ପାଳିତ ହେବ ରାଜ୍ୟ ସ୍ତରୀୟ ପିଏମ୍ କିଶାନ ଉତ୍ସବ ଦିବସ । ଏହି ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ମଧ୍ୟ ଉପସ୍ଥିତ ରହିବେ।ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ କୃଷି ବିଜ୍ଞାନ କେନ୍ଦ୍ର ରେ ଅପରାହ୍ନ ୪.୩୦ ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପିଏମ କିଷାନ ଦିବସ ପାଳିତ ହେବ । ପୁରୀରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କଟକରେ ସୁରେଶ ପୂଜାରୀ, ଖୋର୍ଦ୍ଧାରେ ପୃଥୀରାଜ ହରିଚନ୍ଦନ , କେନ୍ଦ୍ରାପଡ଼ାରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତ ରହିବେ । ଏହାସହ ରାଜ୍ୟର ଅନ୍ୟ ସ୍ଥାନରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧିର ୧୭ତମ କିସ୍ତି ଘୋଷଣା କରିବେ। 

ବରଗଡ଼ରେ ହେବ ରାଜ୍ୟସ୍ତରୀୟ ପିଏମ୍ କିଶାନ ଉତ୍ସବ, ବିଭିନ୍ନ ସ୍ଥାନରେ ସାମିଲ ହେବେ ମନ୍ତ୍ରୀ

ଭୁବନେଶ୍ୱର ୧୭।୦୬ : ମଙ୍ଗଳବାର ବରଗଡ଼ରେ ପାଳିତ ହେବ ରାଜ୍ୟ ସ୍ତରୀୟ ପିଏମ୍ କିଶାନ ଉତ୍ସବ ଦିବସ । ଏହି ଉତ୍ସବରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ମଧ୍ୟ ଉପସ୍ଥିତ ରହିବେ।

ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ କୃଷି ବିଜ୍ଞାନ କେନ୍ଦ୍ର ରେ ଅପରାହ୍ନ ୪.୩୦ ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପିଏମ କିଷାନ ଦିବସ ପାଳିତ ହେବ । ପୁରୀରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କଟକରେ ସୁରେଶ ପୂଜାରୀ, ଖୋର୍ଦ୍ଧାରେ ପୃଥୀରାଜ ହରିଚନ୍ଦନ , କେନ୍ଦ୍ରାପଡ଼ାରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର ଉପସ୍ଥିତ ରହିବେ । ଏହାସହ ରାଜ୍ୟର ଅନ୍ୟ ସ୍ଥାନରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ କୃଷି ସମ୍ମାନ ନିଧିର ୧୭ତମ କିସ୍ତି ଘୋଷଣା କରିବେ।