କାହିଁକି ବିଜେପି ଦେଇଛି ୪୦୦ ପାର୍ ନାରା? କାରଣ କହିଲେ ଦଳର ବରିଷ୍ଠ ନେତା

କନକ ବ୍ୟୁରୋ: ନିର୍ବାଚନ ଆରମ୍ଭ ହେବାଠୁ ବିଜେପି ୪୦୦ ପାରର ନାରା ଦେଉଛି । ସମ୍ବିଧାନ ପରିବର୍ତନ ପାଇଁ ବିଜେପି ଏହି ନାରା ଦେଇଛି ବୋଲି ଅଭିଯୋଗ ରହିଛି । ବିରୋଧୀ ବିଭିନ୍ନ ସଭା ସମିତିରେ ଏପରି କହୁଛି । ବିଜେପିର ଅନ୍ୟତମ ନେତା ଅନନ୍ତ ହେଗଡେ ମଧ୍ୟ ସମାନ କଥା ଦୋହରାଇବା ପରେ ବିରୋଧୀଙ୍କୁ ସମାଲୋଚନା କରିବାକୁ ବଳ ମିଳିଛି । ବିଜେପିର ବରିଷ୍ଠ ନେତା କିନ୍ତୁ ସମାନ କଥାକୁ ଖାରଜ କରି ଆସୁଛନ୍ତି । […] The post କାହିଁକି ବିଜେପି ଦେଇଛି ୪୦୦ ପାର୍ ନାରା? କାରଣ କହିଲେ ଦଳର ବରିଷ୍ଠ ନେତା first appeared on Kanak News.

କାହିଁକି ବିଜେପି ଦେଇଛି ୪୦୦ ପାର୍ ନାରା? କାରଣ କହିଲେ ଦଳର ବରିଷ୍ଠ ନେତା

କନକ ବ୍ୟୁରୋ: ନିର୍ବାଚନ ଆରମ୍ଭ ହେବାଠୁ ବିଜେପି ୪୦୦ ପାରର ନାରା ଦେଉଛି । ସମ୍ବିଧାନ ପରିବର୍ତନ ପାଇଁ ବିଜେପି ଏହି ନାରା ଦେଇଛି ବୋଲି ଅଭିଯୋଗ ରହିଛି । ବିରୋଧୀ ବିଭିନ୍ନ ସଭା ସମିତିରେ ଏପରି କହୁଛି । ବିଜେପିର ଅନ୍ୟତମ ନେତା ଅନନ୍ତ ହେଗଡେ ମଧ୍ୟ ସମାନ କଥା ଦୋହରାଇବା ପରେ ବିରୋଧୀଙ୍କୁ ସମାଲୋଚନା କରିବାକୁ ବଳ ମିଳିଛି । ବିଜେପିର ବରିଷ୍ଠ ନେତା କିନ୍ତୁ ସମାନ କଥାକୁ ଖାରଜ କରି ଆସୁଛନ୍ତି । ଏହାରି ଭିତରେ ଦଳର ବରିଷ୍ଠ ନେତା ନିଶିକାନ୍ତ ଦୁବେ ଘୋଷଣା କରିଛନ୍ତି, ବିଜେପି ୪୦୦ରୁ ଅଧିକ ଆସନ ଜିତିଲେ ପିଓକେ ଭାରତରେ ସାମିଲ ହେବ । ଝାଡଖଣ୍ଡ ଗୋଣ୍ଡା ଲୋକସଭା ଆସନର ସାଂସଦ ପ୍ରାର୍ଥୀ ନିଶିକାନ୍ତ ଏକ୍ସରେ ପୋଷ୍ଟ କରି ଏହା କହିଛନ୍ତି । ଚଳିତ ନିର୍ବାଚନ ପାଇଁ ବିଜେପି ୩୭୦ ଟାର୍ଗେଟ ରଖିଥିବା ବେଳେ ଏନଡିଏ ପାଇଁ ୪୦୦ ପାରର ନାରା ଦେଇଛି । ଏହା ପୂର୍ବରୁ ମଂଗଳବାର ଓଡିଶାରେ ପ୍ରଚାର ବେଳେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସମାନ କଥା କହିଥିଲେ ।

ବିରୋଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକଛତ୍ରବାଦ ଶାସକ କହି କଟାକ୍ଷ କରୁଛନ୍ତି । ତେଣୁ ୪୦୦ରୁ ଅଧିକ ଆସନ ଜିତିଲେ ମୋଦୀ ନିଜ ଇଚ୍ଛା ଅନୁସାରେ ବା ତାଙ୍କୁ ସୁହାଇଲା ଭଳି ନିଷ୍ପତି ନେବେ । ଯାହା ସମ୍ବିଧାନର ଭାବମୂର୍ତିକୁ କ୍ଷୁର୍ଣ୍ଣ କରିବ ବୋଲି ବିରୋଧୀ କହୁଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ହୁଅନ୍ତୁ ଅବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମାନ କଥା ଦୋହରାଇ ଆସୁଛନ୍ତି । ତେଣୁ ସମ୍ବିଧାନର ସୁରକ୍ଷା ପାଇଁ ଇଣ୍ଡିଆ ମେଂଟକୁ ଭୋଟ୍ ଦେବାକୁ ବିରୋଧୀ ଅପିଲ୍ କରୁଛନ୍ତି । ଏହାରି ଭିତରେ ମୋଦୀ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ କହିଛନ୍ତି, ସମ୍ବିଧାନର ସୁରକ୍ଷା ପାଇଁ ସେ ବଳିଦାନ ଦେବାକୁ ପ୍ରସ୍ତୁତ ।

ଦେଶରେ ଆଉ ଦୁଇଟି ପର୍ଯ୍ୟାୟରେ ମତଦାନ ବାକି ରହିଛି । ବିରୋଧୀ ଏବଂ ବିଭିନ୍ନ ରାଜନୈତିକ ଦଳ ଦାବି କରୁଛନ୍ତି ଯେ ଆକଳନଠୁ ବହୁତ କମ୍ ଆସନ ଜିତିବ ବିଜେପି । ଆଉ ଏହି ସମୟରେ ଦୁବେଙ୍କ ବୟାନ ବଢାଇବ କି ଭୋଟ୍ ବ୍ୟାଙ୍କ ।

The post କାହିଁକି ବିଜେପି ଦେଇଛି ୪୦୦ ପାର୍ ନାରା? କାରଣ କହିଲେ ଦଳର ବରିଷ୍ଠ ନେତା first appeared on Kanak News.