କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା: କ’ଣ ହେଲା ଆଲୋଚନା, ଅପରାଜିତା କହିଲେ…
ଭୁବନେଶ୍ୱର,୧୪।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ। ତେବେ ସେ ସଂସଦୀୟ କ୍ଷେତ୍ରରେ ଅଟକି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଭୁବନେଶ୍ୱର ସହରର ଡ୍ରେନେଜ ସମସ୍ୟା ସହ ୪ଟି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରି ଲିଖିତ ଜଣାଇଛନ୍ତି। ଜଟଣୀ ବିଞ୍ଝାଗିରୀରେ ୨୦ ଏକରରେ ସେଣ୍ଟ୍ରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅପ୍ ୟୋଗା ଆଣ୍ଡ ନ୍ୟାଚୁରୋପାଥି ପ୍ରତିଷ୍ଠା ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ପ୍ରତିଷ୍ଠାନ ପାଇଁ କେନ୍ଦ୍ର ଆୟୁଷ ବିଭାଗ […] The post କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା: କ’ଣ ହେଲା ଆଲୋଚନା, ଅପରାଜିତା କହିଲେ… appeared first on Dharitri Odia News.
ଭୁବନେଶ୍ୱର,୧୪।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡଙ୍ଗୀ। ତେବେ ସେ ସଂସଦୀୟ କ୍ଷେତ୍ରରେ ଅଟକି ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।
ଭୁବନେଶ୍ୱର ସହରର ଡ୍ରେନେଜ ସମସ୍ୟା ସହ ୪ଟି ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରି ଲିଖିତ ଜଣାଇଛନ୍ତି। ଜଟଣୀ ବିଞ୍ଝାଗିରୀରେ ୨୦ ଏକରରେ ସେଣ୍ଟ୍ରାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅପ୍ ୟୋଗା ଆଣ୍ଡ ନ୍ୟାଚୁରୋପାଥି ପ୍ରତିଷ୍ଠା ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହି ପ୍ରତିଷ୍ଠାନ ପାଇଁ କେନ୍ଦ୍ର ଆୟୁଷ ବିଭାଗ ପକ୍ଷରୁ ପୂର୍ବରୁ ଅନୁଦାନ ସହ ଅନୁମୋଦନ ବି ମିଳିସାରିଛି।
ସେହିପରି ଗତ ୧୦ ତାରିଖରେ ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତଙ୍କୁ ଭେଟି ଭୁବନେଶ୍ୱରରେ ନ୍ୟାସନାଲ ଗ୍ୟାଲେରୀ ଅଫ ମର୍ଡନ ଆର୍ଟ ପ୍ରତିଷ୍ଠା ସମ୍ପର୍କରେ ପ୍ରସ୍ତାବ ମଧ୍ୟ ରଖିଥିଲେ। ଏହି ପ୍ରସଙ୍ଗରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ଅପରାଜିତା। ଏହାବ୍ୟତୀତ ଖୋର୍ଦ୍ଧାସ୍ଥିତ ଉଗ୍ରତାରାଙ୍କ ମନ୍ଦିର ପାଇଁ ଆବଶ୍ୟକ ୨୦ ଏକର ଜମି ଯୋଗାଇ ନ ଦେବାରୁ କାମ ଅଟକି ରହିଥିବାବେଳେ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି।
ପଳାଶୁଣି ନିକଟରେ ହୋଲସେଲ ମାଛ ମାର୍କେଟ ହୋମ ପାଇଁ ଜମି ଚିହ୍ନଟ ହୋଇଥିଲେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି। ଫଳରେ ଅନୁଦାନ ଖର୍ଚ୍ଚ ନହୋଇ ପଡ଼ିରହିଛି । ତେବେ ତୁରନ୍ତ ଫାଇନାଲ ଡିପିଆର୍ ପାଇଁ ବିଏମ୍ସି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଅପରାଜିତା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ଅନ୍ୟପକ୍ଷେ ଅପରାଜିତା କହିଛନ୍ତି, ପୂର୍ବ ସରକାରଙ୍କ ଅପାରଗତା ପାଇଁ ଏସବୁ ପ୍ରକଳ୍ପ ଅଧପନ୍ତରିଆ ହୋଇପଡ଼ିରହିଛି ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
The post କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅପରାଜିତା: କ’ଣ ହେଲା ଆଲୋଚନା, ଅପରାଜିତା କହିଲେ… appeared first on Dharitri Odia News.