ଭାଙ୍ଗି ଅଧାରେ ଝୁଲି ରହିଛି ଯାତ୍ରୀ ପ୍ରତୀକ୍ଷାଳୟ, ଆଶଙ୍କାରେ ଲୋକେ
ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଜାରକା ବସ୍ ରହଣି ସ୍ଥାନରେ ବସ୍ଯାତ୍ରୀମାନଙ୍କ ପାଇଁ ନିର୍ମିତ ଅସ୍ଥାୟୀ ପ୍ରତୀକ୍ଷା ଲୟ ଭାଙ୍ଗି ଅଧାରେ ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଛି। ପ୍ରବଳ ଖରା ଗରମରୁ ରକ୍ଷା ପାଇବା ପାଇଁ ଟିକେ ଛାଇ ପାଇଁ ଯାତ୍ରୀମାନେ ସେହି ଭାଙ୍ଗି ଝୁଲି ରହିଥିବା ପ୍ରତୀକ୍ଷାଳୟ ଭିତରେ ବସ୍କୁ ଅପେକ୍ଷା କରି ରହୁଥିବାବେଳେ ଏଥିରେ ପାଦେ ପାଦେ ବିପଦ ରହିଛି। ମିଳିଥିବା ସୂଚନାନୁସାରେ, ଦୀର୍ଘଦିନ ହେବ […] The post ଭାଙ୍ଗି ଅଧାରେ ଝୁଲି ରହିଛି ଯାତ୍ରୀ ପ୍ରତୀକ୍ଷାଳୟ, ଆଶଙ୍କାରେ ଲୋକେ appeared first on Dharitri Odia News.
ଧର୍ମଶାଳା,୮ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଜାରକା ବସ୍ ରହଣି ସ୍ଥାନରେ ବସ୍ଯାତ୍ରୀମାନଙ୍କ ପାଇଁ ନିର୍ମିତ ଅସ୍ଥାୟୀ ପ୍ରତୀକ୍ଷା ଲୟ ଭାଙ୍ଗି ଅଧାରେ ବିପଦ ପୂର୍ଣ୍ଣ ଭାବେ ଝୁଲି ରହିଛି। ପ୍ରବଳ ଖରା ଗରମରୁ ରକ୍ଷା ପାଇବା ପାଇଁ ଟିକେ ଛାଇ ପାଇଁ ଯାତ୍ରୀମାନେ ସେହି ଭାଙ୍ଗି ଝୁଲି ରହିଥିବା ପ୍ରତୀକ୍ଷାଳୟ ଭିତରେ ବସ୍କୁ ଅପେକ୍ଷା କରି ରହୁଥିବାବେଳେ ଏଥିରେ ପାଦେ ପାଦେ ବିପଦ ରହିଛି।
ମିଳିଥିବା ସୂଚନାନୁସାରେ, ଦୀର୍ଘଦିନ ହେବ ରାଜପଥ ପାର୍ଶ୍ୱରେ ଜାରକା ବସ୍ ରହଣି ସ୍ଥାନରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ୪ଟି ସିମେଣ୍ଟ ଖୁଣ୍ଟ ଉପରେ କାଠ ସାହାଯ୍ୟରେ ଆଜ୍ବେଷ୍ଟସ୍ ପକାଇ ଏକ ଅସ୍ଥାୟୀ ପ୍ରତୀକ୍ଷାଳୟ କରାଯାଇଥିଲା, କିନ୍ତୁ ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ଏକ ଗାଡ଼ି ଏହି ପ୍ରତୀକ୍ଷାଳୟରେ ଧକ୍କା ଦେଇ ଚାଲିଯାଇଥିଲା। ଯାହା ଫଳରେ ଏହାର ଗୋଟିଏ ପାର୍ଶ୍ୱ ଭାଙ୍ଗି ଯାଇଥିବା ବେଳେ ଆଉ ଗୋଟେ ପାର୍ଶ୍ୱ ଭାଙ୍ଗି ଝୁଲି ରହିଛି। କେତେବେଳେ ଯେ, ଏହା କାହା ଉପରେ ପଡ଼ି ଅଘଟଣ ଘଟିବ କହିବା ସମ୍ଭବ ନୁହେଁ। ସବୁଠାରୁ ବଡ଼ କଥା ଏହି ରାସ୍ତା ଦେଇ ରାଜ ନେତାଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀମାନେ ଯାତାୟାତ କରୁଥିଲେ ବି କାହାର ଏହା ଉପରେ ଦୃଷ୍ଟି ପଡୁନାହିଁ। ଏହାକୁ ତୁରନ୍ତ ମରାମତି ନିମନ୍ତେ ଅନେକ ଯାତ୍ରୀ ଦାବି କରିଛନ୍ତି।
The post ଭାଙ୍ଗି ଅଧାରେ ଝୁଲି ରହିଛି ଯାତ୍ରୀ ପ୍ରତୀକ୍ଷାଳୟ, ଆଶଙ୍କାରେ ଲୋକେ appeared first on Dharitri Odia News.