କାହିଁକି ହାରିଗଲେ ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ?
ନନ୍ଦିଘୋଷ ବ୍ୟୁରୋ: ଜୋରଦାର ପ୍ରଚାର ସତ୍ତ୍ବେ କାହିଁକି ହାରିଗଲେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ।? ବିଶେଷଜ୍ଞଙ୍କ... The post କାହିଁକି ହାରିଗଲେ ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ? appeared first on .
ନନ୍ଦିଘୋଷ ବ୍ୟୁରୋ: ଜୋରଦାର ପ୍ରଚାର ସତ୍ତ୍ବେ କାହିଁକି ହାରିଗଲେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ।? ବିଶେଷଜ୍ଞଙ୍କ ମତରେ ବର୍ଣ୍ଣ ଓ ଲିଙ୍ଗ ହିଁ କମଳାଙ୍କୁ ସାଥ୍ ଦେଲେ ନାହିଁ। ପ୍ରଚାର ସମୟରେ ତାଙ୍କ ବିରୋଧରେ ବର୍ଣ୍ଣଗତ ସମାଲୋଚନା ଆସିବା ସହ ତାଙ୍କର ବୌଦ୍ଧିକତା ଉପର୍ ପ୍ରଶ୍ନ ଉଠାଇଥିଲେ ଭୋଟର। କମଳାଙ୍କ ହାରିବା ପଛରେ ସେ ନିଜେ ଦାୟୀ ନା ଦଳ ଦାୟୀ ତାହାକୁ ନେଇ ଚାଲିଛି ଆଲୋଚନା। ରାଷ୍ଟ୍ରପତି ପଦ ଲାଗି ଜୋ ବାଇଡେନ ସମ୍ମତ ନହେବା ପରେ କମଳାଙ୍କୁ ଦଳ ପକ୍ଷରୁ ବାଛିବା ଘଟଣା ବି ଥିଲା ଏକ କାରଣ। ତାଙ୍କର ପ୍ରଚାରଧାରା ସମସ୍ତ ଆମେରିକୀୟଙ୍କ ଲାଗି ନଥିଲା। ଏହା ସହ ବାଇଡେନଙ୍କ ପଲିସିର କାର୍ଯ୍ୟଧାରା ଜାରି ରହିବ ବୋଲି କହିବା ଯୋଗୁ କ୍ଷତିର ଶିକାର ହୋଇଥିଲେ କମଳା। ଏହା ସହ କେତେକ ରକ୍ଷଣଶୀଳ ସାଂସଦଙ୍କ ସହ ପ୍ରଚାର ବି ଠିକ୍ ସାବ୍ଯସ୍ତ ହେଲା ନାହିଁ। କମଳାଙ୍କୁ କମ୍ ବୌଦ୍ଧିକତାସମ୍ପନ୍ନ ମହିଳା ବୋଲି ଟ୍ରମ୍ପ ଯେଉଁ ପ୍ରଚାର କରୁଥିଲେ ସେଥିରେ କମଳା ବି ବହୁତ କ୍ଷତିଗ୍ରସ୍ତ ହୋଇଥିଲେ। ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମସ୍ତ ନୀତିକୁ ସମର୍ଥନ କରିଥିଲେ କମଳା। କୌଣସି ପ୍ରସ୍ତାବକୁ ସେ ବିରୋଧ କରି ନଥିବା ଘଟଣା ବି ତାଙ୍କ ଲାଗି କ୍ଷତି ପହଞ୍ଚାଇଥିଲା।
The post କାହିଁକି ହାରିଗଲେ ଡେମୋକ୍ରାଟିକ ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ? appeared first on .