କାହିଁକି ହେଲା ‘ଅପରେସନ ସିନ୍ଦୁର’ ନାମକରଣ

ନୂଆଦିଲ୍ଲୀ : ଗତ ବିଳମ୍ବିତ ରାତିରେ ଭାରତ ପକ୍ଷରୁ ଆରମ୍ଭ ହୋଇଛି ‘ଅପରେସନ ସିନ୍ଦୁର’ । ପହଲଗାମ ଆକ୍ରମଣର ୧୫ ଦିନ ଭିତରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ । ମାତ୍ର ୨୫ ମିନିଟ ଭିତରେ ପାକିସ୍ତାନର ୯ ଟି ଆତଙ୍କବାଦୀ ଶିବିର ଧୂଳିସାତ ହୋଇଛି । ତେବେ ଏହି ଅପରେସନ ର ନାଁ’ କାହିଁକି ‘ସିନ୍ଦୂର’ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଅନୁଯାୟୀ ଏହି କାର୍ଯ୍ୟକୁ ‘ଅପରେସନ୍ ସିନ୍ଦୂର’ ନାମ ଦିଆଯାଇଛି […]

କାହିଁକି ହେଲା ‘ଅପରେସନ ସିନ୍ଦୁର’ ନାମକରଣ
କାହିଁକି ହେଲା 'ଅପରେସନ ସିନ୍ଦୁର' ନାମକରଣ

ନୂଆଦିଲ୍ଲୀ : ଗତ ବିଳମ୍ବିତ ରାତିରେ ଭାରତ ପକ୍ଷରୁ ଆରମ୍ଭ ହୋଇଛି ‘ଅପରେସନ ସିନ୍ଦୁର’ । ପହଲଗାମ ଆକ୍ରମଣର ୧୫ ଦିନ ଭିତରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ । ମାତ୍ର ୨୫ ମିନିଟ ଭିତରେ ପାକିସ୍ତାନର ୯ ଟି ଆତଙ୍କବାଦୀ ଶିବିର ଧୂଳିସାତ ହୋଇଛି । ତେବେ ଏହି ଅପରେସନ ର ନାଁ’ କାହିଁକି ‘ସିନ୍ଦୂର’ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଅନୁଯାୟୀ ଏହି କାର୍ଯ୍ୟକୁ ‘ଅପରେସନ୍ ସିନ୍ଦୂର’ ନାମ ଦିଆଯାଇଛି । କିନ୍ତୁ ଏହା ପଛରେ କାରଣ କ’ଣ? ଏହାର ପ୍ରତୀକାତ୍ମକ ଏବଂ ଭାବପ୍ରବଣ ମହତ୍ତ୍ୱ ରହିଛି ।

ଗତ ଏପ୍ରିଲ ୨୨ ତାରିଖରେ କାଶ୍ମୀର ପହଲଗାମର ଵୈସାରନ ଉପତ୍ୟକାରେ ଆତଙ୍କବାଦୀଙ୍କ ନରସଂହାର ସାରା ଦେଶ ସହିତ ବିଶ୍ୱକୁ ଦୋହଲାଇ ଦେଇଥିଲା । ଏହି ଆକ୍ରମଣରେ କେବଳ ପୁରୁଷ ମାନଙ୍କୁ ଟାର୍ଗେଟ କରାଯାଇଥିଲା । ନରରାକ୍ଷସ ମାନେ ଧର୍ମ ପଚାରି ୨୬ ଜଣ ପୁରୁଷଙ୍କୁ ଗୁଳି କରି ହତ୍ୟା କରିଥିଲେ । ଯେଉଁଥିପାଇଁ ଅନେକ ନବ ବିବାହିତ। ମହିଳା ନିଜ ସିନ୍ଦୁର ହରାଇଥିଲେ । ଯାହାକୁ ରକ୍ଷା କରିବା ପାଇଁ ଏହାକୁ ଅପରେସନ ସିନ୍ଦୁର ନାମ ଦିଆଯାଇଥିଲା । “ସିନ୍ଦୁର” ନାମ ସାଂସ୍କୃତିକ ଏବଂ ଭାବପ୍ରବଣ ପ୍ରତିଧ୍ୱନିତ ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ । ଆତଙ୍କବାଦୀମାନେ ଯେଉଁଭଳି ଭାବରେ ସାଧାରଣ ମହିଳାଙ୍କ ସୁହାଗକୁ ଧ୍ୱଂସ କଲେ ତାହାର ବଦଲା ନେଇଛି ଭାରତ ।

‘ଅପରେସନ ସିନ୍ଦୁର’ ଏକ ପ୍ରତୀକାତ୍ମକ ପ୍ରତିଶୋଧ ଏବଂ ଚେତାବନୀ ମଧ୍ୟ । ପହଲଗାମ ଆକ୍ରମଣରେ ଅନେକ ମହିଳା ବିଧବା ହୋଇଛନ୍ତି । ସବୁଦିନ ପାଇଁ ସେମାନଙ୍କ ମାଥାରୁ ପୋଛି ହୋଇ ଯାଇଛି ସିନ୍ଦୁର । ତେଣୁ, ଭାରତ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ‘ଅପରେସନ୍ ସିନ୍ଦୂର’ ନାମ ଦିଆଯାଇଛି ।

‘ଅପରେସନ୍ ସିନ୍ଦୁର’ ନାମଟି ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ଏହା ସହିଦମାନଙ୍କ ପ୍ରତି ସମ୍ମାନ ଏବଂ ନ୍ୟାୟର ସୁରକ୍ଷାର ପ୍ରତୀକ ମଧ୍ୟ । ପହଲଗାମ ଆକ୍ରମଣ ପରେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ମଧୁବନି ରେ ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଆୟୋଜିତ ଏକ ଜନ ସଭାରେ କହିଥିଲେ ଯେ ଭାରତ ଆତଙ୍କବାଦୀ ଆକ୍ରମଣ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ଭାରତ । ଆତଙ୍କବାଦୀଙ୍କୁ ପାତାଳରୁ ଖୋଜିକି ବାହାର କରି ମାଟିରେ ମିଶାଇ ଦିଆଯିବ । ଏଥିପାଇଁ ଦିନ ରାତି ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ଘନଘନ ବୈଠକ କରି ଚିନ୍ତା ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ।

ସୂଚନାନୁସାରେ, ୨୨ ଏପ୍ରିଲ୍ ମଙ୍ଗଳବାର ଦିନ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ଭାରତୀୟ ଏବଂ ଜଣେ ନେପାଳୀ ନାଗରିକଙ୍କ ସମେତ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ ।