କିଏ ସେ ପ୍ରଶାନ୍ତ ବି. ନାୟର? ୪୦ ବର୍ଷ ପରେ ଯାହାଙ୍କୁ ମିଳିଲା ମହାକାଶ ଯିବାର ସୁଯୋଗ
ନୂଆଦିଲ୍ଲୀ,୨୭।୨: ଇସ୍ରୋର ନୂଆ ମିଶନ ‘ଗଗନାୟନ’କୁ ନେଇ ସସ୍ପେନ୍ସ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସେମାନଙ୍କ ନାମ ଘୋଷଣା କରିଛନ୍ତି। ତେବେ ପ୍ରଥମ ଥର ଲାଗି ଭାରତ ନିଜ ରକେଟରେ ବାୟୁସେନାର ୪ଜଣ ଅଧିକାରୀଙ୍କୁ ମହାକାଶ ପଠାଇବ। ସେମାନେ ହେଲେ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବି. ନାୟର, ଗ୍ରୁପ୍ କ୍ୟାପ୍ଟେନ୍ ଅଜିତ କୃଷ୍ଣନ୍, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ, ଓ୍ବିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଳା। ୪ ମହାକାଶଚାରୀଙ୍କ ମଧ୍ୟରେ ଥିବା ପ୍ରଶାନ୍ତ ନାୟର କେରଳ […] The post କିଏ ସେ ପ୍ରଶାନ୍ତ ବି. ନାୟର? ୪୦ ବର୍ଷ ପରେ ଯାହାଙ୍କୁ ମିଳିଲା ମହାକାଶ ଯିବାର ସୁଯୋଗ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୨: ଇସ୍ରୋର ନୂଆ ମିଶନ ‘ଗଗନାୟନ’କୁ ନେଇ ସସ୍ପେନ୍ସ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସେମାନଙ୍କ ନାମ ଘୋଷଣା କରିଛନ୍ତି। ତେବେ ପ୍ରଥମ ଥର ଲାଗି ଭାରତ ନିଜ ରକେଟରେ ବାୟୁସେନାର ୪ଜଣ ଅଧିକାରୀଙ୍କୁ ମହାକାଶ ପଠାଇବ। ସେମାନେ ହେଲେ ଗ୍ରୁପ୍ କ୍ୟାପ୍ଟେନ୍ ପ୍ରଶାନ୍ତ ବି. ନାୟର, ଗ୍ରୁପ୍ କ୍ୟାପ୍ଟେନ୍ ଅଜିତ କୃଷ୍ଣନ୍, ଗ୍ରୁପ୍ କ୍ୟାପଟେନ୍ ଅଙ୍ଗଦ ପ୍ରତାପ, ଓ୍ବିଙ୍ଗ୍ କମାଣ୍ଡର ଶୁଭାଂଶୁ ଶୁକ୍ଳା।
୪ ମହାକାଶଚାରୀଙ୍କ ମଧ୍ୟରେ ଥିବା ପ୍ରଶାନ୍ତ ନାୟର କେରଳ ପାଲକ୍କଡର ନେନେମାରାର ବାସିନ୍ଦା। ସେ ବାୟୁସେନାରେ ଗ୍ରୁପ୍ କ୍ୟାପ୍ଟେନ୍ ଭାବେ କାର୍ଯ୍ୟରତ ଅଛନ୍ତି। ତାଙ୍କର ପୁରା ନାମ ପ୍ରଶାନ୍ତ ବାଳକୃଷ୍ଣନ୍ ନାୟର। ସେ ରୁଷିଆରେ ବ୍ୟାପକ ପ୍ରଶିକ୍ଷଣ ନେଇଥିବା ବେଳେ ଏବେ ଇସ୍ରୋ ସେମାନଙ୍କୁ ତାଲିମ ଦେଉଛି।
ରିପୋର୍ଟ ଅନୁଯାୟୀ, ପ୍ରଶାନ୍ତ ନାୟର ନ୍ୟାଶନାଲ ଡିଫେନ୍ସ ଏକାଡେମୀ(ଏନ୍ଡିଏ)ରୁ ଗ୍ରାଜୁଏଶନ୍ ସମାପ୍ତ କରିଥିଲେ। ସେ ଜଣେ ପ୍ରଶିକ୍ଷିତ ଫାଇଟର୍ ପାଇଲଟ୍। ୧୯୯୯ରେ ସେ କମିଶନ ଅଧିକାରୀ ଭାବେ ବାୟୁସେନାରେ ସାମିଲ ହୋଇଥିଲେ। ଏବେ ତାଙ୍କୁ ଗଗନାୟନ ମିଶନ ଲାଗି ଚୟନ କରାଯାଇଛି।
ଏହି ମିଶନ ଲାଗି ଶହ ଶହ ପାଇଲଟ୍ଙ୍କ ଟେଷ୍ଟ ନିଆଯାଇଥିଲା। ସେଥିରୁ ୧୨ ସର୍ବଶ୍ରେଷ୍ଠଙ୍କୁ ବଛାଯାଇଥିଲା। ପରେ ପରେ ସମସ୍ତଙ୍କୁ ଆଇଏଏମ୍ ତର୍ଜମା କରିବା ଲାଗି ଅନେକ ପରୀକ୍ଷଣ କରିଥିଲା। ଶେଷରେ ୪ ପାଇଲଟ୍ଙ୍କ ନାମ ଶର୍ଟଲିଷ୍ଟ ହୋଇଥିଲା, ଯେଉଁଥିରୁ ଗୋଟିଏ ନାମ ପ୍ରଶାନ୍ତଙ୍କ ଥିଲା।
The post କିଏ ସେ ପ୍ରଶାନ୍ତ ବି. ନାୟର? ୪୦ ବର୍ଷ ପରେ ଯାହାଙ୍କୁ ମିଳିଲା ମହାକାଶ ଯିବାର ସୁଯୋଗ appeared first on Dharitri Odia News.