ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍ଶନ୍
ନୂଆଦିଲ୍ଲୀ,୨୧ା୩: ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଗୁରୁବାର ଭାରତରେ ମେଦ ବହୁଳତା ଏବଂ ଟାଇପ୍ ୨ ମଧୁମେହ ପାଇଁ ‘ମୌନଜାରୋ’ ନାମକ ଇଞ୍ଜେକ୍ଶନ୍କୁ ଲଞ୍ଚ୍ କରାଯାଇଛି। ଏହି ଔଷଧକୁ ଭାରତର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସ୍ସିଓ) ଦ୍ୱାରା ମଞ୍ଜୁରୀ ମିଳିଛି। ଏହି ଡ୍ରଗ୍ ଉଭୟ ଜିଆଇପି ଏବଂ ଜିଏଲ୍ପି-୧ ହରମୋନ ରିସେପ୍ଟରଗୁଡ଼ିକୁ ସକ୍ରିୟ କରିଥାଏ। ମୌନଜାରୋର କ୍ଲିନିକାଲ ପରୀକ୍ଷଣରେ ଏହା ଓଜନ ହ୍ରାସ, ଭୋକ ନିୟନ୍ତ୍ରଣ ସହ ରକ୍ତରେ […] The post ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍ଶନ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୧ା୩: ଆମେରିକୀୟ ମଲ୍ଟି ନ୍ୟାଶନାଲ ଫାର୍ମାସ୍ୟୁଟିକାଲ କମ୍ପାନୀ ଏଲି ଲିଲୀ ପକ୍ଷରୁ ଗୁରୁବାର ଭାରତରେ ମେଦ ବହୁଳତା ଏବଂ ଟାଇପ୍ ୨ ମଧୁମେହ ପାଇଁ ‘ମୌନଜାରୋ’ ନାମକ ଇଞ୍ଜେକ୍ଶନ୍କୁ ଲଞ୍ଚ୍ କରାଯାଇଛି। ଏହି ଔଷଧକୁ ଭାରତର କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଙ୍ଗଠନ (ସିଡିଏସ୍ସିଓ) ଦ୍ୱାରା ମଞ୍ଜୁରୀ ମିଳିଛି। ଏହି ଡ୍ରଗ୍ ଉଭୟ ଜିଆଇପି ଏବଂ ଜିଏଲ୍ପି-୧ ହରମୋନ ରିସେପ୍ଟରଗୁଡ଼ିକୁ ସକ୍ରିୟ କରିଥାଏ। ମୌନଜାରୋର କ୍ଲିନିକାଲ ପରୀକ୍ଷଣରେ ଏହା ଓଜନ ହ୍ରାସ, ଭୋକ ନିୟନ୍ତ୍ରଣ ସହ ରକ୍ତରେ ଶର୍କରାର ମାତ୍ରାକୁ କମାଇପାରୁଥିବା ନେଇ ଜଣାପଡ଼ିଥିଲା। ମୌନଜାରୋ ଇଞ୍ଜେକ୍ଶନ୍ର ୫ ଏମ୍ଜି ଭାଏଲର ଦାମ ଭାରତରେ ୪,୩୭୫ ଟଙ୍କା ରଖାଯାଇଥିବାବେଳେ ୨.୫ ଏମ୍ଜି ଭାଏଲର ମୂଲ୍ୟ ୩,୫୦୦ ଟଙ୍କା ରଖାଯାଇଛି। ଭାରତରେ ସମ୍ପ୍ରତି ମେଦ ବହୁଳତା ଏବଂ ଟାଇପ୍ ୨ ମଧୁମେହ ରୋଗ ଦ୍ରୁତ ଗତିରେ ବଢ଼ିଚାଲିଛି, ଯାହା ଦେଶର ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଏଲି ଲିଲୀ ଇଣ୍ଡିଆର ସଭାପତି ଓ୍ବିନ୍ସେଲୋ ଟକର କହିଛନ୍ତି, ଭାରତରେ ପ୍ରାୟ ୧୦.୧ କୋଟି ଲୋକ ମଧୁମେହ ରୋଗରେ ପୀଡ଼ିତ ଏବଂ ମୋଟାପଣ ହେଉଛି ମଧୁମେହ ରୋଗର ଏକ ପ୍ରମୁଖ କାରଣ। ଭାରତରେ ଡାଇବେଟିସ୍ ଏବଂ ମେଦ ବହୁଳତା ସମ୍ପର୍କିତ ସଚେତନତା ବୃଦ୍ଧି ଏବଂ ଚିକିତ୍ସା ବିକଳ୍ପଗୁଡ଼ିକୁ ଉନ୍ନତ କରିବା ପାଇଁ ଏଲି ଲିଲୀ କମ୍ପାନୀ ପକ୍ଷରୁ ସରକାର ଏବଂ ସ୍ବାସ୍ଥ୍ୟସେବା ଶିଳ୍ପଗୁଡ଼ିକ ସହ ମିଳିତ ଭାବେ କାମ କରାଯାଉଛି। ମେଦ ବହୁଳତା ଏବଂ ମଧୁମେହରେ ପୀଡ଼ିତ ଥିବା ଲୋକଙ୍କୁ ସୁସ୍ଥ ଜୀବନ ଯାପନ ବିତାଇବା ପାଇଁ ସାହାଯ୍ୟ କରିବା ହେଉଛି କମ୍ପାନୀର ମୂଳ ଉଦ୍ଦେଶ୍ୟ। ମୌନଜାରୋ ଲୋକଙ୍କ ମୋଟାପଣକୁ କମାଇବା ସହ ଓଜନ ହ୍ରାସ କରିବାରେ ଏକ ନୂତନ ଏବଂ ପ୍ରଭାବଶାଳୀ ଉପାୟ ଭାବେ ପ୍ରମାଣିତ ହେବ ବୋଲି ଓ୍ବିନ୍ସେଲୋ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ମୌନଜାରୋର ରାସାୟନିକ ନାମ ହେଉଛି ତିର୍ଜେପାଟାଇଡ୍। ସମ୍ପ୍ରତି ଡାଇବେଟିସ୍ ଏବଂ ଓଜନ ହ୍ରାସ ପାଇଁ ଏହି ଇଞ୍ଜେକ୍ଶନ୍ ବ୍ରିଟେନ୍ ସମେତ ୟୁରୋପର ବିଭିନ୍ନ ଦେଶରେ ବିକ୍ରି ହେଉଛି। ଆମେରିକାରେ ମେଦ ବହୁଳତାକୁ କମ୍ କରିବା ପାଇଁ ‘ଜେପ୍ବାଉଣ୍ଡ’ ନାମରେ ଏଲି ଲିଲୀ କମ୍ପାନୀ ପକ୍ଷରୁ ଇଞ୍ଜେକ୍ଶନ୍ ଉପଲବ୍ଧ ରହିଛି।
The post ଭାରତ ଆସିଲା ଓଜନ କମାଇବା ଇଞ୍ଜେକ୍ଶନ୍ appeared first on Dharitri Odia News.