କିଏ ସେହି ନାୟବ ସିଂ, ଯିଏ ହୋଇପାରନ୍ତି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୨।୩: ହରିୟାଣାରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ପୂରା କ୍ୟାବିନେଟ ଇସ୍ତଫା ଦେଇଥିବା ସୂଚନା ରହିଛି। ସୂଚନାନୁସାରେ, ନାୟବ ସିଂ ସୌନି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରରନ୍ତି। ବାସ୍ତବରେ, ନାୟବ ସିଂଙ୍କୁ ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀମାନଙ୍କ ମଧ୍ୟରେ ଗଣାଯାଏ, ଏହା ବ୍ୟତୀତ ତାଙ୍କର ରାଜନୀତିର ଦୀର୍ଘ ଅଭିଜ୍ଞତା ମଧ୍ୟ ଅଛି। ନାୟବ ସିଂ ଓବିସିର ସୌନି ସମ୍ପ୍ରଦାୟର ଅଟନ୍ତି। ବର୍ତ୍ତମାନ ସେ ହରିୟାଣା ଭାଜପାର […] The post କିଏ ସେହି ନାୟବ ସିଂ, ଯିଏ ହୋଇପାରନ୍ତି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

କିଏ ସେହି ନାୟବ ସିଂ, ଯିଏ ହୋଇପାରନ୍ତି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ,୧୨।୩: ହରିୟାଣାରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ପୂରା କ୍ୟାବିନେଟ ଇସ୍ତଫା ଦେଇଥିବା ସୂଚନା ରହିଛି। ସୂଚନାନୁସାରେ, ନାୟବ ସିଂ ସୌନି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରରନ୍ତି। ବାସ୍ତବରେ, ନାୟବ ସିଂଙ୍କୁ ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀମାନଙ୍କ ମଧ୍ୟରେ ଗଣାଯାଏ, ଏହା ବ୍ୟତୀତ ତାଙ୍କର ରାଜନୀତିର ଦୀର୍ଘ ଅଭିଜ୍ଞତା ମଧ୍ୟ ଅଛି।

ନାୟବ ସିଂ ଓବିସିର ସୌନି ସମ୍ପ୍ରଦାୟର ଅଟନ୍ତି। ବର୍ତ୍ତମାନ ସେ ହରିୟାଣା ଭାଜପାର ସଭାପତି। ଏହା ବ୍ୟତୀତ ସେ କୁରୁକ୍ଷେତ୍ରର ଭାଜପା ଏମ୍‌ପି ମଧ୍ୟ ଅଟନ୍ତି। ନାୟବ ହରିୟାଣା ସରକାରରେ ମନ୍ତ୍ରୀ ରହିଛନ୍ତି। ସେ ୨୦୧୪ ରୁ ୨୦୧୯ପର୍ଯ୍ୟନ୍ତ ବିଧାୟକ ଥିଲେ।

ହରିୟାଣାରେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାୟବ ସିଂ ଏବଂ ସଞ୍ଜୟ ଭାଟିଆଙ୍କ ନାମ ଉପରେ ଆଲୋଚନା ହେଉଛି। ତେବେ ମୁଖ୍ୟମନ୍ତ୍ରୀ ଦୌଡ଼ରେ ନାୟବ ସିଂଙ୍କ ନାମ ଆଗୁଆ ରହିଛି।

The post କିଏ ସେହି ନାୟବ ସିଂ, ଯିଏ ହୋଇପାରନ୍ତି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ appeared first on Dharitri Odia News.