କିଏ ହେବେ ଓଡ଼ିଶାର ପରବର୍ତ୍ତୀ ଡିଜିପି: ଆଗରେ ରହିଛି ଏହି ଆଇପିଏସ୍ଙ୍କ ନାଁ
ନୂଆଦିଲ୍ଲୀ, ୧୪।୮: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେର୍ଶକ (ଡିଜିପି) କିଏ ହେବେ ତାହାକୁ ନେଇ କସରତ ଆରମ୍ଭ ହୋଇଯାରଇଛି। ବରିଷ୍ଠ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ୱାଇବି ଖୁରାନିଆ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଖୁରାନିଆଙ୍କ ଏହି ସାକ୍ଷାତ ପରେ ସେ ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେର୍ଶକ (ଡିଜିପି) ହେବାର ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପ୍ରସଙ୍ଗରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ। ନିକଟରେ […] The post କିଏ ହେବେ ଓଡ଼ିଶାର ପରବର୍ତ୍ତୀ ଡିଜିପି: ଆଗରେ ରହିଛି ଏହି ଆଇପିଏସ୍ଙ୍କ ନାଁ appeared first on Dharitri Odia News.
ନୂଆଦିଲ୍ଲୀ, ୧୪।୮: ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେର୍ଶକ (ଡିଜିପି) କିଏ ହେବେ ତାହାକୁ ନେଇ କସରତ ଆରମ୍ଭ ହୋଇଯାରଇଛି। ବରିଷ୍ଠ ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ୱାଇବି ଖୁରାନିଆ ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଖୁରାନିଆଙ୍କ ଏହି ସାକ୍ଷାତ ପରେ ସେ ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେର୍ଶକ (ଡିଜିପି) ହେବାର ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ପ୍ରସଙ୍ଗରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇନାହିଁ।
ନିକଟରେ ୟୁପିଏସସି ଡିଜିପି ଚୟନ କମିଟିର ବୈଠକ ବସିଥିଲା। କମିଟି ୩ ବରିଷ୍ଠ ଆଇପିଏସ ଅଫିସର ଅରୁଣ ରାୟ, ଏସଏମ ନରୱେଣେ ଓ ୱାଇବି ଖୁରାନିଆଙ୍କ ନାଁ ରାଜ୍ୟ ସରକାରଙ୍କୁ ସୁପାରିସ କରିଛି। ୧୯୯୦ ବ୍ୟାଚ ଆଇପିଏସ ଖୁରାନିଆ ଏହି ପଦରେ ନିଯୁକ୍ତି ପାଇବାର ସମ୍ଭାବନା ଅଧିକ ରହିଛି। ଦିନେ ଦୁଇଦିନ ମଧ୍ୟରେ ନୂଆ ପୋଲିସ ମହାନିର୍ଦ୍ଦେଶକଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କୁହାଯାଉଛି।
The post କିଏ ହେବେ ଓଡ଼ିଶାର ପରବର୍ତ୍ତୀ ଡିଜିପି: ଆଗରେ ରହିଛି ଏହି ଆଇପିଏସ୍ଙ୍କ ନାଁ appeared first on Dharitri Odia News.