କିଏ ହେବେ ଗୌତମ ଆଦାନୀଙ୍କ ଉତ୍ତରାଧିକାରୀ? ଅବସର ପ୍ଲାନ୍ ନେଇ ଘୋଷଣା କଲେ ବିଜ୍‌ନେଶ ଟାଇକୁନ

ନୂଆଦିଲ୍ଲୀ: ଭାରତର ବିଜନେଶ ଟାଇକୁନ ଗୌତମ ଆଦାନୀଙ୍କୁ ବର୍ତ୍ତମାନ ୬୨ ବର୍ଷ। ଆଉ ୮ ବର୍ଷ ପରେ ମାନେ, ୭୦ ବର୍ଷ ବୟସରେ ସେ ଏସବୁ ଦାୟିତ୍ୱରୁ ଅବସର ନେବେ। ୨୦୩୦ ବର୍ଷ ଆରମ୍ଭରୁ ତାଙ୍କର ବିଶାଳ ସାମ୍ରାଜ୍ୟର ମଙ୍ଗ ଧରିବେ ଆଦାନୀଙ୍କ ଉତ୍ତରାଧିକାରୀ। ନିକଟରେ ବ୍ଲୁମବର୍ଗକୁ ଦେଇଥିବା ଏକ ସାକ୍ଷାତକାରରେ ଆଦାନୀ ତାଙ୍କ ଅବସର ଯୋଜନା ବିଷୟରେ କହିଛନ୍ତି।ବ୍ଲୁମବର୍ଗ ଅନୁସାରେ ଆଦାନୀଙ୍କର ୨୧୩ ବିଲିଅନ ଡଲାରର ବିଶାଳ ସମ୍ପତ୍ତିର ଉତ୍ତରାଧିକାରୀ ତାଙ୍କର ଦୁଇ ପୁଅ କରଣ ଓ ଜୀତ ଏବଂ ସେମାନଙ୍କର ଦାଦା ପୁଅ ପ୍ରଣବ ଏବଂ ସାଗର ହେବେ। ବଂଶଗତ ଉତ୍ତରାଧିକାରୀ ଦୃଷ୍ଟିରୁ ଆଦାନୀ ଗ୍ରୁପର ସମାନ ଭାଗ ଏହି ୪ ଜଣ ପାଇବେ।ଗୌତମ ଆଦାନୀଙ୍କ ବ୍ୟବସାୟ ଖାଇବା ତେଲ ପ୍ରଡକ୍ସନ ଠାରୁ ଆରମ୍ଭ, ବନ୍ଦର, ସିମେଣ୍ଟ ଓ ବିମାନବନ୍ଦର ପର୍ଯ୍ୟନ୍ତ ଲମ୍ବିଛି। ଆହୁରି ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଆଦାନୀ ଗ୍ରୁପ୍ ବିଜ୍‌ନେଶ ବଢ଼ାଇବାକୁ ଯୋଜନା କରିଛି। ଗତ ଜୁନ ମାସରେ ଗୌତମ ଆଦାନୀ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆ ତଥା ଭାରତର ନମ୍ବର ୱାନ୍ ଧନୀ ହୋଇଥିଲେ। ତାଙ୍କ କମ୍ପାନୀର ଷ୍ଟକ୍ ପ୍ରାଇସ୍‌ରେ ବୃଦ୍ଧି ଯୋଗୁ ସେ ଏହି ସଫଳତା ହାସଲ କରିଥିଲେ।ବ୍ଲିମବର୍ଗର ବିଶ୍ୱ ଧନୀ ତାଲିକାରେ ଆଦାନୀଙ୍କ ସ୍ଥାନ ୧୧ ତମ ସ୍ଥାନରେ ରହିଛି। ତାଙ୍କର ମୋଟ ସମ୍ପତ୍ତି(ନେଟ ୱର୍ଥ) ୧୧୧ ବିଲିଅନ ଡଲାର। ସେହିପରି ମୁକେଶ ଅମ୍ବାନୀ ୧୦୯ ବିଲିଅନ ଡଲାର ସମ୍ପତ୍ତି ସହ ତାଲିକ

କିଏ ହେବେ ଗୌତମ ଆଦାନୀଙ୍କ ଉତ୍ତରାଧିକାରୀ? ଅବସର ପ୍ଲାନ୍ ନେଇ ଘୋଷଣା କଲେ ବିଜ୍‌ନେଶ ଟାଇକୁନ

ନୂଆଦିଲ୍ଲୀ: ଭାରତର ବିଜନେଶ ଟାଇକୁନ ଗୌତମ ଆଦାନୀଙ୍କୁ ବର୍ତ୍ତମାନ ୬୨ ବର୍ଷ। ଆଉ ୮ ବର୍ଷ ପରେ ମାନେ, ୭୦ ବର୍ଷ ବୟସରେ ସେ ଏସବୁ ଦାୟିତ୍ୱରୁ ଅବସର ନେବେ। ୨୦୩୦ ବର୍ଷ ଆରମ୍ଭରୁ ତାଙ୍କର ବିଶାଳ ସାମ୍ରାଜ୍ୟର ମଙ୍ଗ ଧରିବେ ଆଦାନୀଙ୍କ ଉତ୍ତରାଧିକାରୀ। ନିକଟରେ ବ୍ଲୁମବର୍ଗକୁ ଦେଇଥିବା ଏକ ସାକ୍ଷାତକାରରେ ଆଦାନୀ ତାଙ୍କ ଅବସର ଯୋଜନା ବିଷୟରେ କହିଛନ୍ତି।

ବ୍ଲୁମବର୍ଗ ଅନୁସାରେ ଆଦାନୀଙ୍କର ୨୧୩ ବିଲିଅନ ଡଲାରର ବିଶାଳ ସମ୍ପତ୍ତିର ଉତ୍ତରାଧିକାରୀ ତାଙ୍କର ଦୁଇ ପୁଅ କରଣ ଓ ଜୀତ ଏବଂ ସେମାନଙ୍କର ଦାଦା ପୁଅ ପ୍ରଣବ ଏବଂ ସାଗର ହେବେ। ବଂଶଗତ ଉତ୍ତରାଧିକାରୀ ଦୃଷ୍ଟିରୁ ଆଦାନୀ ଗ୍ରୁପର ସମାନ ଭାଗ ଏହି ୪ ଜଣ ପାଇବେ।

ଗୌତମ ଆଦାନୀଙ୍କ ବ୍ୟବସାୟ ଖାଇବା ତେଲ ପ୍ରଡକ୍ସନ ଠାରୁ ଆରମ୍ଭ, ବନ୍ଦର, ସିମେଣ୍ଟ ଓ ବିମାନବନ୍ଦର ପର୍ଯ୍ୟନ୍ତ ଲମ୍ବିଛି। ଆହୁରି ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ଆଦାନୀ ଗ୍ରୁପ୍ ବିଜ୍‌ନେଶ ବଢ଼ାଇବାକୁ ଯୋଜନା କରିଛି। ଗତ ଜୁନ ମାସରେ ଗୌତମ ଆଦାନୀ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ଏସିଆ ତଥା ଭାରତର ନମ୍ବର ୱାନ୍ ଧନୀ ହୋଇଥିଲେ। ତାଙ୍କ କମ୍ପାନୀର ଷ୍ଟକ୍ ପ୍ରାଇସ୍‌ରେ ବୃଦ୍ଧି ଯୋଗୁ ସେ ଏହି ସଫଳତା ହାସଲ କରିଥିଲେ।

ବ୍ଲିମବର୍ଗର ବିଶ୍ୱ ଧନୀ ତାଲିକାରେ ଆଦାନୀଙ୍କ ସ୍ଥାନ ୧୧ ତମ ସ୍ଥାନରେ ରହିଛି। ତାଙ୍କର ମୋଟ ସମ୍ପତ୍ତି(ନେଟ ୱର୍ଥ) ୧୧୧ ବିଲିଅନ ଡଲାର। ସେହିପରି ମୁକେଶ ଅମ୍ବାନୀ ୧୦୯ ବିଲିଅନ ଡଲାର ସମ୍ପତ୍ତି ସହ ତାଲିକାରେ ୧୨ ତମ ସ୍ଥାନରେ ରହିଛନ୍ତି। ହେଲେ ଦିନେ ସମୟ ଥିଲା ଆଦାନୀ ବିଶ୍ୱ ଧନୀ ତାଲିକାର ଦ୍ୱିତୀୟ ସ୍ଥାନକୁ ଚାଲି ଆସିଥିଲେ। କିନ୍ତୁ ୨୦୨୩ ଜାନୁଆରୀରେ ପ୍ରକାଶ ପାଇଥିବା ହିଣ୍ଡନବର୍ଗର ରିପୋର୍ଟ ସବୁ ବିଗାଡ଼ି ଦେଲା। 

ଆଦାନୀ ଗ୍ରୁପର ଉପରେ ସାଂଘାତିକ ଅଭିଯୋଗ ଲଗାଇଥିଲା ଆମେରିକା ସଟ ସେଲର କମ୍ପାନୀ ହିଣ୍ଡନବର୍ଗ। ଆଦାନୀ ଗ୍ରୁପ ଉପରେ ବିଦେଶରେ ସେଲିଂ କମ୍ପାନୀ ଖୋଲିବା, ଦୁର୍ନୀତି କରିବା, ମନିଲଣ୍ଡରିଂ ଏବଂ ଟ୍ୟାକ୍ସ ଚୋରି ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ଆଦାନୀଙ୍କ ସମ୍ପତ୍ତି ଦ୍ରୁତ ଗତିରେ ହ୍ରାସ ପାଇଥିଲା। ଶେୟାର ବିକ୍ରି ଯୋଗୁ ୬୦ ପ୍ରତିଶତ ସମ୍ପତ୍ତି କମ ହୋଇଯାଇଥିଲା। 

ହିଣ୍ଡନବର୍ଗ ଲଗାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ଆଦାନୀ। ହେଲେ ଏହି ଗୋଟିଏ ରିପୋର୍ଟ ପାଇଁ ତାଙ୍କ ସମ୍ପତ୍ତି ମୂଲ୍ୟରେ ୧୫୩ ବିଲିଅନ ଡଲାର ହ୍ରାସ ପାଇଥିଲା। ତେବେ ଶେଷ ବେଳକୁ କମ୍ପାନୀ ଏହାର ଭରଣା ମଧ୍ୟ କରିଦେଇଥିଲା। 

ଗୌତମ ଆଦାନୀ ତାଙ୍କ ଭାଇ ବିନୋଦ ଏବଂ ରାଜେଶ ଆଦାନୀଙ୍କ ସହ ମିଶି କମୋଡିଟି ଟ୍ରେଡିଂ କମ୍ପାନୀ ସ୍ଥାପନା କରିଥିଲେ। ଏହାପରେ ଧୀରେ ଧୀରେ ତାଙ୍କ ବ୍ୟବସାୟ ବନ୍ଦର, ବିମାନବନ୍ଦର, କୋଇଲା, ଏବଂ ଶକ୍ତି କ୍ଷେତ୍ରରେ ବିସ୍ତାର ଲାଭ କଲା। ଏଇଠି କହି ରଖୁଛୁ ଯେ ବିନୋଦ ହେଉଛନ୍ତି ପ୍ରଣବଙ୍କ ବାପା ଓ ରାଜେଶ ହେଉଛନ୍ତି ସାଗରଙ୍କ ବାପା। ତେଣୁ ଆଦାନୀ ସମ୍ପତ୍ତିରେ କରଣ ଓ ଜୀତ ଯେତିକି ଶେୟାର ପାଇବେ ସେତିକି ଶେୟାର ପ୍ରଣବ ଓ ସାଗର ବି ପାଇବେ।    

ବ୍ଲୁମବର୍ଗରେ ଇଣ୍ଟରଭ୍ୟୁରେ ଗୌତମ ଆଦାନୀ କହିଛନ୍ତି ଯେ ମୁଁ ଖୁସି ଯେ ମୋର ୪ ଜଣ ଉତ୍ତରାଧିକାରୀ କମ୍ପାନୀର ଗ୍ରୋଥ ପାଇଁ ସବୁବେଳେ ଚେଷ୍ଟିତ। ଦ୍ୱିତୀୟ ପୀଢ଼ି ମଧ୍ୟରେ ଏଭଳି ସ୍ୱଭାବ ସାଧାରଣ କଥା ନୁହେଁ। ସାମ୍ରାଜ୍ୟ ବିସ୍ତାର ପାଇଁ ସେମାନଙ୍କୁ ମିଳିମିଶ କାମ କରିବାକୁ ପଡ଼ିବ। ପ୍ରଣବ ଆଦାନୀ, କରଣ ଆଦାନୀ, ସାଗର ଆଦାନୀ ଓ ଜୀତ ଆଦାନୀ ବର୍ତ୍ତମାନ ଆଦାନୀ ଗ୍ରୁପର ବିଭିନ୍ନ ଦାୟିତ୍ୱ ବୁଝୁଛନ୍ତି।

ଆସନ୍ତୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ ସମାନେ ଆଦାନୀ ଗ୍ରୁପର କେଉଁ ଦାୟିତ୍ୱ ବୁଝୁଛନ୍ତି ତାହା ଜାଣିବା।


ପ୍ରଣବ ଆଦାନୀ- ପ୍ରଣବ ଆଦାନୀ ଆଗ୍ରୋ, ଅଏଲ ଆଣ୍ଡ ଗ୍ୟାସ୍‌ର ମ୍ୟାନେଜିଂ ଡାଇରେକ୍ଟର ଥିବା ବେଳେ  ଆଦାନୀ ଏଣ୍ଟରପ୍ରାଇଜେସରର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ୧୯୯୯ ମସିହାରୁ ସେ ଏହି ଦାୟିତ୍ୱରେ ଅଛନ୍ତି। ଭାରତୀୟ ତୈଳ ମାର୍କେଟର ୨୦ ପ୍ରତିଶତ ବଜାର କବ୍ଜା କରିଥିବା ଫର୍ଚୁନ୍ ଫୁଡ୍ ବ୍ରାଣ୍ଡର ଆଦାନୀ ୱିଲମାର ଲିମିଟେଡକୁ ଆଗକୁ ନେବାର ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। 
 ଆଦାନୀ ଗ୍ରୁପ ୱେବ୍‌ସାଇଟର ସୂଚନା ଅନୁସାରେ, ଆଦାନୀ ଏଗ୍ରି ଲଜିଷ୍ଟିକ, ଆଦାନୀ ଏଗ୍ରି ଫ୍ରେସ ଭଳି କୃଷି କ୍ଷେତ୍ରରେ କମ୍ପାନୀର ଉପସ୍ଥିତି ଜାହିର କରିବାକୁ ପ୍ରଣବ ଅନେକ ସହଯୋଗ କରିଛନ୍ତି। ଏଥିସହିତ ଆଦାନୀ ଗ୍ୟାସ ଲିମିଟେଡ୍,ଆଦାନି ରିୟଲିଟି, ଧରାବି ପୁନବିକାଶ ପ୍ରୋଜେକ୍ଟ, ଆଦିରେ ସହଯୋଗ କରିଛନ୍ତି। 

ପ୍ରଣବ ଆମେରିକାର ବୁଷ୍ଟନ ୟୁନିଭର୍ସିଟିରୁ ବିଜ୍ଞାନରେ ବିଏସ(ବେଚଲର ଅଫ ସାଇନ୍ସ) ପାସ କରିଥିବା ବେଳେ ହାଭାର୍ଡ ବିଜ୍‌ନେସ ସ୍କୁଲ୍‌ରୁ ପ୍ରେସିଡମେଣ୍ଟ ମ୍ୟାନେମେଣ୍ଟ ପ୍ରୋଗାମର ପୂର୍ବତନ ଛାତ୍ର। ୨୦୦୯ରେ ତାଙ୍କୁ ଗ୍ଲୋବାଲ ମ୍ୟାନ୍ ଅଫ ଦି ଇଅର ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

କରଣ ଆଦାନୀ- ଗୌତମ ଆଦାନୀଙ୍କ ପୁଅ କରଣ ଆଦାନୀ ଆଦାନୀ ପୋର୍ଟ ଓ ଏସଇଜେଡ୍ ଲିମିଟେଡ୍(APSEZ)ର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି। ବିଦେଶରେ ସିମେଣ୍ଟ ବ୍ୟବସାୟ, ପୋର୍ଟ, ଏବଂ ଲଜିଷ୍ଟିକ ବିଜ୍‌ନେଶର ଦେଖାରେଖା କରୁଛନ୍ତି। APSEZକୁ ଇଣ୍ଟିଗ୍ରେଟେଡ୍ ଲଜିଷ୍ଟିକ୍ କମ୍ପାନୀରେ ପରିଣତ କରିବା ତାଙ୍କ ଉଦ୍ଦେଶ୍ୟ। ସେ ମଧ୍ୟ ଆମେରିକାର ପର୍ଡ୍ୟୁ ୟୁନିଭର୍ସିଟିରେ ଇକୋନୋମିକ୍ସରେ ସ୍ନାତକ କରିଛନ୍ତି। ଟେକ୍ନୋଲୋଜୀ ଓ ବିଶ୍ୱ ବ୍ୟବସାୟ କ୍ଷେତ୍ରରେ ତାଙ୍କର ଜ୍ଞାନ ରହିଛି। 

ସାଗର ଆଦାନୀ- ଆମେରିକାର ବ୍ରାଉନ ୟୁନିଭର୍ସିଟିରେ ଅର୍ଥନୀତିରେ ସ୍ନାତକ କରିବା ପରେ ସାଗର ଆଦାନୀ ୨୦୧୫ରେ ଆଦନୀ ଗ୍ରୁପରେ ଯୋଗ ଦେଇଥିଲେ।  ସାଗର ଆଦାନୀ ଗ୍ରୁପର ଏନର୍ଜୀ ଓ ଫାଇନାନ୍ସ ବ୍ୟବସାୟ ସମ୍ଭାଳୁଛନ୍ତି। ପ୍ରୋଜେକ୍ଟରୁ କ୍ୟରିୟର ଆରମ୍ଭ କରିଥିବା ସାଗର ଆଦାନୀ ଗ୍ରୀନ ଏନର୍ଜୀର ପୂରା ସୋଲାର ଏବଂ ୱିଣ୍ଡ ପୋର୍ଟଫୋଲିଆକୁ ଆଗକୁ ବଢ଼ାଇଛନ୍ତି। ଏଥିସହିତ ନବୀକରଣ ଶକ୍ତି ଉପରେ ତାଙ୍କର ଗୁରୁତ୍ୱ ରହିଛି। ଏବଂ୨୦୩୦ ସୁଦ୍ଧା ବିଶ୍ୱର ସବୁଠାରୁ ବଡ଼ ନବୀକରଣ ଯୋଗ୍ୟ ଶକ୍ତି ପାର୍କ ତିଆରି କରିବାକୁ ଯୋଜନା କରୁଛନ୍ତି।  

ଜୀତ ଆଦାନୀ- ୨୦୧୯ରେ ଜୀତ ଆଦାନୀ ଗ୍ରୁପର ବ୍ୟବସାୟରେ ଏଣ୍ଟ୍ରି ମାରିଥିଲେ। ପେନସିଲଭାନିଆ ୟୁନିଭରସିଟିରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ଆପ୍ଲାଏଡ୍ ସାଇନ୍ସରେ ପାଠ ପଢ଼ିଥିଲେ। ଜୀତ ଗୌତମ ଆଦାନୀଙ୍କ ସାନ ପୁଅ। ସେ ଜଣେ ଦକ୍ଷ ଇଞ୍ଜିନିୟର। ଭାତର ସବୁଠାରୁ ବଡ଼ ଘରୋଇ ବିମାନ ବନ୍ଦର ନେଟୱାର୍କ ବିସ୍ତାର କରିବା ଓ ଡିଜିଟାଲ ବିଜ୍‌ନେଶ ଦେଖରେଖ କରୁଛନ୍ତି। ଡିଫେନ୍ସ ଓ ଡିଜିଟାଲ ବିଭାଗରେ ଅଧିକ ଗ୍ରୋଥ ରହିଛି।