ନ୍ୟୁୟର୍କରେ ବିଶ୍ବ ଯୋଗ ଦିବସ; ଟାଇମ୍ସ ସ୍କୋୟାରରେ ଯୋଗାଭ୍ୟାସ କଲେ ଲୋକେ

ନୂଆଦିଲ୍ଲୀ: ବିଶ୍ବ ପାଳୁଛି ଯୋଗ ଦିବସ । ଦେଶରୁ ନେଇ ବିଦେଶ ସବୁଠି ଯୋଗ ଦିବସ ପାଳନ ହେଉଛି । ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ଉତ୍ସାହ ଆମେରିକାରେ ଦେଖିବାକୁ ମିଳିଛି । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ରୀତ ହୋଇ ବିଶ୍ବ ଯୋଗ ଦିବସ ପାଳିଛନ୍ତି । ଚଳିତ ବର୍ଷର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’ । ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ବିଶ୍ବ ଯୋଗ ଦିବସ ପାଳିତ ହେଉଛି । ନ୍ୟୁୟର୍କରେ ଭାରତୀୟ ଦୂତାବାସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଟାଇମ୍ସ ସ୍କୋୟାରରେ ଗୋଟିଏ ଦିନ ବିଶେଷ ଯୋଗ କାର୍ଯ୍ୟକ୍ରମ ରହିଛି । ନ୍ୟୁୟର୍କରେ ଏବେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ଚେତାବନୀ ଜାରି କରାଯାଇଛି । ଦିନର ସର୍ବାଧିକ ତାପମାତ୍ରା ୩୩.୮ ଡିଗ୍ରୀ ରହୁଛି । ତଥାପି ଆମେରିକାର ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଭାରତୀୟ ମହାବାଣିଜ୍ୟ ଦୂତ ବିନୟ ଶ୍ରୀକାନ୍ତ ପ୍ରଧାନ କହିଛନ୍ତି, ଅନ୍ତର୍ଜାତୀୟ ଯୋଗ ଦିବସରେ ନ୍ୟୁୟର୍କରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏକାଠି ହୋଇ ଯୋଗାଭ୍ୟାସ କରିଛନ୍ତି । ଆମେରିକାରର ବିଭିନ୍ନ ପ୍ରାନ୍ତରୁ ଆସି ଲୋକ ଯୋଗ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । ଅନ୍ୟ ଲୋକମାନଙ୍କୁ ମଧ୍ୟ ଆଜିର ଯୋଗାଭ୍ୟାସ ପ୍ରେରିତ କରିବ ବୋଲି ବିନୟ ଶ୍ରୀକାନ୍ତ କହିଛନ୍ତି । 

ନ୍ୟୁୟର୍କରେ ବିଶ୍ବ ଯୋଗ ଦିବସ; ଟାଇମ୍ସ ସ୍କୋୟାରରେ ଯୋଗାଭ୍ୟାସ କଲେ ଲୋକେ

ନୂଆଦିଲ୍ଲୀ: ବିଶ୍ବ ପାଳୁଛି ଯୋଗ ଦିବସ । ଦେଶରୁ ନେଇ ବିଦେଶ ସବୁଠି ଯୋଗ ଦିବସ ପାଳନ ହେଉଛି । ଦଶମ ଅନ୍ତର୍ଜାତୀୟ ଯୋଗ ଦିବସର ଉତ୍ସାହ ଆମେରିକାରେ ଦେଖିବାକୁ ମିଳିଛି । ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ହଜାର ହଜାର ସଂଖ୍ୟାରେ ଲୋକ ଏକତ୍ରୀତ ହୋଇ ବିଶ୍ବ ଯୋଗ ଦିବସ ପାଳିଛନ୍ତି । ଚଳିତ ବର୍ଷର ଥିମ୍ ରହିଛି ‘ନିଜ ଓ ସମାଜ ପାଇଁ ଯୋଗ’ । 

ପ୍ରତିବର୍ଷ ଜୁନ୍ ୨୧ ତାରିଖରେ ବିଶ୍ବ ଯୋଗ ଦିବସ ପାଳିତ ହେଉଛି । ନ୍ୟୁୟର୍କରେ ଭାରତୀୟ ଦୂତାବାସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଟାଇମ୍ସ ସ୍କୋୟାରରେ ଗୋଟିଏ ଦିନ ବିଶେଷ ଯୋଗ କାର୍ଯ୍ୟକ୍ରମ ରହିଛି । ନ୍ୟୁୟର୍କରେ ଏବେ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ଚେତାବନୀ ଜାରି କରାଯାଇଛି । ଦିନର ସର୍ବାଧିକ ତାପମାତ୍ରା ୩୩.୮ ଡିଗ୍ରୀ ରହୁଛି । ତଥାପି ଆମେରିକାର ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । 

ଭାରତୀୟ ମହାବାଣିଜ୍ୟ ଦୂତ ବିନୟ ଶ୍ରୀକାନ୍ତ ପ୍ରଧାନ କହିଛନ୍ତି, ଅନ୍ତର୍ଜାତୀୟ ଯୋଗ ଦିବସରେ ନ୍ୟୁୟର୍କରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏକାଠି ହୋଇ ଯୋଗାଭ୍ୟାସ କରିଛନ୍ତି । ଆମେରିକାରର ବିଭିନ୍ନ ପ୍ରାନ୍ତରୁ ଆସି ଲୋକ ଯୋଗ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି । ଅନ୍ୟ ଲୋକମାନଙ୍କୁ ମଧ୍ୟ ଆଜିର ଯୋଗାଭ୍ୟାସ ପ୍ରେରିତ କରିବ ବୋଲି ବିନୟ ଶ୍ରୀକାନ୍ତ କହିଛନ୍ତି ।