କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ : ଆଜି ସନ୍ଧ୍ୟା ସୁଦ୍ଧା ଆସିବ ସ୍ପଷ୍ଟ ଚିତ୍ର

କନକବ୍ୟୁରୋ : ଦୀର୍ଘ ବର୍ଷ ପରେ ଦିଲ୍ଲୀରେ ପୁଣି ଥରେ କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି। କ୍ଷମତାକୁ ଫେରିବାର ଏଗାର ଦିନ ପରେ ବିଜେପି ବୁଧବାର ଦିନ ଦଳର ଦିଲ୍ଲୀ ୟୁନିଟ୍ କାର୍ଯ୍ୟାଳୟରେ ନୂତନ ମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବା ପାଇଁ ବିଧାୟକ ଦଳ ବୈଠକ କରିବ ବୋଲି ସୂଚନା ରହିଛି। ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ୧୨ ଟାରେ  ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ। ଦିଲ୍ଲୀର ନବନିର୍ବାଚିତ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ, ସେ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ତାଙ୍କ ବାସଭବନରେ ଭେଟି କ୍ଷମତା ପାଇଁ ଦାବି କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବର ସମୟ ପରିବର୍ତ୍ତନ କରାଯାଇଛି। ଫେବ୍ରୁଆରି ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଏହି ସୂଚନା ମିଳିଛି। ପୂର୍ବରୁ ଅପରାହ୍ନ ସାଢ଼େ ୪ଟାରେ ଶପଥ ଗ୍ରହଣ ହେବାର ଥିଲା।  ଫେବ୍ରୁଆରି ୮ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାର ଇତିମଧ୍ୟରେ ୧୧ ଦିନ ବିତିଯିବା ପରେ ମଧ୍ୟ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିନାହିଁ । ଏହାକୁ ନେଇ ଆପ୍ ପକ୍ଷରୁ ବିଜେପିକୁ ଟାର୍ଗେଟ୍ କରାଯାଇଛି । ଦୀର୍ଘ ଦିନ ପରେ ଦିଲ୍ଲୀକୁ ଫେରୁଛି ବିଜେପି ଶାସନ ।ତେଣୁ ଖୁସି ଡବଲ ଓ ଉତ୍ସାହ ମଧ୍ୟ ଡବଲ ।ତେଣୁ ଏହାକୁ ସ୍ମରଣୀୟ କରିବାକୁ କୌଣସି. ଥିରେ କିଛି କମ ରଖିବାକୁ ଚାହୁଁନି ବିଜେପି ।ତେଣୁ ରାମଲୀଲା ମୈଦ

କିଏ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ : ଆଜି ସନ୍ଧ୍ୟା ସୁଦ୍ଧା ଆସିବ ସ୍ପଷ୍ଟ ଚିତ୍ର

କନକବ୍ୟୁରୋ : ଦୀର୍ଘ ବର୍ଷ ପରେ ଦିଲ୍ଲୀରେ ପୁଣି ଥରେ କ୍ଷମତାକୁ ଫେରିଛି ଭାରତୀୟ ଜନତା ପାର୍ଟି। କ୍ଷମତାକୁ ଫେରିବାର ଏଗାର ଦିନ ପରେ ବିଜେପି ବୁଧବାର ଦିନ ଦଳର ଦିଲ୍ଲୀ ୟୁନିଟ୍ କାର୍ଯ୍ୟାଳୟରେ ନୂତନ ମୁଖ୍ୟମନ୍ତ୍ରୀ ନିର୍ଣ୍ଣୟ କରିବା ପାଇଁ ବିଧାୟକ ଦଳ ବୈଠକ କରିବ ବୋଲି ସୂଚନା ରହିଛି। ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଗୁରୁବାର ଦିନ ୧୨ ଟାରେ  ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିବେ। ଦିଲ୍ଲୀର ନବନିର୍ବାଚିତ ବିଧାୟକମାନେ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ, ସେ ଉପରାଜ୍ୟପାଳ ଭିକେ ସକ୍ସେନାଙ୍କୁ ତାଙ୍କ ବାସଭବନରେ ଭେଟି କ୍ଷମତା ପାଇଁ ଦାବି କରିବେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବର ସମୟ ପରିବର୍ତ୍ତନ କରାଯାଇଛି। ଫେବ୍ରୁଆରି ୨୦ ତାରିଖ ପୂର୍ବାହ୍ନ ୧୧ଟାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଏହି ସୂଚନା ମିଳିଛି। ପୂର୍ବରୁ ଅପରାହ୍ନ ସାଢ଼େ ୪ଟାରେ ଶପଥ ଗ୍ରହଣ ହେବାର ଥିଲା।  ଫେବ୍ରୁଆରି ୮ ତାରିଖରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବାର ଇତିମଧ୍ୟରେ ୧୧ ଦିନ ବିତିଯିବା ପରେ ମଧ୍ୟ ଦଳ ମୁଖ୍ୟମନ୍ତ୍ରୀ ଘୋଷଣା କରିନାହିଁ ।

ଏହାକୁ ନେଇ ଆପ୍ ପକ୍ଷରୁ ବିଜେପିକୁ ଟାର୍ଗେଟ୍ କରାଯାଇଛି । ଦୀର୍ଘ ଦିନ ପରେ ଦିଲ୍ଲୀକୁ ଫେରୁଛି ବିଜେପି ଶାସନ ।ତେଣୁ ଖୁସି ଡବଲ ଓ ଉତ୍ସାହ ମଧ୍ୟ ଡବଲ ।ତେଣୁ ଏହାକୁ ସ୍ମରଣୀୟ କରିବାକୁ କୌଣସି. ଥିରେ କିଛି କମ ରଖିବାକୁ ଚାହୁଁନି ବିଜେପି ।ତେଣୁ ରାମଲୀଲା ମୈଦାନରେ ଭବ୍ୟ ପ୍ରସ୍ତୁତି କରାଯାଇଛି ସୂଚନା ଅନୁସାରେ ଭିଭିଆଇପି ଅତିଥିଙ୍କ ସହ ବସ୍ତିବାସିନ୍ଦାଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି

ଶପଥ ନେବେ ମୁଖ୍ୟମନ୍ତ୍ରୀ, କିଏ କିଏ ଅତିଥି?
-ରାମଲୀଳା ମୈଦାନରେ ଭବ୍ୟ ଆୟୋଜନ
-ମୋଟ ୩ହଜାର ଅତିଥି ସାମିଲ ସମ୍ଭାବନା
-ଶପଥ ଗ୍ରହଣ ଉତ୍ସବ ପାଇଁ ତିନୋଟି ମଞ୍ଚ ତିଆରି କରାଯିବ
-ପ୍ରଥମ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ, ଉପରାଜ୍ୟପାଳ ଏବଂ ନୂତନ ମୁଖ୍ୟମନ୍ତ୍ରୀ ବସିବେ
-ଦିତ୍ବୀୟ ମଞ୍ଚରେ ଧାର୍ମିକ ନେତାମାନେ  ବସିବେ
-ତୃତୀୟ ମଞ୍ଚରେ ନିର୍ବାଚିତ ଏମ୍‌ପି ଏବଂ ବିଧାୟକ ରହିବେ।
-ଭିଭିଆଇପି ଅତିଥିଙ୍କ ସହ ବସ୍ତିବାସିନ୍ଦାଙ୍କୁ ନିମନ୍ତ୍ରଣ
-କ୍ରୀଡା,ରାଜନୀତି,ଶିଳ୍ପପତି କ୍ଷେତ୍ରରୁ ଆସିବେ ବଛାବଛା ଅତିଥି
-ମୋଟ ୩୦ହଜାର ଅତିଥି ପହଞ୍ଚିବା ସମ୍ଭାବନା

 

ଆଜି ସଂଧ୍ୟାରେ ବସିବ ବିଧାୟକ ଦଳ ବୈଠକ । ସଂଧ୍ୟା ୭ଟା ପରେ କୌଣସି ସମୟlj ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସ୍ପଷ୍ଟ ହେବ ଚିତ୍ର ।  ବିଧାୟକ ଦଳର ବୈଠକ ଶେଷ ହେବା ପରେ, ଯାହାକୁ ମୁଖ୍ୟମନ୍ତ୍ରୀ ପଦର କମାଣ୍ଡ ଦିଆଯିବା ପାଇଁ ନିଷ୍ପତ୍ତି ନିଆଯିବ, ସେ ଶପଥ ଗ୍ରହଣ କରିବେ। ଫେବୃଆରୀ ୧୧ରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ୧୦ ଜଣ ନବନିର୍ବାଚିତ ବିଧାୟକଙ୍କୁ ଭେଟିଥିଲେ।

ଏହି ବିଧାୟକମାନଙ୍କ ମଧ୍ୟରେ ବିଜେନ୍ଦ୍ର ଗୁପ୍ତା, ରେଖା ଗୁପ୍ତା, ଅରବିନ୍ଦର ସିଂହ ଲଭଲି, ଅଜୟ ମହାୱାର, ସତୀଶ ଉପାଧ୍ୟାୟ, ଶିଖା ରାୟ, ଅନିଲ ଶର୍ମା ଏବଂ ଡକ୍ଟର ଅନିଲ ଗୋୟଲ, କପିଲ ମିଶ୍ରା ଏବଂ କୁଲବନ୍ତ ରାଣା ଥିଲେ। ଏହି ବିଧାୟକମାନଙ୍କ ମଧ୍ୟରୁ ୩ ରୁ ୪ ଜଣ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଭାବରେ ବିବେଚନା କରାଯାଉଛି ଅନ୍ୟପଟେ ଶପଥ ପାଠ କାର୍ଯ୍ୟକ୍ରମକୁ ନେଇ ଆସିଛି ସମ୍ପୂର୍ଣ୍ଣ ବିବରଣୀ  । ଦିନ ୧୧.୩୦ରୁ ଆରମ୍ଭ ହୋଇ ପ୍ରାୟ ଏକ ଘଣ୍ଟା ଧରି ଚାଲିବ କାର୍ଯ୍ୟକ୍ରମ ।ବିଜେପି ପକ୍ଷରୁ ସମ୍ପୂର୍ଣ୍ଣ ବିବରଣୀ ଜାରି କରାଯାଇଛି । ନଜର ପକାଇବ କ’ଣ ରହିଛି କାର୍ଯ୍ୟସୂଚୀ 
ଶପଥ ପାଠର ସମ୍ପୂର୍ଣ୍ଣ ବିବରଣୀ

-ଦିନ ୧୧ଟାରୁ କାଯ୍ୟକ୍ରମ ଆରମ୍ଭ  ହେବ 
-୧୨ଟା ସୁଦ୍ଧା ଗୃହମନ୍ତ୍ରୀ,ଉପରାଜ୍ୟପାଳ ଓ ଅନ୍ୟାନ୍ୟ ଶୀର୍ଷ ନେତୃବୃନ୍ଦ ପହଁଚିବେ
-୧୨.୨୫ରେ ରାମଲୀଳା ମୈଦାନରେ ପହଁଚିବେ ପ୍ରଧାନମନ୍ତ୍ରୀ
-୧୨.୩୦ରୁ ଉପରାଜ୍ୟପାଳଙ୍କ ଭାଷଣ ରହିବ
-୧୨ ୪୦ରେ ମୁଖ୍ୟମନ୍ତ୍ରୀଙ୍କୁ ଗୋପନୀୟତାରେ ଶପଥ ପାଠ କରାଇବେ ଉପରାଜ୍ୟପାଳ
-୧୨.୫୫ରେ  କାର୍ଯ୍ୟକ୍ରମଶେଷ ହେବ 
-ପ୍ରାୟ ଏକ ଘଣ୍ଟା ଧରି ଚାଲିବ ଶପଥ ପାଠ
--
ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆସିବାର ପ୍ରାୟ ୧୫ ଦିନ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହେବାକୁ ଯାଉଛି। କାହାକୁ ମିଳିବ ମୁଖ୍ୟମନ୍ତ୍ରୀ ପଦ, ତାହା ଜାଣିବାକୁ ଦିଲ୍ଲୀବାସୀ ଉତ୍ସୁକ ଅଛନ୍ତି। ତେବେ ଏହାକୁ ନେଇ ବିଜେପି ଏବେ ବି ସସ୍ପେନ୍ସ ବଜାୟ ରଖିଛି। ଆସନ୍ତା ଫେବ୍ରୁଆରି ୨୦ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ସହ ବିଜେପି ସରକାର ଗଠନ ହେବ ।

 ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି ।  ଆଜି ବିଧାୟକ ଦଳ ବୈଠକ ହେବାକୁ ଯାଉଛି, ଯେଉଁଥିରେ ବିଧାୟକ ଦଳ ନେତାଙ୍କ ନାମ ଉପରେ ଆଲୋଚନା କରାଯାଇ ମୋହର ଲଗାଯିବ। ସୂଚନାଯୋଗ୍ୟ, ଦିଲ୍ଲୀରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମୟ ପରିବର୍ତ୍ତନ କରାଯାଇଥିଲା ।  ପୂର୍ବରୁ ଫେବ୍ରୁଆରି ୨୦ ତାରିଖ ଅପରାହ୍ନ ସାଢ଼େ ୪ଟାରେ ଶପଥ ଗ୍ରହଣ ଉତ୍ସବ ହେବାର ଥିଲା, କିନ୍ତୁ ସେହି ଦିନ ପୂର୍ବାହ୍ନ ସାଢ଼େ ୧୧ଟାକୁ ଘୁଞ୍ଚାଇ ଦିଆଯାଇଛି। ଅର୍ଥାତ୍ ସମାରୋହର ସମୟ ବଦଳିଯାଇଛି, କିନ୍ତୁ ତାରିଖ ସମାନ ରହିଛି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦୌଡ଼ରେ କିଏ ଆଗରେ ?
-ମୁଖ୍ୟମନ୍ତ୍ରୀ ରେସରେ ସମ୍ଭାବ୍ୟ ନାଁରେ ରହିଛନ୍ତି ୪ରୁ ୫ଜଣ ଚେହେରା
-ପରବେଶ ବର୍ମା, ରେଖା ଗୁପ୍ତା, ପୱନ ଶର୍ମା, ମନଜିନ୍ଦର ସିଂ ସିରସା ଓ ଜିତେନ୍ଦ୍ର ମହାଜନ 
 -ଏଥର ଦିଲ୍ଲୀରେ ୟୁପି ଓ ରାଜସ୍ଥାନର ଫର୍ମୁଲାରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିପାରନ୍ତି 
-ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ
--