କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ, ଘୋଷଣା ପୂର୍ବରୁ ଖୋଲାଖୋଲି କହିଦେଲେ ମନମୋହନ

ଭୁବନେଶ୍ୱର,୧୧।୬: ରାଜ୍ୟରେ ଆଜି ଘୋଷଣା ହେବ ନୂଆ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ଶପଥ ଗ୍ରହଣ ସମାରୋହରେ କେଉଁ ମାନେ ଯୋଗ ଦେବେ ତାଙ୍କୁ ଭାଜପା ନିମନ୍ତ୍ରଣ କରିବାରେ ବ୍ୟସ୍ତ ଅଛି। ଏହି କ୍ରମରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ କରିବା ପାଇଁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ଏବଂ ସମୀର ମହାନ୍ତି ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା […] The post କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ, ଘୋଷଣା ପୂର୍ବରୁ ଖୋଲାଖୋଲି କହିଦେଲେ ମନମୋହନ appeared first on Dharitri Odia News.

କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ, ଘୋଷଣା ପୂର୍ବରୁ ଖୋଲାଖୋଲି କହିଦେଲେ ମନମୋହନ

ଭୁବନେଶ୍ୱର,୧୧।୬: ରାଜ୍ୟରେ ଆଜି ଘୋଷଣା ହେବ ନୂଆ ମୁଖ୍ୟମନ୍ତ୍ରୀ। ଏହା ପୂର୍ବରୁ ଶପଥ ଗ୍ରହଣ ସମାରୋହରେ କେଉଁ ମାନେ ଯୋଗ ଦେବେ ତାଙ୍କୁ ଭାଜପା ନିମନ୍ତ୍ରଣ କରିବାରେ ବ୍ୟସ୍ତ ଅଛି। ଏହି କ୍ରମରେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ କରିବା ପାଇଁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ ଏବଂ ସମୀର ମହାନ୍ତି ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବା ଜଣାଯାଇଛି। ନବୀନଙ୍କୁ ନିମନ୍ତ୍ରଣ କରିବା ପରେ ଗଣମାଧ୍ୟମ ଆଗରେ ମନମୋହନ କହିଛନ୍ତି, ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀ ହେବେ। ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି।

ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବ ଯାଦବ ଓଡ଼ିଶାରେ ପହଞ୍ଚିଛନ୍ତି। ଅପରାହ୍ନରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ନେଇ ବିଧାୟକ ଦଳ ବୈଠକ ବସିବ। ଏହାପରେ ରାଜ୍ୟରେ ଭାଜପା ସରକାରର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ।

The post କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ, ଘୋଷଣା ପୂର୍ବରୁ ଖୋଲାଖୋଲି କହିଦେଲେ ମନମୋହନ appeared first on Dharitri Odia News.