କିଟରେ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ତୀରନ୍ଦାଜୀ ଓ ଯୋଗ ଚାମ୍ପିଅନ୍ସିପ୍ ଉଦ୍ଘାଟିତ
ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ତୀରନ୍ଦାଜୀ ଓ ଯୋଗ ଚାମ୍ପିଅନ୍ସିପ୍ ୨୦୨୪-୨୫ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । ଡିସେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚାମ୍ପିଅନ୍ସିପ୍ କିଟ୍, କିସ୍ ଓ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି । ଆଜି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଶ୍ୱ ଚାମ୍ପିଅନ୍, ଅଲିମ୍ପିଆନ୍ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ତୀରନ୍ଦାଜ ଡୋନା ବାନାର୍ଜୀ, ଅଲିମ୍ପିଆନ୍ ତଥା ଅର୍ଜୁନ ପୁରସ୍କାର ବିଜେତା ତୀରନ୍ଦାଜ ରାହୁଲ […] The post କିଟରେ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ତୀରନ୍ଦାଜୀ ଓ ଯୋଗ ଚାମ୍ପିଅନ୍ସିପ୍ ଉଦ୍ଘାଟିତ appeared first on KNews Odisha.

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ତୀରନ୍ଦାଜୀ ଓ ଯୋଗ ଚାମ୍ପିଅନ୍ସିପ୍ ୨୦୨୪-୨୫ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । ଡିସେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚାମ୍ପିଅନ୍ସିପ୍ କିଟ୍, କିସ୍ ଓ ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଛି ।
ଆଜି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଶ୍ୱ ଚାମ୍ପିଅନ୍, ଅଲିମ୍ପିଆନ୍ ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ତୀରନ୍ଦାଜ ଡୋନା ବାନାର୍ଜୀ, ଅଲିମ୍ପିଆନ୍ ତଥା ଅର୍ଜୁନ ପୁରସ୍କାର ବିଜେତା ତୀରନ୍ଦାଜ ରାହୁଲ ବାନାର୍ଜୀ, ଯୋଗାସନ ଭାରତର ଉପସଭାପତି ରାକେଶ କୁମାର ଶାସ୍ତ୍ରୀ, ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘର ଯୁଗ୍ମ ସମ୍ପାଦକ ପ୍ରଫେସର ବଲଜିତ୍ ସିଂହ ସେଖାଓଁ, କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି, କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରିଥିଲେ ।
ସୂଚନାଯୋଗ୍ୟ, ଆଜିଠାରୁ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ କିଟ୍ ଓ କିସରେ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ମହାକୁମ୍ଭ ଅନୁଷ୍ଠିତ ହେଉଛି । ଏଥିରେ ତୀରନ୍ଦାଜୀ, ଯୋଗ ଓ ଦୌଡ଼କୁଦ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ମହାକୁମ୍ଭରେ ସମଗ୍ର ଭାରତର ପ୍ରାୟ ୯ଶହ ବିଶ୍ୱବିଦ୍ୟାଳୟରୁ ୧୫ ହଜାର ପ୍ରତିନିଧି ଯୋଗ ଦେଇଛନ୍ତି । ଏହି ଖେଳାଳି ଓ ଅଫିସିଆଲଙ୍କ ମଧ୍ୟରେ ଅଲିମ୍ପିଆନ୍, ରାଜ୍ୟଗୋଷ୍ଠୀ କ୍ରୀଡ଼ାବିତ୍, ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା, ଅଲିମ୍ପିକ୍ କୋଚ ଅଛନ୍ତି । ସେମାନଙ୍କ ପାଇଁ କିଟ୍ ଓ କିସରେ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି । ସେମାନଙ୍କ ଗମନାଗମନ ପାଇଁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି ।
The post କିଟରେ ରାଷ୍ଟ୍ରୀୟ ବିଶ୍ୱବିଦ୍ୟାଳୟ ତୀରନ୍ଦାଜୀ ଓ ଯୋଗ ଚାମ୍ପିଅନ୍ସିପ୍ ଉଦ୍ଘାଟିତ appeared first on KNews Odisha.