ହ୍ବାଇଟ ହାଉସରେ ମୋଦୀଙ୍କୁ ଭବ୍ୟ ସ୍ବାଗତ । ଟ୍ରମ୍ପ୍ କହିଲେ ମୋଦୀ ଜଣେ ମହାନ ନେତା ।
କନକ ବ୍ୟୁରୋ: ହ୍ବାଇଟ୍ ହାଉସରେ ବିଶ୍ବର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ସାକ୍ଷାତ । ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ । ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ, ବେଆଇନ ଅନୁପ୍ରବେଶକାରୀଙ୍କ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିସ୍ତୃତ ଆଲୋଚନା ପୂର୍ବରୁ ଦୁଇ ନେତା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ସେମାନେ ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ଅବସରରେ ମୋଦୀ କହିଛନ୍ତି, ଭାରତରେ ମୋତେ ତୃତୀୟ ଥର ପାଇଁ ସରକାର ଚଳାଇବା ପାଇଁ ଜନାଦେଶ ମିଳିଛି । ଆମେ ସମାନ ଉତ୍ସାହ ଓ ଉତ୍ସାହର ସହିତ ମିଳିତ ଭାବେ କାର୍ୟ୍ୟ କରିବୁ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ମହାନ୍ ନେତା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଏହାପରେ ମୋଦୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଖୁବଶୀଘ୍ର ହେବ ବାଣିଜ୍ୟକ ସମ୍ପର୍କ ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ ୨୦୩୦ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଦୁଇଗୁଣା ହେବ ବାଣିଜ୍ୟକ ସମ୍ପର୍କ ଦେଶର ସ୍ବାର୍ଥ ପାଇଁ ସର୍ବଦା କାମ

କନକ ବ୍ୟୁରୋ: ହ୍ବାଇଟ୍ ହାଉସରେ ବିଶ୍ବର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟରେ ସାକ୍ଷାତ । ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ । ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ, ବେଆଇନ ଅନୁପ୍ରବେଶକାରୀଙ୍କ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିସ୍ତୃତ ଆଲୋଚନା ପୂର୍ବରୁ ଦୁଇ ନେତା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଥିରେ ସେମାନେ ବିଭିନ୍ନ ପ୍ରସଙ୍ଗରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ଅବସରରେ ମୋଦୀ କହିଛନ୍ତି, ଭାରତରେ ମୋତେ ତୃତୀୟ ଥର ପାଇଁ ସରକାର ଚଳାଇବା ପାଇଁ ଜନାଦେଶ ମିଳିଛି । ଆମେ ସମାନ ଉତ୍ସାହ ଓ ଉତ୍ସାହର ସହିତ ମିଳିତ ଭାବେ କାର୍ୟ୍ୟ କରିବୁ । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ମହାନ୍ ନେତା କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ।
ଏହାପରେ ମୋଦୀ କହିଛନ୍ତି,
- ଦୁଇ ଦେଶ ମଧ୍ୟରେ ଖୁବଶୀଘ୍ର ହେବ ବାଣିଜ୍ୟକ ସମ୍ପର୍କ
- ମଜଭୁତ ହେବ ଭାରତ-ଆମେରିକା ସମ୍ପର୍କ
- ୨୦୩୦ ପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ ଦୁଇଗୁଣା ହେବ ବାଣିଜ୍ୟକ ସମ୍ପର୍କ
- ଦେଶର ସ୍ବାର୍ଥ ପାଇଁ ସର୍ବଦା କାମ କରିବି
- ଆମେରିକାରୁ ତୈଳ-ଗ୍ୟାସ କାରବାର ମଜଭୁତ ହେବ
- ଲସ ଆଞ୍ଜେଲିସ, ବୋଷ୍ଟନରେ ବାଣିଜ୍ୟ ଦୂତାବାସ ଖୋଲିବ
- ପ୍ରତିରକ୍ଷା କ୍ଷେତ୍ରରେ ବିକାଶ ଉତ୍ପାଦନ ଉପରେ ଗୁରୁତ୍ବ
- ଆମେରିକାରେ ଥିବା ଭାରତୀୟ ଅନୁପ୍ରବେଶକାରୀ ଫେରିବେ
- ହ୍ୟୁମାନ ଟ୍ରାଫିକିଂକୁ ରୋକିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ
- ଟେକ୍ନୋଲୋଜି ଟ୍ରାନ୍ସଫରକୁ ଦିଆଯିବ ଗୁରୁତ୍ବ
- ଆଲୋଚନା ଦ୍ବାରା ଯୁଦ୍ଧ ବନ୍ଦ ହେବା ଦରକାର
ଦୁଇ ବିଶ୍ବନେତାଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀରେ ‘ମାଗା’, ‘ମିଗା’ ଓ ‘ମେଗା’କୁ ନେଇ ମତ ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ‘ମେକ୍ ଆମେରିକା ଗ୍ରେଟ ଏଗେନ’ ଅର୍ଥାତ ମାଗା, ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ମନ୍ତ୍ର ‘ମାଗା’ ସହ ପରିଚିତ ଆମେରିକାବାସୀ । ସେହିପରି ଭାରତବାସୀ ବିକାଶ ନେଇ ଗତିଶୀଳ। ଆମେରିକା ଭାଷାରେ କହିବାକୁ ଗଲେ ବିକଶିତ ଭାରତ ଅର୍ଥାତ ‘ମେକ ଇଣ୍ଡିଆ ଗ୍ରେଟ ଏଗେନ୍’ ବା ‘ମିଗା’ ବୋଲି କହିଛନ୍ତି ମୋଦୀ । ତେଣୁ ଯେତେବେଳେ ଭାରତ ଓ ଆମେରିକା ମିଳିତ ଭାବେ କାମ କରିବେ ଏବଂ ‘ମାଗା’ ଓ ‘ମିଗା’ ମିଶିଯିବେ ସେତେବେଳେ ସମୃଦ୍ଧି ପାଇଁ ମେଗା ପାର୍ଟନରସିପ ହୋଇଯିବ ବୋଲି କହିଛନ୍ତି ମୋଦୀ । ଆସନ୍ତା ୨୦୩୦ ସୁଦ୍ଧାର ଭାରତ ଆମେରିକା ମଧ୍ୟରେ ବାଣିଜ୍ୟ କାରବାର ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୋଦୀ କହିଛନ୍ତି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ନେଇ ଖୁବ୍ ଶୀଘ୍ର ନିଷ୍ପତି ହେବ ।
ଆମେରିକରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କୁ ଭାରତ ପଠାଇବାର ପ୍ରାୟ ଏକ ସପ୍ତାହ ପରେ ବେଆଇନ ଇମିଗ୍ରେସନ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଅନ୍ୟ ଦେଶରେ ବେଆଇନ ଭାବେ ରହୁଥିବା ଭାରତୀୟଙ୍କର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବେଆଇନ ଭାବେ ଆମେରିକାରେ ରହୁଥିବା ଭାରତୀୟଙ୍କର କୌଣସି ଆଇନଗତ ଅଧିକାର ନାହିଁ ବୋଲି ଆମେରିକାରେ କହିଛନ୍ତି ମୋଦୀ । ଏବଂ ସେମାନଙ୍କୁ ଫେରାଇ ନେବାକୁ ଭାରତ ପ୍ରସ୍ତୁତ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏପରିକି ତାଙ୍କୁ କେହି ବଡ଼ ବଡ଼ ସ୍ବପ୍ନ ଦେଖାଇ ସେଠାକୁ ନେଇଛନ୍ତି । ତେବେ ଏଥିପାଇଁ ମିଳିତ ଭାବେ ଦୁଇ ରାଷ୍ଟ୍ର କାମ କରିବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।