କିଟ୍ ପରିସରରେ ‘ଓଡ଼ିଆ କବି ସମ୍ମିଳନୀ’
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି... The post କିଟ୍ ପରିସରରେ ‘ଓଡ଼ିଆ କବି ସମ୍ମିଳନୀ’ appeared first on .
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଲିଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବ । ଓଡ଼ିଆ ଜାତି ଓ ଓଡ଼ିଆ ଭାଷାକୁ ଆଗକୁ ନେଇଥିବା କବିଙ୍କ ସମ୍ନାନର୍ଥ କିଟ୍ ପରିସରରେ ଆୟୋଜିତ ହୋଇଛି ‘ଓଡ଼ିଆ କବି ସମ୍ମିଳନୀ’ ।
କିଟ୍ କ୍ୟାମ୍ପସ ଅଡିଟୋରୀୟମରେ ଏହାକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକାମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏ ଅବସରରେ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ, ବରିଷ୍ଠ ସାମ୍ବାଦିକ ତଥା ଗାଳ୍ପିକ ସାତକଡ଼ି ହୋତା, ବରିଷ୍ଠ ରାଜନେତା ପ୍ରସନ୍ନ ପାଟ୍ଟଶାଣିଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବହୁ ପ୍ରତିଷ୍ଠିତ କବି, ଗାଳ୍ପିକ, କଥାକାର ଏହି କବି ସମ୍ମିଳନୀରେ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମରେ 5T ଅଧ୍ୟକ୍ଷ କବିତା ମାଧ୍ୟମରେ କବିତାର ସଜ୍ଞା ଉପସ୍ଥାପନ କରିଥିଲେ ।
The post କିଟ୍ ପରିସରରେ ‘ଓଡ଼ିଆ କବି ସମ୍ମିଳନୀ’ appeared first on .