‘କିଟ୍‌’ର ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣକୁ ମିଳିଲା ଜାମିନ୍‌, ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ହୋଇଥିଲେ ଗିରଫ

ଭୁବନେଶ୍ବର: ‘କିଟ୍’ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୫ ଜଣକୁ ଜାମିନ୍‌ ମିଳିଛି। ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ଇନ୍‌ଫୋସିଟି ଥାନା ପୋଲିସ ‘କିଟ୍‌’ର ୩ ନିର୍ଦ୍ଦେଶକଙ୍କ ସମେତ ୨ ସିକ୍ୟୁରିଟ ଗାର୍ଡଙ୍କୁ ଗିରଫ କରିଥିଲା। ହେଲେ ଗିରଫ ହେବାର କିଛି ଘଣ୍ଟା ମଧ୍ୟରେ ସେମାନଙ୍କୁ ଜାମିନ ମିଳିଛି` ଭୁବନେଶ୍ବର ଜେଏମଏଫ୍‌ସି-୨ ସେମାନଙ୍କ ଜାମିନ ମଞ୍ଜୁର କରିଛନ୍ତି। ସୂଚନାଥାଉକି, ‘କିଟ୍‌’ ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲ, ସବୁଠି ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଛି। ମଙ୍ଗଳବାର ଏହି ଘଟଣାକୁ ନେଇ ବିଧାନସଭାବି ବେଶ୍ ସରଗରମ ରହିଥିଲା। ଯାହାପରେ ରାଜ୍ୟ ସରକାର ନିଜ ଆଡ଼ୁ ମାମଲାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ସ୍ବତନ୍ତ୍ର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। ଏହି କମିଟି ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବ। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ।ପୋଲିସ ମଧ୍ୟ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ଆଡମିନିଷ୍ଟ୍ରେସନ ଡାଇରେକ୍ଟର ପ୍ରତାପ ଚମ୍ପତି

‘କିଟ୍‌’ର ୩ ନିର୍ଦ୍ଦେଶକଙ୍କ ସମେତ ୫ ଜଣକୁ ମିଳିଲା ଜାମିନ୍‌, ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ହୋଇଥିଲେ ଗିରଫ

ଭୁବନେଶ୍ବର: ‘କିଟ୍’ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗିରଫ ହୋଇଥିବା ୫ ଜଣକୁ ଜାମିନ୍‌ ମିଳିଛି। ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ଇନ୍‌ଫୋସିଟି ଥାନା ପୋଲିସ ‘କିଟ୍‌’ର ୩ ନିର୍ଦ୍ଦେଶକଙ୍କ ସମେତ ୨ ସିକ୍ୟୁରିଟ ଗାର୍ଡଙ୍କୁ ଗିରଫ କରିଥିଲା। ହେଲେ ଗିରଫ ହେବାର କିଛି ଘଣ୍ଟା ମଧ୍ୟରେ ସେମାନଙ୍କୁ ଜାମିନ ମିଳିଛି` ଭୁବନେଶ୍ବର ଜେଏମଏଫ୍‌ସି-୨ ସେମାନଙ୍କ ଜାମିନ ମଞ୍ଜୁର କରିଛନ୍ତି। 

ସୂଚନାଥାଉକି, ‘କିଟ୍‌’ ଘଟଣାକୁ ନେଇ ସାରା ରାଜ୍ୟରେ ତୁମ୍ବିତୋଫାନ ଦେଖିବାକୁ ମିଳିଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲ, ସବୁଠି ଘଟଣାକୁ ନେଇ ଉଦବେଗ ପ୍ରକାଶ ପାଇଛି। ମଙ୍ଗଳବାର ଏହି ଘଟଣାକୁ ନେଇ ବିଧାନସଭାବି ବେଶ୍ ସରଗରମ ରହିଥିଲା। ଯାହାପରେ ରାଜ୍ୟ ସରକାର ନିଜ ଆଡ଼ୁ ମାମଲାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ସ୍ବତନ୍ତ୍ର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛନ୍ତି। ଏହି କମିଟି ଘଟଣାର ଅନୁଧ୍ୟାନ କରି ରିପୋର୍ଟ ଦେବ। ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି ରିପୋର୍ଟ ଆଧାରରେ ହେବ କାର୍ଯ୍ୟାନୁଷ୍ଠାନ।

ପୋଲିସ ମଧ୍ୟ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଥିଲା ପୋଲିସ। ସେମାନେ ହେଲେ ଡାଇରେକ୍ଟର ଜେନେରାଲ ଶିବାନନ୍ଦ ମିଶ୍ର, ଆଡମିନିଷ୍ଟ୍ରେସନ ଡାଇରେକ୍ଟର ପ୍ରତାପ ଚମ୍ପତି, ହଷ୍ଟେଲ ଡାଇରେକ୍ଟର ସୁଧୀର ରଥ । ସେହିଭଳି ଦୁଇ ସିକ୍ୟୁରିଟି ଗାର୍ଡ ରମାକାନ୍ତ ନାୟକ ଏବଂ ଯୋଗେନ୍ଦ୍ର ବେହେରା।