କିଟ୍‌ରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ହସ୍ତକ୍ଷେପ କଲେ ନେପାଳ ପ୍ରଧାନମନ୍ତ୍ରୀ, ଟୁଇଟ୍‌ କରି କହିଲେ…

ଭୁବନେଶ୍ୱର,୧୭।୨: କିଟ୍‌ କ୍ୟାମ୍ପସ ହଷ୍ଟେଲରେ ଜଣେ ବିଦେଶୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅସନ୍ତୋଷ ତେଜିଛି। ବର୍ତ୍ତମାନ କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି। ଦିଲ୍ଲୀ ସ୍ଥିତ ଦୂତାବାସରୁ ୨ ଅଫିସର ଓଡ଼ିଶା ଆସୁଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସହିତ, ସେମାନଙ୍କ ପସନ୍ଦ ଅନୁସାରେ ସେମାନେ ହଷ୍ଟେଲରେ ରହିବେ ନା ଘରକୁ ଫେରିବେ ବିକଳ୍ପ ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। Our Embassy in New […] The post କିଟ୍‌ରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ହସ୍ତକ୍ଷେପ କଲେ ନେପାଳ ପ୍ରଧାନମନ୍ତ୍ରୀ, ଟୁଇଟ୍‌ କରି କହିଲେ… appeared first on Dharitri Odia News.

କିଟ୍‌ରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ହସ୍ତକ୍ଷେପ କଲେ ନେପାଳ ପ୍ରଧାନମନ୍ତ୍ରୀ, ଟୁଇଟ୍‌ କରି କହିଲେ…

ଭୁବନେଶ୍ୱର,୧୭।୨: କିଟ୍‌ କ୍ୟାମ୍ପସ ହଷ୍ଟେଲରେ ଜଣେ ବିଦେଶୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଅସନ୍ତୋଷ ତେଜିଛି। ବର୍ତ୍ତମାନ କିଟ୍‌ ଛାତ୍ରୀ ମୃତ୍ୟୁ ଘଟଣାରେ ନେପାଳ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରିଛନ୍ତି। ଦିଲ୍ଲୀ ସ୍ଥିତ ଦୂତାବାସରୁ ୨ ଅଫିସର ଓଡ଼ିଶା ଆସୁଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସହିତ, ସେମାନଙ୍କ ପସନ୍ଦ ଅନୁସାରେ ସେମାନେ ହଷ୍ଟେଲରେ ରହିବେ ନା ଘରକୁ ଫେରିବେ ବିକଳ୍ପ ନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


ଅନ୍ୟପଟେ, ଏହି ଘଟଣା ଦୁର୍ଭାଗ୍ୟଜନକ କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟବଂଶୀ। ଏଥିସହ ସେ ମୃତ ଛାତ୍ରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ମନ୍ତ୍ରୀ କହିଛନ୍ତି , ବିଶ୍ବବିଦ୍ୟାଳୟ ଓ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସହ ଯୋଗାଯୋଗରେ ଅଛି। ନେପାଳ ଛାତ୍ରୀଛାତ୍ରଙ୍କ ପାଇଁ ସାଇନ ଡାଏ କରିବା ଦୁର୍ଭାଗ୍ୟଜନକ। ସାଇନ ଡାଏ ଉଠିଛି, OSRTC ବସ୍‌ରେ ସେମାନଙ୍କୁ ଫେରାଇ ଅଣାଯିବ। ଭବିଷ୍ୟତରେ ଯେପରି ଧମକ ନ ମିଳେ, ସରକାର ଯତ୍ନବାନ ଅଛନ୍ତି ।

The post କିଟ୍‌ରେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ହସ୍ତକ୍ଷେପ କଲେ ନେପାଳ ପ୍ରଧାନମନ୍ତ୍ରୀ, ଟୁଇଟ୍‌ କରି କହିଲେ… appeared first on Dharitri Odia News.