କିଡନୀ ତସ୍କରୀ ଅଭିଯୋଗରେ ଡାକ୍ତରଙ୍କ ଘରେ ସିବିଆଇ ରେଡ୍

କୋଲକାତା: କିଡନୀ ତସ୍କରୀ ଅଭିଯୋଗରେ ସିବିଆଇ ରେଡ୍। ପଶ୍ଚିମବଂଗ ବର୍ଦ୍ଧମାନ ସହରରେ ଥିବା ପ୍ରସିଦ୍ଧ ଡାକ୍ତର ତପନ କୁମାର ଜାନାଙ୍କ... The post କିଡନୀ ତସ୍କରୀ ଅଭିଯୋଗରେ ଡାକ୍ତରଙ୍କ ଘରେ ସିବିଆଇ ରେଡ୍ appeared first on .

କିଡନୀ ତସ୍କରୀ ଅଭିଯୋଗରେ ଡାକ୍ତରଙ୍କ ଘରେ ସିବିଆଇ ରେଡ୍

କୋଲକାତା: କିଡନୀ ତସ୍କରୀ ଅଭିଯୋଗରେ ସିବିଆଇ ରେଡ୍। ପଶ୍ଚିମବଂଗ ବର୍ଦ୍ଧମାନ ସହରରେ ଥିବା ପ୍ରସିଦ୍ଧ ଡାକ୍ତର ତପନ କୁମାର ଜାନାଙ୍କ ଘରେ ସିବିଆଇ ଚଢାଉ କରିଛି। କିଡନୀ ଚାଲାଣ ଓ ତସ୍କରି ଅଭିଯୋଗରେ ପୂର୍ବ ବର୍ଦ୍ଧମାନ ଜିଲ୍ଲା ବର୍ଦ୍ଧମାନ ସହରରେ ଡାକ୍ତର ତପନ କୁମାର ଜାନାଙ୍କ ବାସଭବନରେ ସିବିଆଇ ରେଡ କରିଛି। ମିଠାପୁକୁର ହାତୀଶାଲ ଅଞ୍ଚଳରେ ଥିବା ବାସଭବନରେ ୮ ଜଣିଆ ସିବିଆଇ ଦଳ ଚଢାଉ କରିଛି। ଗତକାଲି ରାତିରୁ ଆରମ୍ଭ ହୋଇଥିବା ଏହି ରେଡ୍ ଆଜି ମଧ୍ୟ ଜାରି ରହିଛି। ଡାକ୍ତର ଘରେ ନଥିବାବେଳେ ତାଙ୍କ ପତ୍ନୀ ଘରେ ରହିଥିଲେ। ସିବିଆଇ ଡାକ୍ତରଙ୍କ ଘରୁ ପ୍ରାୟ 24 ଲକ୍ଷ ଟଙ୍କା ନଗଦ, ହୀରା, ସୁନା ଅଳଙ୍କାର ଏବଂ ମୂଲ୍ୟବାନ ମଣି ଉଦ୍ଧାର କରିଛି। ସିବିଆଇ ଟିମ୍ ଘରେ ଥିବା କମ୍ପ୍ୟୁଟରର ହାର୍ଡ ଡିସ୍କ ଏବଂ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ମଧ୍ୟ ନେଇଯାଇଛନ୍ତି। ବର୍ଦ୍ଧମାନ ପୋଲିସ ସହ ସିବିଆଇ ଟିମ ରେଡ୍ କରିଥିଲା। ଡାକ୍ତର ଜଣକ କିଡନୀ ଚାଲାଣରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଆଉ କେହି ଡାକ୍ତର କିମ୍ବା ଅନ୍ୟ ବ୍ୟକ୍ତି ଏହି କିଡନୀ ତସ୍କରୀରେ ସାମିଲ ଅଛି ତଦନ୍ତ କରୁଛି ସିବିଆଇ।…

The post କିଡନୀ ତସ୍କରୀ ଅଭିଯୋଗରେ ଡାକ୍ତରଙ୍କ ଘରେ ସିବିଆଇ ରେଡ୍ appeared first on .