କିନ୍ନର ବେଶରେ କରିଥିଲେ ପିଲାଚୋରି, ଚୋରଙ୍କୁ ଏମିତି ଧରିଲେ ଆଉ ଜଣେ କିନ୍ନର
ଯାଜପୁର,୨୦ା୪: କିନ୍ନର ବେଶରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାରୁ ଏକ ଶିଶୁକନ୍ୟା ଚୋରି ହୋଇଥିଲା। ତେବେ ଏହି ଶିଶୁକନ୍ୟାକୁ କିନ୍ନର ବେଶରେ ଜଣେ ଚୋରି କରିଆଣିଥିଲେ। ଶେଷରେ ଏହି ପିଲା ଚୋରଙ୍କୁ ଆଉ ଜଣେ କିନ୍ନର ଧରିଥିବା ଜଣାପଡ଼ିଛି। ଯାଜପୁର ରୋଡ୍ ଅଞ୍ଚଳରେ କିନ୍ନର ପିଲାଚୋରଙ୍କ କିନ୍ନର ମାଡ଼ିବସିଛନ୍ତି। ତେବେ ଚୋର ଜଣଙ୍କ କିନ୍ନର ହୋଇନଥିବା ଜଣାପଡ଼ିଛି। ସେ କିନ୍ନର ବେଶରେ ଚୋରି କରିଥିଲେ। ୧୭ତାରିଖରେ ଠାକୁରମୁଣ୍ଡାରୁ ଉକ୍ତ ଯୁବକ ଜଣଙ୍କ ଶିଶୁକନ୍ୟାକୁ ଚୋରି କରି ଆଣିଥିଲେ। ମା’ […] The post କିନ୍ନର ବେଶରେ କରିଥିଲେ ପିଲାଚୋରି, ଚୋରଙ୍କୁ ଏମିତି ଧରିଲେ ଆଉ ଜଣେ କିନ୍ନର appeared first on Dharitri Odia News.
ଯାଜପୁର,୨୦ା୪: କିନ୍ନର ବେଶରେ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡାରୁ ଏକ ଶିଶୁକନ୍ୟା ଚୋରି ହୋଇଥିଲା। ତେବେ ଏହି ଶିଶୁକନ୍ୟାକୁ କିନ୍ନର ବେଶରେ ଜଣେ ଚୋରି କରିଆଣିଥିଲେ। ଶେଷରେ ଏହି ପିଲା ଚୋରଙ୍କୁ ଆଉ ଜଣେ କିନ୍ନର ଧରିଥିବା ଜଣାପଡ଼ିଛି। ଯାଜପୁର ରୋଡ୍ ଅଞ୍ଚଳରେ କିନ୍ନର ପିଲାଚୋରଙ୍କ କିନ୍ନର ମାଡ଼ିବସିଛନ୍ତି। ତେବେ ଚୋର ଜଣଙ୍କ କିନ୍ନର ହୋଇନଥିବା ଜଣାପଡ଼ିଛି। ସେ କିନ୍ନର ବେଶରେ ଚୋରି କରିଥିଲେ। ୧୭ତାରିଖରେ ଠାକୁରମୁଣ୍ଡାରୁ ଉକ୍ତ ଯୁବକ ଜଣଙ୍କ ଶିଶୁକନ୍ୟାକୁ ଚୋରି କରି ଆଣିଥିଲେ। ମା’ ବାସୁଳେଇ ଯାତ୍ରା ବୁଲିବାକୁ ଆସିଥିବା ବେଳେ ଚୋରି କରିନେଇଥିଲେ। ଏହି ଚୋରଙ୍କୁ ଧରିବା ପାଇଁ ଯାଜପୁର କିନ୍ନର ସଂଘର ବଡ଼ ଭୂମିକା ଥିଲା।
ଅନ୍ୟପକ୍ଷରେ ଚୋର ଜଣକ କହିଛନ୍ତି, ଯାତ୍ରାରେ ତାଙ୍କ ମା’ ପିଲାଟିକୁ ଛାଡ଼ି ଚାଲିଯାଇଥିଲେ। ତାଙ୍କ ମା’ ନ ଆସିବାରୁ ସେ ନେଇ ଆସିଛନ୍ତି। ସେ ଚୋରି କରିନାହାନ୍ତି ବୋଲି କହିଛନ୍ତି।
The post କିନ୍ନର ବେଶରେ କରିଥିଲେ ପିଲାଚୋରି, ଚୋରଙ୍କୁ ଏମିତି ଧରିଲେ ଆଉ ଜଣେ କିନ୍ନର appeared first on Dharitri Odia News.