‘କିମ୍ ଜୋଙ୍ଗଙ୍କ ପରେ ମମତା ହୋଉଛନ୍ତି ଦ୍ୱିତୀୟ ଏକଛତ୍ରବାଦୀ ଶାସକ’: ଏମିତି କହିଦେଲେ ଗିରିରାଜ ସିଂ
ନୂଆଦିଲ୍ଲୀ,୨୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଲଗାତାର ଭାଜପା ରାଡାରରେ ଅଛନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ତାଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗଙ୍କ ସହ ତୁଳନା କରିଛନ୍ତି। ଗିରିରାଜ ସିଂ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କେବଳ ଜଣେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଥିଲେ, କିନ୍ତୁ ବର୍ତ୍ତମାନ ମମତା ବାନାର୍ଜୀ […] The post ‘କିମ୍ ଜୋଙ୍ଗଙ୍କ ପରେ ମମତା ହୋଉଛନ୍ତି ଦ୍ୱିତୀୟ ଏକଛତ୍ରବାଦୀ ଶାସକ’: ଏମିତି କହିଦେଲେ ଗିରିରାଜ ସିଂ appeared first on Dharitri Odia News.
ନୂଆଦିଲ୍ଲୀ,୨୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ଲଗାତାର ଭାଜପା ରାଡାରରେ ଅଛନ୍ତି। ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ତାଙ୍କୁ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗଙ୍କ ସହ ତୁଳନା କରିଛନ୍ତି। ଗିରିରାଜ ସିଂ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କେବଳ ଜଣେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଥିଲେ, କିନ୍ତୁ ବର୍ତ୍ତମାନ ମମତା ବାନାର୍ଜୀ ଦ୍ୱିତୀୟ ଏକଛତ୍ରବାଦୀ ଶାସକ ହୋଇଛନ୍ତି।
ଗିରିରାଜ ସିଂ କହିଛନ୍ତି, ମମତା ବାନାର୍ଜୀ ବଙ୍ଗଳାର ଏକଛତ୍ରବାଦୀ ଶାସନ ଚଳାଉଛନ୍ତି। ରାଜ୍ୟରେ ଅପରାଧୀମାନେ ହେଉଛନ୍ତି ଟିଏମସି କର୍ମଚାରୀ। ଜଣେ ମହିଳା ହୋଇଥିଲେ ମଧ୍ୟ ମମତା ବାନାର୍ଜୀ ଲଜ୍ଜିତ ନୁହଁନ୍ତି।
ଏହାପୂର୍ବରୁ ବୁଧବାର କୋଲକାତା ବଳାତ୍କାର ମାମଲାରେ ଭାଜପା ପଶ୍ଚିମବଙ୍ଗ ବନ୍ଦ ଡାକରା ଦେଇଥିଲା। ଏ ସମ୍ପର୍କରେ ମମତା ବାନାର୍ଜୀ ଭାଜପା ଉପରେ ବର୍ଷିଥିଲେ। ମମତା ବାନାର୍ଜୀ କହିଛନ୍ତି ଯେ ଯଦି କେହି ପଶ୍ଚିମବଙ୍ଗରେ ନିଆଁ ଲଗାଇବାକୁ ଚେଷ୍ଟା କରନ୍ତି ତେବେ ସବୁଆଡେ ନିଆଁ ଲାଗିବ। ସେ କହିଛନ୍ତି, କିଛି ଲୋକ ଭାବୁଛନ୍ତି ଯେ ଏହା ବାଂଲାଦେଶ। ମୁଁ ବାଂଲାଦେଶକୁ ପସନ୍ଦ କରେ, ସେଠାକାର ଲୋକମାନେ ଆମ ଭଳି କଥାବାର୍ତ୍ତା କରନ୍ତି। ବାଂଲାଦେଶ ଏବଂ ପଶ୍ଚିମବଙ୍ଗର ସଂସ୍କୃତି ସମାନ, କିନ୍ତୁ ମନେରଖ ଯେ ବାଂଲାଦେଶ ଏକ ଭିନ୍ନ ଦେଶ ଏବଂ ଭାରତ ଏକ ଭିନ୍ନ ଦେଶ। ମୋଦି ବାବୁ, ଯଦି ଆପଣ ପଶ୍ଚିମବଙ୍ଗରେ ନିଆଁ ଲଗାନ୍ତି ତେବେ ଉତ୍ତରପ୍ରଦେଶ ଆଉ ଦିଲ୍ଲୀରେ ବି ନିଆଁ ଲାଗିବ।
The post ‘କିମ୍ ଜୋଙ୍ଗଙ୍କ ପରେ ମମତା ହୋଉଛନ୍ତି ଦ୍ୱିତୀୟ ଏକଛତ୍ରବାଦୀ ଶାସକ’: ଏମିତି କହିଦେଲେ ଗିରିରାଜ ସିଂ appeared first on Dharitri Odia News.