ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ବନ୍ଧା ହେଲେ ସ୍ବାମୀ
ବରଗଡ଼,୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ବୁଙ୍ଗାପାଲି ଗ୍ରାମର ଅଞ୍ଜଳି ଭୋଇ ମୃତ୍ୟୁ ଘଟଣା ଭିନ୍ନ ମୋଡ ନେଇଛି। ମୃତ ଅଞ୍ଜଳିଙ୍କ ବାପା ଛତାଦେଇ ନିବାସୀ ରାଜେନ୍ଦ୍ର ପ୍ରଧାନଙ୍କ ଏତଲା ଆଧାରରେ ଅମ୍ବାଭୋନା ପୋଲିସ ସ୍ବାମୀ ବିଶ୍ୱନାଥ ଭୋଇଙ୍କ ବିରୋଧରେ ଦଫା ୪୯୮(କ),୩୦୨, ଓ ୩୪ଆଇପିସି କ୍ରମେ ଏକ ମାମଲା(ନଂ -୦୩/୨୦୨୪) ରୁଜୁ କରି ଶୁକ୍ରବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଯେ, ତିନି ବର୍ଷ ତଳେ ଛତାଦେଇ ନିବାସୀ […] The post ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ବନ୍ଧା ହେଲେ ସ୍ବାମୀ appeared first on Dharitri Odia News.
ବରଗଡ଼,୫।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ବୁଙ୍ଗାପାଲି ଗ୍ରାମର ଅଞ୍ଜଳି ଭୋଇ ମୃତ୍ୟୁ ଘଟଣା ଭିନ୍ନ ମୋଡ ନେଇଛି। ମୃତ ଅଞ୍ଜଳିଙ୍କ ବାପା ଛତାଦେଇ ନିବାସୀ ରାଜେନ୍ଦ୍ର ପ୍ରଧାନଙ୍କ ଏତଲା ଆଧାରରେ ଅମ୍ବାଭୋନା ପୋଲିସ ସ୍ବାମୀ ବିଶ୍ୱନାଥ ଭୋଇଙ୍କ ବିରୋଧରେ ଦଫା ୪୯୮(କ),୩୦୨, ଓ ୩୪ଆଇପିସି କ୍ରମେ ଏକ ମାମଲା(ନଂ -୦୩/୨୦୨୪) ରୁଜୁ କରି ଶୁକ୍ରବାର ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ପ୍ରକାଶ ଯେ, ତିନି ବର୍ଷ ତଳେ ଛତାଦେଇ ନିବାସୀ ଅଞ୍ଜଳିଙ୍କ ସହ ବୁଙ୍ଗାପାଲି ନିବାସୀ ବିଶ୍ୱନାଥଙ୍କ ପ୍ରେମ ବିବାହ ହୋଇଥିଲା। ଗୁରୁବାର ସାରେ ଅଞ୍ଜଳିଙ୍କୁ ଝୁଲନ୍ତା ଅବସ୍ଥାରେ ଘରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଅଞ୍ଜଳିଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିବା ବେଳେ ହତ୍ୟା କରାଯାଇଛି ବୋଲି ରାଜେନ୍ଦ୍ର ପୋଲିସରେ ଏତଲା ଦେଇଥିଲେ। ଏହାପରେ ପୋଲିସ ବିଶ୍ବନାଥଙ୍କୁ ଗିରଫ କରିବା ପରେ ଅଧିକ ତଦନ୍ତ କରୁଛି। ମୃତ ମହିଳାଙ୍କ ୧୦ ମାସର ପୁଅ ରହିଛି।
The post ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ, ବନ୍ଧା ହେଲେ ସ୍ବାମୀ appeared first on Dharitri Odia News.