ମୋଦିଙ୍କ ରୋଡ ଶୋ’ରେ ନଜର ଆସିଲେ କର୍ଣ୍ଣେଲ ସୋଫିଆଙ୍କ ପରିବାର

ଭଦୋଦରା,୨୬।୫: ପ୍ରଧାନମନ୍ତ୍ରୀ ମୋଦି ସୋମବାର ଗୁଜରାଟ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଭଦୋଦରାରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଏକ ମେଗା ରାଲିର ଆୟୋଜନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଶହ ଶହ ଲୋକ ଯୋଗ ଦେଇଥିଲେ, ପ୍ରଧାନମନ୍ତ୍ରୀ ହାତ ହଲାଇ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଅପରେଶନ ସିନ୍ଦୂର ପରେ ପ୍ରଥମ ଥର ପାଇଁ, ପ୍ରଧାନମନ୍ତ୍ରୀ ତାଙ୍କ ଗୃହ ରାଜ୍ୟ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ୮୨,୦୦୦ କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ […] The post ମୋଦିଙ୍କ ରୋଡ ଶୋ’ରେ ନଜର ଆସିଲେ କର୍ଣ୍ଣେଲ ସୋଫିଆଙ୍କ ପରିବାର appeared first on Dharitri Odia News.

ମୋଦିଙ୍କ ରୋଡ ଶୋ’ରେ ନଜର ଆସିଲେ କର୍ଣ୍ଣେଲ ସୋଫିଆଙ୍କ ପରିବାର

ଭଦୋଦରା,୨୬।୫: ପ୍ରଧାନମନ୍ତ୍ରୀ ମୋଦି ସୋମବାର ଗୁଜରାଟ ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀ ଭଦୋଦରାରେ ପହଞ୍ଚିଛନ୍ତି, ଯେଉଁଠାରେ ସେ ଏକ ମେଗା ରାଲିର ଆୟୋଜନ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଶହ ଶହ ଲୋକ ଯୋଗ ଦେଇଥିଲେ, ପ୍ରଧାନମନ୍ତ୍ରୀ ହାତ ହଲାଇ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଅପରେଶନ ସିନ୍ଦୂର ପରେ ପ୍ରଥମ ଥର ପାଇଁ, ପ୍ରଧାନମନ୍ତ୍ରୀ ତାଙ୍କ ଗୃହ ରାଜ୍ୟ ଗସ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ୮୨,୦୦୦ କୋଟି ଟଙ୍କାର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ଏକ ସ୍ବତନ୍ତ୍ର ‘ସିନ୍ଦୁର ସମ୍ମାନ ଯାତ୍ରା’ରେ ପ୍ରଧାନମନ୍ତ୍ରୀଙ୍କୁ ୨୫,୦୦୦ରୁ ଅଧିକ ମହିଳା ଉଲ୍ଲସିତ ସ୍ବାଗତ କରିଥିଲେ ଏବଂ ତାଙ୍କ ଉପରେ ଫୁଲ ବର୍ଷା କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ସମୟରେ ମଞ୍ଚ ଉପରେ ଅପରେଶନ ସିନ୍ଦୂର ପରେ ଖବରରେ ଆସିଥିବା ଭାରତୀୟ ସେନାର କର୍ଣ୍ଣେଲ ସୋଫିଆ କ୍ୟୁରେଶୀଙ୍କ ପରିବାରଙ୍କୁ ମଧ୍ୟ ଦେଖାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ଶୋ’ ସମୟରେ ପରିବାର ସଦସ୍ୟମାନେ ମଧ୍ୟ ଫୁଲ ବର୍ଷା କରିଥିଲେ। ଦୁଇ ଦିନିଆ ଗୁଜରାଟ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଜ୍ୟରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

The post ମୋଦିଙ୍କ ରୋଡ ଶୋ’ରେ ନଜର ଆସିଲେ କର୍ଣ୍ଣେଲ ସୋଫିଆଙ୍କ ପରିବାର appeared first on Dharitri Odia News.