ATMରୁ ବାହାରୁଛି କାଗଜ ସିଲ୍ ଲଗା ନୋଟ୍, ଟଙ୍କା ଉଠାଇ…
ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ହୁମ୍ମା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଥିବା ATMରୁ ବାହାରୁଛି କାଗଜ ସିଲ୍ ଲଗା ଯାଇଥିବା ନୋଟ୍। ଗତ ଶୁକ୍ରବାର ବାଲିବଗଡ଼ ଗ୍ରାମର ରଜନୀ କାନ୍ତ ସ୍ବାଇଁ ଏଟିଏମ୍ରୁ ଟଙ୍କା ବାହାର କରିଥିଲେ। ୫୦୦ ଟଙ୍କିଆ ନୋଟ୍ଗୁଡ଼ିକରେ କାଗଜ ସିଲ୍ ଲାଗିଥିବା ଦେଖି ହଡ଼ବଡେଇ ଯାଇଥିଲେ। ସମସ୍ତ ୨୦ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇ ଦେଖିଲାବେଳେ କାଗଜ ଲାଗିଥିବା ୫୦୦ ସହ ଟଙ୍କା ଦେଖି ରଜନୀକାନ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟଙ୍କା ଉଠାଇବାକୁ ଆସିଥିବା ବନ୍ଧୁଙ୍କ […] The post ATMରୁ ବାହାରୁଛି କାଗଜ ସିଲ୍ ଲଗା ନୋଟ୍, ଟଙ୍କା ଉଠାଇ… appeared first on Dharitri Odia News.
ଗଞ୍ଜାମ,୨୫ା୫(ବିଦ୍ୟାଧର ସାହୁ): ହୁମ୍ମା ଷ୍ଟେଟ୍ ବ୍ୟାଙ୍କ ସମ୍ମୁଖରେ ଥିବା ATMରୁ ବାହାରୁଛି କାଗଜ ସିଲ୍ ଲଗା ଯାଇଥିବା ନୋଟ୍। ଗତ ଶୁକ୍ରବାର ବାଲିବଗଡ଼ ଗ୍ରାମର ରଜନୀ କାନ୍ତ ସ୍ବାଇଁ ଏଟିଏମ୍ରୁ ଟଙ୍କା ବାହାର କରିଥିଲେ। ୫୦୦ ଟଙ୍କିଆ ନୋଟ୍ଗୁଡ଼ିକରେ କାଗଜ ସିଲ୍ ଲାଗିଥିବା ଦେଖି ହଡ଼ବଡେଇ ଯାଇଥିଲେ। ସମସ୍ତ ୨୦ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ଉଠାଇ ଦେଖିଲାବେଳେ କାଗଜ ଲାଗିଥିବା ୫୦୦ ସହ ଟଙ୍କା ଦେଖି ରଜନୀକାନ୍ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟଙ୍କା ଉଠାଇବାକୁ ଆସିଥିବା ବନ୍ଧୁଙ୍କ ଦ୍ୱାରା ସଙ୍ଗେ ସଙ୍ଗେ ଭିଡିଓ କରିଥିଲେ। ୨୦ ହଜାର ଟଙ୍କାରୁ ୧୫ ହଜାର ଟଙ୍କାରେ କାଗଜ ଲାଗିଥିବା ଦେଖିବାକୁ ମିଳିଛି। ଏନେଇ ହୁମ୍ମା ଷ୍ଟେଟ୍ବ୍ୟାଙ୍କରେ ଥିବା ମ୍ୟାନେଜରଙ୍କ ସହ ଆଲୋଚନା କଲା ପରେ ମ୍ୟାନେଜର ବ୍ରହ୍ମପୁର ମେନ୍ ବ୍ରାଞ୍ଚ ସହ ଯୋଗାଯୋଗ କରିଥିଲେ। ମ୍ୟାନେଜର ଛତ୍ରପୁର ଯାଇ ସମସ୍ତ ନୋଟ୍କୁ ବଦଳାଇବା ପାଇଁ ସୂଚନା ଦେଇଥିଲେ।
The post ATMରୁ ବାହାରୁଛି କାଗଜ ସିଲ୍ ଲଗା ନୋଟ୍, ଟଙ୍କା ଉଠାଇ… appeared first on Dharitri Odia News.