ସର୍ବୋଚ୍ଚ ସ୍ତରରେ ସେନ୍ସେକ୍ସ
ନୂଆଦିଲ୍ଲୀ,୧୯।୬(ଅଭୟ ଦାଶ): ସାଧାରଣ ନିର୍ବାଚନ ଫଳାଫଳ ପରେ ଘରୋଇ ଶେୟାର ବଜାର କାରବାରରେ କ୍ରମାଗତ ଭାବେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନ୍ସେକ୍ସ ଅଲ ଟାଇମ ହାଇ ବା ସର୍ବୋଚ୍ଚସ୍ତର (୭୭,୩୪୭ ଅଙ୍କ) ରେ ପହଞ୍ଚତ୍ଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ବା ଏନ୍ଏସ୍ଇ ନିଫ୍ଟର କାରବାର ମଧ୍ୟ ନୂତନ ରେକର୍ଡ (୨୩,୫୭୩) ହାସଲ କରିଛି। ସେହିଭଳି ଚଳିତ ସପ୍ତାହ କାରବାରର ପ୍ରଥମ ଦିନରେ ଶେୟାର ବଜାରର ନିବେଶକମାନେ ପ୍ରାୟ ୨.୩୩ […] The post ସର୍ବୋଚ୍ଚ ସ୍ତରରେ ସେନ୍ସେକ୍ସ appeared first on Dharitri Odia News.
ନୂଆଦିଲ୍ଲୀ,୧୯।୬(ଅଭୟ ଦାଶ): ସାଧାରଣ ନିର୍ବାଚନ ଫଳାଫଳ ପରେ ଘରୋଇ ଶେୟାର ବଜାର କାରବାରରେ କ୍ରମାଗତ ଭାବେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏପରିକି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବା ବିଏସ୍ଇ ସେନ୍ସେକ୍ସ ଅଲ ଟାଇମ ହାଇ ବା ସର୍ବୋଚ୍ଚସ୍ତର (୭୭,୩୪୭ ଅଙ୍କ) ରେ ପହଞ୍ଚତ୍ଥିଲାବେଳେ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ ବା ଏନ୍ଏସ୍ଇ ନିଫ୍ଟର କାରବାର ମଧ୍ୟ ନୂତନ ରେକର୍ଡ (୨୩,୫୭୩) ହାସଲ କରିଛି।
ସେହିଭଳି ଚଳିତ ସପ୍ତାହ କାରବାରର ପ୍ରଥମ ଦିନରେ ଶେୟାର ବଜାରର ନିବେଶକମାନେ ପ୍ରାୟ ୨.୩୩ ଲକ୍ଷ କୋଟି ଟଙ୍କାର ନିବେଶ ପୁଞ୍ଜିବଜାର ଖାତାରେ ଯୋଡ଼ିଥିଲାବେଳେ ନିବେଶକଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଛି। ଏପରିକି ପୂର୍ବ ଦିନର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ ୪୩୫ (୪୩୪.୮୮ଲକ୍ଷ କୋଟି) ଲକ୍ଷ କୋଟି ଥିଲାବେଳେ ମଙ୍ଗଳବାର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ୨.୩୩ ଲକ୍ଷ କୋଟି ବୃଦ୍ଧି ପାଇ ୪୩୭.୨୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ବିଏସ୍ଇ ସେନ୍ସେକ୍ସ କାରବାର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଜ ସ୍ତରରେ ରହିଥିଲାବେଳେ ପ୍ରାରମ୍ଭରେ ସେନ୍ସେକ୍ସ ଅଲ ଟାଇମ ହାଇ ୭୭, ୩୪୭ ଅଙ୍କରେ ପହଞ୍ଚତ୍ଥିଲାବେଳେ ୭୭,୩୦୧.୧୪ ଅଙ୍କରେ କାରବାର ଶେଷ କରିଥିଲା। ଏପରିକି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସଇ)ର ନିଫ୍ଟି ୫୦ରେ ମଧ୍ୟ କାରବାର ପ୍ରାରମ୍ଭରେ ପ୍ରାୟ ୨୩,୫୭୩ ଅଙ୍କ ଛୁଲଁଥିଲାବେଳେ ଶେଷ ବେଳକୁ ୨୩, ୫୬୨.୩୦ ଅଙ୍କରେ କାରବାର ବନ୍ଦ କରିଥିଲା।
ସେହିପରି ବିଏସ୍ଇ ସେନ୍ସେକ୍ସ ୨.୬୨% ବୃଦ୍ଧି ଘଟିଥିବାବେଳେ ଏସ୍ଏନ୍ଇ ନିଫ୍ଟି ୫୦ରେ ୨.୫୭% ବୃଦ୍ଧି ହୋଇଛି। ଏପରିକି ବିଏସ୍ଇ ସ୍ମଲକ୍ୟାପ ୧.୨୮% ଏବଂ ବିଏସ୍ଇ ମିଡକ୍ୟାପ ୧.୧୮% ବୃଦ୍ଧିପାଇଥିବାବେଳେ ନିଫ୍ଟି ମିଡକ୍ୟାପ ୦.୪୮% ଓ ନିଫ୍ଟି ସ୍ମଲକ୍ୟାପ ୧.୩୦% ଏବଂ ନିଫ୍ଟି ବ୍ୟାଙ୍କିଙ୍ଗ୍ (ବ୍ୟାଙ୍କ) ୦.୯୫% ବୃଦ୍ଧି ହୋଇଛି ବୋଲି ଶେୟାର ବଜାର ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଅପରପକ୍ଷରେ ବିଏସ୍ଇ ସେନ୍ସେକ୍ସ ପଞ୍ଜୀକୃତ ନିବେଶକଙ୍କ ମଧ୍ୟରେ ଓ୍ବିପ୍ରୋ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଟାଇଟନ, ପାଓ୍ବାର ଗ୍ରୀଡ, ଏସ୍ବିଆଇ, ଟେକ୍ ମହିନ୍ଦ୍ରା ଓ ଘରୋଇ ବ୍ୟାଙ୍କଗୁଡିକର ନିବେଶ ବୃଦ୍ଧି ଘଟିଛି। ଏପରିକି ସେକ୍ଟେରାଲ କ୍ଷେତ୍ରରେ ଅଟୋ, ଆଇଟି, ଟେଲିକମ, ମେଟାଲ, ଏଫ୍ଏମ୍ସିଜି, ଫାର୍ମା, ହେଲ୍ଥ କେୟାର ଏବଂ ଘରୋଇ ବ୍ୟାଙ୍କ ସମେତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଭଳି ନିବେଶ ସଂସ୍ଥାର ନିବେଶ ପୂର୍ବଦିନ ଅପେକ୍ଷା ଯଥେଷ୍ଟ ପରିମାଣରେ ବୃଦ୍ଧି ଘଟିଛି।
The post ସର୍ବୋଚ୍ଚ ସ୍ତରରେ ସେନ୍ସେକ୍ସ appeared first on Dharitri Odia News.