ଶ୍ରୀକଲା ଘାଟି ନିକଟରେ ଭୟଙ୍କର ଦୁର୍ଘଟଣା: ଓ୍ବାଗନର୍‌ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇ ୩ ବାଇକ୍‌ ଆରୋହୀ ମୃତ

ଜି.ଉଦୟଗିରି,୭।୩ (ଚିନ୍ମୟ କୁମାର ସେଠୀ ): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଶୁକ୍ରବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଓଡି ୧୨ ୭୩୭୪ ନମ୍ବର ଥିବା ଓ୍ବାଗ୍‌ନର କାର ଏବଂ ଓଡି ୧୯ ଏଚ୍‌ ୪୨୯୫ ନମ୍ବର ବାଇକ ମୁହାଁ ମୁହିଁ ଧକ୍କା ହେବା ଯୋଗୁ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ୩ ଜଣ ଯୁବକ(କଳିଙ୍ଗା ଗ୍ରାମର ଶୁଭମ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ […] The post ଶ୍ରୀକଲା ଘାଟି ନିକଟରେ ଭୟଙ୍କର ଦୁର୍ଘଟଣା: ଓ୍ବାଗନର୍‌ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇ ୩ ବାଇକ୍‌ ଆରୋହୀ ମୃତ appeared first on Dharitri Odia News.

ଶ୍ରୀକଲା ଘାଟି ନିକଟରେ ଭୟଙ୍କର ଦୁର୍ଘଟଣା: ଓ୍ବାଗନର୍‌ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇ ୩ ବାଇକ୍‌ ଆରୋହୀ ମୃତ

ଜି.ଉଦୟଗିରି,୭।୩ (ଚିନ୍ମୟ କୁମାର ସେଠୀ ): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଅନ୍ତର୍ଗତ ଶ୍ରୀକଲା ଘାଟି ନିକଟ ଦାରାମାହା ନିକଟରେ ଶୁକ୍ରବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଓଡି ୧୨ ୭୩୭୪ ନମ୍ବର ଥିବା ଓ୍ବାଗ୍‌ନର କାର ଏବଂ ଓଡି ୧୯ ଏଚ୍‌ ୪୨୯୫ ନମ୍ବର ବାଇକ ମୁହାଁ ମୁହିଁ ଧକ୍କା ହେବା ଯୋଗୁ ୩ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁସାରେ, ୩ ଜଣ ଯୁବକ(କଳିଙ୍ଗା ଗ୍ରାମର ଶୁଭମ ନାୟକ, ଗଦିଙ୍ଗିଆ ଗ୍ରାମର ଶଙ୍କର ପ୍ରଧାନ ଓ ଶ୍ରୀହରି ପ୍ରଧାନ) କତିଙ୍ଗିଆଠାରୁ ବାଇକ ଯୋଗେ ଆସୁଥିବା ବେଳେ ଜି.ଉଦୟଗିରି ପଟୁ ରାଇକିଆ ଅଭିମୁଖେ ଯାଉଥିବା ୱାଗନର କାର ସହ ମୁହାଁମୁହିଁ ଧକ୍କା ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ଆଇଆଇସି ବିଜୟ କୁମାର ସ୍ବାଇଁ ସଦଳବଳେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ଜଣେ ଯୁବକ ମୃତ ଅବସ୍ଥାରେ କାର ତଳେ ଚାପି ହୋଇ ରହିଥିବାରୁ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ସେହିଭଳି ମୃତ ଯୁବକଙ୍କ ପରିବାର ଲୋକେ ପହଞ୍ଚିଛନ୍ତି। କାର ଚାଳକ ଓ ଅନ୍ୟ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରିବା ପାଇଁ ଥାନାକୁ ନେଇଛି।

The post ଶ୍ରୀକଲା ଘାଟି ନିକଟରେ ଭୟଙ୍କର ଦୁର୍ଘଟଣା: ଓ୍ବାଗନର୍‌ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇ ୩ ବାଇକ୍‌ ଆରୋହୀ ମୃତ appeared first on Dharitri Odia News.