୨୦୩୬ ଓଡିଶା ପାଳିବ ଶତାବ୍ଦୀର ବର୍ଷ
ଖୋର୍ଦ୍ଧା,୧୫।୮(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୮୍ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ସନନ୍ଦ ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ଖୋର୍ଦ୍ଧା ପୋଲିସ, ଆଇଆରବି ସମେତ ପୌରାଞ୍ଚଳର ୪୯ଟି ସ୍କୁଲ, ହାଇସ୍କୁଲ, କଲେଜର ଏନସିସି, ସ୍କାଉଟ ଆଣ୍ଡ ଗାଇଡ୍ସ, ଜୁନିଅର, ସିନିୟର ରେଡକ୍ରସ, ସିଭିଲିଆନ […] The post ୨୦୩୬ ଓଡିଶା ପାଳିବ ଶତାବ୍ଦୀର ବର୍ଷ appeared first on Dharitri Odia News.
ଖୋର୍ଦ୍ଧା,୧୫।୮(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୮୍ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହ ବିଜେବି ହାଇସ୍କୁଲ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସମବାୟ ଓ ବୟନଶିଳ୍ପ ମନ୍ତ୍ରୀ ସନନ୍ଦ ପଦ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ। ଖୋର୍ଦ୍ଧା ପୋଲିସ, ଆଇଆରବି ସମେତ ପୌରାଞ୍ଚଳର ୪୯ଟି ସ୍କୁଲ, ହାଇସ୍କୁଲ, କଲେଜର ଏନସିସି, ସ୍କାଉଟ ଆଣ୍ଡ ଗାଇଡ୍ସ, ଜୁନିଅର, ସିନିୟର ରେଡକ୍ରସ, ସିଭିଲିଆନ ପ୍ରମୁଖ ପରେଡରେ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ସ୍ବାସ୍ଥ୍ୟ, କୃଷି ବିଭାଗ, ପୌର ପରିଷଦ ଏବଂ ରାଜ୍ୟ ସଡ଼କ ପରିବହନ ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲା। ବିଭିନ୍ନ ସ୍କୁଲ ଛାତ୍ରଛାତ୍ରୀ ମାନେ ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
ଏହି ଅବସରରେ ଜିଲା ପ୍ରଶାସନ ପକ୍ଷରୁ ପଦ୍ମ ବିଭୂଷଣ ସୁଦର୍ଶନ ସାହୁ, ପଦ୍ମଶ୍ରୀ ଅରୁଣା ମହାନ୍ତି, ପ୍ରଭାକର ମହାରଣା ଓ ବିନୋଦ ମହାରଣା ଏବଂ ବଡି ବିଲଡିଂ ଜଗନ୍ନାଥ ଖୁଣ୍ଟିଆଙ୍କୁ ମୁଖ୍ୟଅତିଥି ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜୁନିଅର ଓ ସିନିୟରସ୍ତରରେ ଶ୍ରେଷ୍ଠ କଣ୍ଟିଜେଣ୍ଟକୁ ପୁରସ୍କୃତ କରାଯାଇଥିଲା। ଏଥିସହିତ ଯୁକ୍ତ ଦୁଇ କଳା, ବାଣିଯ୍ୟ ଓ ବିଜ୍ଞାନ ଟପ୍ପର ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ସମ୍ମାନିତ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ମନ୍ତ୍ରୀ ସ୍ବାଇଁ କହିଲେ ଖୋର୍ଦ୍ଧା ବୀରବର ମାଟି। ଏହି ମାଟିରୁ ବିଟ୍ରିଶ ବିରୋଧରେ ପାଇକ ବୀରମାନେ ସଶସ୍ତ୍ର ସଂଗ୍ରାମ କରିଥିଲେ। କଳା, ସାହିତ୍ୟ, ସଂସ୍କୃତି୍ର ପ୍ରବାହମାନ ଜାଗରଣ କରି ଓଡିଶାକୁ ସମୃଦ୍ଧ କରିଛି। ଓଡିଶା ଆଜି ପ୍ରଗତି ପଥରେ ଆଗେଇ ଚାଲିଛି। ୨୦୩୬ ଉତ୍କଳ ପ୍ରଦେଶ ଗଠନର ଶତାବ୍ଦୀ ବର୍ଷ ସୁଦ୍ଧା ବିକଶିତ ରାଜ୍ୟରେ ପରିଣତ ହେବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲାପାଳ ଚଞ୍ଚଳ ରାଣା, ଏସପି ଅବିନାଶ କୁମାର ସମେତ ଜିଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ବୁଦ୍ଧିଜିବୀ, ଶିକ୍ଷାବିତ, ଅବସରପ୍ରାପ୍ତ ସେନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
The post ୨୦୩୬ ଓଡିଶା ପାଳିବ ଶତାବ୍ଦୀର ବର୍ଷ appeared first on Dharitri Odia News.